ଭକ୍ତଙ୍କ ପାଇଁ ୬ ମାସ ପାଇଁ ବନ୍ଦ ହେଲା ବଦ୍ରିନାଥ 

ଭକ୍ତଙ୍କ ପାଇଁ ୬ ମାସ ପାଇଁ ବନ୍ଦ ହେଲା ବଦ୍ରିନାଥ 

ନୂଆଦିଲ୍ଲୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ଶୀତ । ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ହେଲା ବଦ୍ରିନାଥ ଧାମ । ୬ ମାସ ପାଇଁ ବନ୍ଦ କରାଗଲା  ବଦ୍ରିନାଥ ଧାମ । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ପବିତ୍ର ତୀର୍ଥସ୍ଥଳ ବଦ୍ରିନାଥ ଧାମର କପାଟ ୨୫ ନଭେମ୍ବର ୨୦୨୫ ମଙ୍ଗଳବାର ଦିନ ୨ଟା ୫୬ ମିନିଟରେ ବନ୍ଦ ହୋଇଛି । ଶୀତ ଋତୁ ପାଇଁ ଏହାକୁ ୬ ମାସ ପାଇଁ ବନ୍ଦ ରଖାଯାଇଛି ।

    ଆଗାମୀ ୬ ମାସ ପାଇଁ ବଦ୍ରିନାଥଙ୍କୁ ଯୋଶୀମଠରେ ପୂଜା କରାଯିବ । ବଦ୍ରିନାଥ ଧାମର କପାଟ ବନ୍ଦ ହେବା ସହ ଔପଚାରିକ ଭାବେ ଚାରିଧାମ ଯାତ୍ରା ମଧ୍ୟ ସମାପନ ହୋଇଛି । ତେବେ ୧୨ କ୍ୱିଣ୍ଟାଲ ଫୁଲରେ ମନ୍ଦିରକୁ ସଜା ଯାଇଥିବା ବେଳେ ଅନ୍ତିମ ଦର୍ଶନ ବେଳେ ଘଣ୍ଟ, ଘଣ୍ଟା, ମନ୍ତ୍ର ଧ୍ୱନିରେ କମ୍ପିଥିଲା ପରିବେଶ । ହିମାଳୟରେ ଶୀତଦିନ ଅତ୍ୟନ୍ତ କଠିନ । ପ୍ରବଳ ତୁଷାରପାତ ଏବଂ ଅତ୍ୟଧିକ ଥଣ୍ଡା ପାଇଁ ଭକ୍ତମାନ ମନ୍ଦିର ପରିସରରେ ପହଞ୍ଚିବା କଷ୍ଟକର ହୋଇପଡେ । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବଦ୍ରିନାଥ ଧାମ  ଛଅ ମାସ ପାଇଁ ବନ୍ଦ ରହିଥାଏ । ତେବେ ବଦ୍ରିନାଥ ମନ୍ଦିର ପୁନଃ ଖୋଲିବାର ତାରିଖ ଅକ୍ଷୟ ତୃତୀୟାରେ ନିର୍ଣ୍ଣୟ କରାଯାଏ । ପ୍ରତିବର୍ଷ, ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ପାଇଁ ଦ୍ୱାର ଖୋଲାଯାଏ ।