ଭଗବତୀ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ନୀଳଗିରି : ନୀଳଗିରି ବ୍ଲକ ସିଆଡିମାଳ ପଞ୍ଚାୟତ ସିଆଡିମାଳ ଗ୍ରାମର ପୂର୍ବତନ ବନପାଳ ଶ୍ରୀଧର ଲେଙ୍କାଙ୍କ ଧର୍ମପନôୀ ସମାଜସେବୀ ସ୍ୱର୍ଗତ ଭଗବତୀ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରବିବାର ତାଙ୍କ ବାସଭବନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପରିବାର ଲୋକଙ୍କ ସହିତ ବନ୍ଧୁବାନ୍ଧବ ଏବଂ ବହୁ ନିମନ୍ତ୍ରିତ ଅତିଥି ଯୋଗଦେଇ ସ୍ୱର୍ଗତା ଲେଙ୍କାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପରେ ଏକ ସ୍ମୃତିସଭାର ଆୟୋଜନ କରାଯାଇ ତାଙ୍କର ଅଭୁଲା ସ୍ମୃତିଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଗଙ୍ଗାଧର ମିଶ୍ର, ନାରୀନେତ୍ରୀ ସୁନିତୀ ସିଂଙ୍କ ସମେତ ବହୁ ସମାଜସେବୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।