ବ୍ୟାସ ମହୋସବ ଆଇଭଲ ଇଭେଣ୍ଟ ଅର୍ଥ ବନ୍ଦ ଦାବି କଲେ କାଉନସିଲର

ବ୍ୟାସନଗର: ସରିଯାଇଥିବା ବ୍ୟାସ ମହୋସôବର ସମସ୍ତ କାର୍ଯ୍ୟ ଦାୟିତ୍ୱ ନେଇଥିବା ‘ଆଇଭଲ’ ଇଭେଂଟକୁ ଅର୍ଥ ପ୍ରଦାନକୁ ବନ୍ଦ କରାଯାଉ । ଏଭଳି ଦାବି ଏକାଧିକ କାଉନସିଲରଙ୍କ ପକ୍ଷରୁ କରାଯାଇ ଏକ ଦାବିପତ୍ର ନିର୍ବାହୀ ଅଧିକାରୀ ନମ୍ରଦା ମୋଦିଙ୍କୁ ପ୍ରଦାନ କରାଯାଇଛି । ପ୍ରଦତ ଦାବିପତ୍ରରେ କାଉନସିଲରଙ୍କ ପକ୍ଷରୁ କୁହାଯାଇଛି କି ବ୍ୟାସ ମହୋସôବକୁ ସରସ ସୁନ୍ଦର କରିବାକୁ ପୈାର ପରିଷଦ ପକ୍ଷରୁ ୩୮ଲକ୍ଷ ଟଙ୍କା ବ୍ୟୟବରାଦ କରଯାଇଥିଲା । ହେଲେ ଉକ୍ତ ଅର୍ଥରେ ଯେତିକି କାର୍ଯ୍ୟ କରିବାକୁ ସ୍ଥିରିକୃତ ହୋଇଥିଲା ଇଭେଂଟ ସଂସ୍ଥା ତାହା କରିନି । ଇଭେଂଟର ଚୁକ୍ତି ଅନୁଯାୟୀ ବ୍ୟାସ ମହୋସôବ ଉଦ୍ଘାଟନ ଦିନ ସମସ୍ତ କାର୍ଯ୍ୟ ଶେଷ କରି ପୈାର ପ୍ରଶାସନକୁ ହସ୍ତାନ୍ତର କରିବାର ଥିଲା । କିନ୍ତୁ ଇଭେଂଟ ସଂସ୍ଥା ୮ ତାରିଖ ବଦଳରେ ୧୧ ତାରିଖ କାର୍ଯ୍ୟ ଶେଷ କରି ହସ୍ତାନ୍ତର କରିଥିଲା । ମହୋସôବରେ ଏକ ୫୦/୪୦ର ଅସ୍ଥାୟୀ ମଂଚ କରିବାକୁ ଥିବାବେଳେ ତାହା ନକରି ପୂର୍ବରୁ ନିର୍ମିତ ସ୍ଥାୟୀ ମଂଚରେ କରିଥିଲା । ସୈାନ୍ଦର୍ଯ୍ୟ କରଣ କରିବାକୁ ବେଲୁନ, ଫୁଲ, ଏଲଡ଼ି ୱାଲ ଲଗାଇବାର ଚୁକ୍ତିଥିଲା । କିନ୍ତୁ ଆଇଭଲ ଶସ୍ତା କପଡ଼ାରେ ମଂଚକୁ ସଜାଇଥିଲା । ଦୀର୍ଘ ୧୧ଦିନ ଧରି ଚାଲିବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଲିଉଡ଼, ରାଜ୍ୟର ବିଶିଷ୍ଟ କଳାକାରଙ୍କୁ ନିମନ୍ତ୍ରଣ କରିବାକୁ ଚୁକ୍ତି ରହିଥିବା ବେଳେ ସ୍ଥାନୀୟ ସ୍କୁଲ, କଲେଜ ପିଲାଙ୍କୁ ନେଇ କାର୍ଯ୍ୟକ୍ରମ କରିଥିଲା । ମହୋସôବରେ ସିସିଟିଭି କ୍ୟାମେରା ଲଗାଇବାକୁ କୁହାଯାଇଥ୍ôଲେ ହେଁ ଆଇଡ଼ଲ ତାହା କରିନଥିଲା । ଅତିଥି ମାନଙ୍କ ପାଇଁ ଜଳଖିଆ, ଉତରୀୟ, ଫୁଲତୋଡ଼ା ଶହେଟି ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ହେଲେ ଶେଷ ଦିନକୁ ଛାଡ଼ିଦେଲେ ମହୋସôବ ମଂଚକୁ ଅତିଥି ଆସିନଥିବା ବେଳେ ସେସବୁ କାହା ସକôାରରେ ଲାଗିଲା ବୋଲି କାଉନସିଲର ପ୍ରଶ୍ନ ରଖିଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ମହିଳା ସୁରକ୍ଷା ସହ ୧୪ଜଣ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କେହିବି ଜଣଙ୍କୁ ଦେଖିବାକୁ ମିଳିନଥିଲା । ନିମନ୍ତ୍ରଣ କାର୍ଡ଼, ପାସ ଓ ଭିଆଇପି ପାସ, ଫ୍ଲେକ୍ସ, ସନବୋର୍ଡ଼ ଓ ଅନ୍ୟାନ୍ୟ ବିଜ୍ଞାପନ ହୋଡ଼ିଂ ସହରର ବିଭିନ୍ନ ସ୍ଥାନରେ ଲଗାଇବାର ଥିଲା, ଯାହା ତର୍ଜମାର ବିଷୟ ବୋଲି କାଉନସିଲରଙ୍କ ପକ୍ଷରୁ ଅବଗତ କରାଯାଇଛି । ଏହା ସହ ଅନ୍ୟାନ୍ୟ କ୍ଷେତ୍ରରେ ଯାହା ଯାହା କରିବାକୁ ଆଇଡ଼ଲ ଚୁକ୍ତି କରିଥିଲା, ତାହା କରାଯାଇନଥିବାରୁ ଉକ୍ତ ଇଭେଂଟ ସଂସ୍ଥାକୁ ଅର୍ଥ ପ୍ରଦାନ ପୂର୍ବରୁ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ କାଉନସିଲର ନିର୍ବାହୀ ଅଧିକାରୀଙ୍କୁ ଦାବି କରିଛନ୍ତି । ଯଦି ଏଥିରେ ବ୍ୟତିକ୍ରମ କରାଯାଏ,ତେବେ କାଉନସିଲର ପରବର୍ତି ପଦକ୍ଷେପ ନେବେ ବୋଲି ଜଣାଇ ଦେଇଛନ୍ତି ।