ଭାରତୀୟ ଆଧ୍ୟାତ୍ମିକତା ଓ ମହାଯୋଗୀ ଶ୍ରୀଅରବିନ୍ଦ


ସମଗ୍ର ପୃଥିବୀରେ ଭାରତବର୍ଷ ଏଭଳି ଏକ ପୁଣ୍ୟ ତୀର୍ଥଭୂମି ଆଧ୍ୟାତ୍ମିକ ଭୂମି, ଯେଉଁଠି ଯୁଗେଯୁଗେ ଅନେକ ସାଧୁସନ୍ଥ, ମୁନିଋଷି, ମହାପୁରୁଷ ଜନ୍ମଲାଭ କରି ସାଧାରଣ ମଣିଷ ଜୀବନକୁ ଉଚ୍ଚତର ସୋପାନକୁ ସେମାନଙ୍କୁ ନେଇଯାଆନ୍ତି । ସେଇଥିାଇଁ ତ ପାଶ୍ଚାତ୍ୟ ବିଦ୍ୱାନ ଆଇନ୍ଷ୍ଟାଇନ୍ କହିଥିଲେ, “ଯଦି କିଛି ଶିକ୍ଷାଲାଭ କରିବାର ଅଛି ତେବେ ଭାରତବର୍ଷକୁ ଯାଅ” । ଏହି ଉକ୍ତିଟିକୁ ପ୍ରକୃତରେ ଯଥାର୍ଥରେ ପ୍ରତିପାଦନ କରିଥିଲେ କ୍ରାନ୍ତିର ପ୍ରତୀକ ମହାଯୋଗୀ ଶ୍ରୀଅରବିନ୍ଦ । ବଙ୍ଗଦେଶରେ ଜନ୍ମଲାଭ କରି ମଧ୍ୟ କେବଳ ବଙ୍ଗଳାର ନଥିଲେ ସେ, ସେ ଥିଲେ ଭାରତ, ଏସିଆ ତଥା ସମଗ୍ର ପୃଥିବୀର ସକଳ ଜ୍ଞାନୀ, ଗୁଣୀ, ଚିନ୍ତାଶୀଳ, ମୁକ୍ତିସଂଗ୍ରାମୀ ବ୍ୟକ୍ତିମାନଙ୍କ ମଧ୍ୟରେ ଚିରସ୍ମରଣୀୟ । ସାଧାରଣ ମଣିଷପରି ରକ୍ତ, ମାଂସର ମନୁଷ୍ୟ ହୋଇ ମଧ୍ୟ ମହାଯୋଗୀ ସିଦ୍ଧମହାପୁରୁଷ ହୋଇ ଭାଗୀରଥ ପରି ସୁଦୀର୍ଘ ଶତାବ୍ଦୀର ପରାଧୀନତାର ରୁକ୍ଷ ମରୁଭୂମିରେ ସ୍ୱାଧୀନତାର ମନ୍ଦାକିନୀଧାରା ବୁହାଇ ଦେଇଥିଲେ ପରମଯୋଗୀ ଶ୍ରୀଅରବିନ୍ଦ । ଏହି ମର୍ତ୍ତ୍ୟପୁରୀର ଅନ୍ଧକାରରେ ସ୍ୱର୍ଗର ଦିବ୍ୟ ଆଲୋକକୁ ଅବତରଣ କରିବାକୁ କେବଳ ସେ ଚାହିଁନଥିଲେ ବରଂ ତାଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଥିଲା । ଭାରତବର୍ଷର ମାତୃଗର୍ଭରେ ଏଭଳି ସର୍ବୋଜ୍ୱଳ କୋହିନୂର ଆଉ ହୁଏତ ଖୁବ୍ କମ୍ ଜନ୍ମଲାଭ କରିଥିଲେ । ଅର୍ଥ ଉପାର୍ଜନ କରି ବଡ଼ଲୋକ ହେବା ବା ରାଜା ମନ୍ତ୍ରୀ ପଦ ଲାଭ କରି ଶ୍ରେଷ୍ଠତାର ସୁନାମ ଅର୍ଜନ କରିବାର କୌଣସି ଅଭିଳାଷ ନଥିଲା ତାଙ୍କର । ବରଂ ନିଜ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ ସମଗ୍ର ଜଗତର ଉଚ୍ଚତର ଆଧ୍ୟାତ୍ମିକ ବିକାଶ ପାଇଁ ସେ ଆଜୀବନ ସାଧନା ଏବଂ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଘର୍ଷ ଜାରି ରଖିଥିଲେ । ମହାମନୀଷୀ ଶ୍ରୀଅରବିନ୍ଦ ସମଗ୍ର ମାନବ ଜୀବନକୁ ମଙ୍ଗଳମୟ କରି ଗଢ଼ିତୋଳି ଉଚ୍ଚତର ଆଧ୍ୟାତ୍ମିକ ସାଧନାସ୍ତରକୁ ନେଇ ସମଗ୍ର ବିଶ୍ୱର ଏକ ଜାଗରଣ ସୃଷ୍ଟି କରିଥିଲେ ।
ଆଜି ଯଦିଓ ବସ୍ତୁବାଦ, ବ୍ୟକ୍ତିବାଦ, ଭୌତିକ ସଭ୍ୟତା ଏବଂ ସର୍ବୋପରି ବିଜ୍ଞାନରେ ମଣିଷ ଆଜି ଚରମ ଉନ୍ନତି ଆଣିବା ସତ୍ତ୍ୱେ, ତା’ ମନରେ ସୁଖନାହିଁ କି ଶାନ୍ତି ନାହିଁ । ଏହାର ପ୍ରମୁଖ କାରଣ ଶ୍ରୀଅରବିନ୍ଦ ଖୋଜି ବାହାର କରି ମଣିଷ ଆଜି କିପରି ଆଧ୍ୟାତ୍ମିକ ଚେତନାଠାରୁ ନିଜକୁ ଦୂରେଇ ନେଇ ଦୁଃଖକୁ ନିଜ ଆଡ଼କୁ ଆମନ୍ତ୍ରଣ କରୁଛି, ତାହା ଉପଲବ୍ଧି କରିଥିଲେ । ପ୍ରକୃତରେ ଆଧ୍ୟାତ୍ମିକ ଜଗତରେ ଯଦି ସମଗ୍ର ବିଶ୍ୱରେ କିଏ ଏକ ବିସ୍ମୟର ପ୍ରତୀକ ରୂପେ ପ୍ରତିଭାତ ହୋଇ ନିଜର ଏବଂ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ସେଥିଲେ ଶ୍ରୀଅରବିନ୍ଦ । ଭାରତର ମହାନତା ସମ୍ପର୍କରେ ସେ ସ୍ୱାଧୀନତାର ବହୁ ପୂର୍ବରୁ ସଚେତନ ଥିଲେ ।
ଭାରତବର୍ଷ ଯେ ଦିନେ ସମଗ୍ର ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରି ଆଧ୍ୟାତ୍ମିକ ଗୁରୁହେବ ଏବଂ ସମଗ୍ର ବିଶ୍ୱକୁ ଦିଗ୍ଦର୍ଶନ ଦେବ, ସେ ସ୍ୱପ୍ନ ସେ ବହୁ ପୂର୍ବରୁ ନିଜ ଦିବ୍ୟଦୃଷ୍ଟି ମାଧ୍ୟମରେ ଦେଖିପାରିଥିଲେ । ପୁରାତନ ଏବଂ ନୂତନ ମଧ୍ୟରେ ଏକ ସମନ୍ୱୟ ପ୍ରତିଷ୍ଠା କରିଥିଲେ ଶ୍ରୀଅରବିନ୍ଦ । ତାଙ୍କ ଦର୍ଶନର ମୂଳଉତ୍ସ ଥିଲା ବେଦ ଭଗବତ୍ ଗୀତା, ଯୋଗ, ଉନ୍ନତ ମନ, କର୍ମର ନିୟମ ଏବଂ ପୁନର୍ଜନ୍ମର ଦର୍ଶନ । ମହାଯୋଗୀ ଶ୍ରୀଅରବିନ୍ଦ କଲିକତାର ହୁଗୁଳିଠାରେ ୧୮୭୨ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଡାକ୍ତର କୃଷ୍ଣାଧନ ଏବଂ ମା’ ଥିଲେ ସ୍ୱର୍ଣ୍ଣଲତା ଦେବୀ । ଘରେ ପ୍ରାଥମିକ ଶିକ୍ଷାସମାପ୍ତ ପରେ ୧୭ ବର୍ଷ ବୟସରେ ୧୮୮୯ ମସିହାରେ ଇଂଲଣ୍ଡର ସେଣ୍ଟପଲ୍ ସ୍କଲରୁ ଶିକ୍ଷାଲାଭ କରିଥିଲେ । ଇଂଲଣ୍ଡରେ ୧୪ ବର୍ଷ ରହଣି ଭିତରେ ସେ ପାଶ୍ଚାତ୍ୟ ଭାଷା ଓ ଦର୍ଶନକୁ ଅଧ୍ୟୟନ କରିଥିଲେ । ଏଥିସହିତ ଭାରତୀୟ ଦର୍ଶନଶାସ୍ତ୍ରରେ ମଧ୍ୟ ଅଗାଧ ପାଣ୍ଡିତ୍ୟ ଲାଭ କରିଥିଲେ । ଇଂଲଣ୍ଡରେ ଥିବା ସମୟରେ ପିତା ଡାକ୍ତର କୃଷ୍ଣ ଧନଙ୍କ ଚିଠିଗୁଡ଼ିକ ପୁଅ ଶ୍ରୀଅରବିନ୍ଦଙ୍କ ହୃଦୟରେ ପ୍ରଗାଢ଼ ଦେଶପ୍ରେମ ଜାଗ୍ରତ କରିଥିଲା । ଯାହା ପରୋକ୍ଷରେ ଇଂରେଜମାନଙ୍କ ଶାସନ ପ୍ରତି ତାଙ୍କର ତୀବ୍ର ଘୃଣା ମନୋଭାବ ସୃଷ୍ଟି ହୋଇଥିଲା । ଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଘୋଡ଼ାଚଢ଼ା ପରୀକ୍ଷାରେ ଯୋଗ ନଦେବାରୁ ଆଇସି.ଏସ୍ ନିଯୁକ୍ତି ପାଇଁ ଉପଯୁକ୍ତ ହୋଇପାରିନଥିଲେ । ଶ୍ରୀଅରବିନ୍ଦଙ୍କର ପ୍ରଥମ ପଦକ୍ଷେପ ଥିଲା ଲେଖା ମାଧ୍ୟମରେ ଜନମତ ସୃଷ୍ଟି କରିବା । ବମ୍ବେର ଇନ୍ଦୁପ୍ରକାଶ ସହ ବନେ୍ଦ ମାତରମ୍ ସମାଚାର ପତ୍ରର ସମ୍ପାଦନା ମଧ୍ୟ କଲେ । କେମ୍ବ୍ରିଜ୍ କଲେଜରେ ପାଠ ପଢ଼ିଲାବେଳେ ଶାସକବର୍ଗକୁ ତୀବ୍ର ସମାଲୋଚନା ଏବଂ ବି୍ଳବାତ୍ମକ ଭାଷଣ କାରଣରୁ ଇଂରେଜ ସରକାର ତାଙ୍କ ପ୍ରତି ସର୍ବଦା ସଜାଗ ଦୃଷ୍ଟି ରଖିଥିଲେ । ବିଦେଶରୁ ଫେରି ୧୯୦୧ ମସିହାରେ ସେ ବରୋଦା କଲେଜର ଇଂରାଜୀ ପ୍ରଫେସର ଭାବେ ଯୋଗଦେଲେ । ସେହି ସମୟରେ ସେ ମାଇକେଲ ମଧୁସୂଦନ ଏବଂ ବଙ୍କିମ୍ ଚନ୍ଦ୍ରଙ୍କ ଲେଖାମାନ ପଢ଼ି ଖୁବ୍ ପ୍ରଭାବିତ ହୋଇଥିଲେ । ଏହାପରେ ୧୯୦୧ରେ ଗୋପାଳଚନ୍ଦ୍ର ବସୁଙ୍କ କନ୍ୟା ମୃଣାଳିନୀଙ୍କୁ ବିବାହ କଲେ । ସ୍ୱାୟତ୍ତ ଶାସନ ଜାତୀୟ ଶିକ୍ଷା ବିସ୍ତାର, ସ୍ୱଦେଶୀ ସାମଗ୍ରୀର ବ୍ୟବହାର, ବିଦେଶୀ ଦ୍ରବ୍ୟ ବର୍ଜନ ଏହି ଚାରିଗୋଟି ନୀତିକୁ ସେ ଗ୍ରହଣ କରି ବାଲଗଙ୍ଗାଧର ତିଲକଙ୍କ ଦୃଷ୍ଟିକୁ ଆସିଥିଲେ । ପରେ ବିପିନ୍ ଚନ୍ଦ୍ର ପାଲ୍ଙ୍କ ଅନୁରୋଧରେ ସାପ୍ତାହିକ ‘ବନେ୍ଦ ମାତରଂ’ ଇଂରାଜୀ ପ୍ରତିକାରେ ଲେଖା ପ୍ରକାଶ କଲେ । ଧୀରେ ଧୀରେ ଉଦ୍ଦୀପନାମୂଳକ ଭାଷଣ ଦେଇ ସମସ୍ତଙ୍କୁ ଏକତ୍ରିତ କରି କେବଳ ରାଜନୈତିକ ନେତୃତ୍ୱ ନୁହେଁ ଆଧ୍ୟାତ୍ମିକ ସାଧନା ମଧ୍ୟ ଜାରି ରଖିଥିଲେ । ଆଲିପୁର ବୋମା କେସ୍ରେ ସେ ଯେତେବେଳେ ଜେଲ୍ ଗଲେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ତାଙ୍କ କେସ୍ ଲଢ଼ିଥିଲେ । ସେଦିନ ସେ କହିଥିଲେ ଏହି ବ୍ୟକ୍ତି ବିଦାୟ ନେବାପରେ ତାଙ୍କୁ ଦେଶପ୍ରେମୀ କବି, ମାନବିକତାର ପ୍ରେମିକ, ଜାତୀୟତାର ବାର୍ତ୍ତାବହ ଭାବେ ଲୋକେ ଦିନେ ପୂଜା କରିବେ, ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି । ଜୀବନର କଷ୍ଟ, ଯନ୍ତ୍ରଣା ଯେମିତି ତାଙ୍କ ପାଇଁ ଥିଲା ଆଶୀର୍ବାଦ ସ୍ୱରୂପ । ଜେଲରେ ରହି ଗୀତା, ଭାଗବତ, ଉପନିଷଦ ଆଦି ପଢ଼ି ଈଶ୍ୱରଙ୍କ ଶକ୍ତିଲାଭ କରି ସାଧନା ଆରମ୍ଭ କଲେ । ଯେତେବେଳେ ଯୋଗ କରି ଉଚ୍ଚତର ଆଧ୍ୟାତ୍ମିକ ସାଧନା କରିଥିଲେ ସେ ଅନୁଭବ କରିଥିଲେ ଭାରତର ମୁକ୍ତି ସୁନିଶ୍ଚିତ ।
ସେ ଦିନ ସେ ବୁଝିଥିଲେ ଯେ ରାଜନୀତି ଭାରତର ପ୍ରକୃତ ଉନ୍ନତି ନୁହେଁ । ଭାରତର ପ୍ରକୃତ ଉନ୍ନତି କରିବାକୁ ହେଲେ ତା’ର ଆତ୍ମାର ବିକାଶ କରିବାକୁ ହେବ । ଏହାପରେ ୧୪ ଏପ୍ରିଲ୍ ୧୯୧୦ ମସିହାରେ ସେ ପଣ୍ଡିଚେରୀରେ ପହଁଞ୍ଚôଥିଲେ । ତାଙ୍କ ରଚିତ ସାବିତ୍ରୀ ମହାକାବ୍ୟ ଯାହାକୁ ଲେଖିବା ପାଇଁ ତାଙ୍କୁ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଲାଗିଥିଲା ଏବଂ ଏହା ଥିଲା ତାଙ୍କ ଯୋଗ ସାଧନା ଜନିତ ଅନୁଭୂତିର ଏକ ଅଭିଲେଖା । ୧୯୧୪ ମାର୍ଚ୍ଚ ୨୯ ତାରିଖରେ ପଲ୍ ରିଚାର୍ଡଙ୍କ ପତ୍ନୀ ମୀରା ରିଚାର୍ଡ ପଣ୍ଡିଚେରୀ ଆସି ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ କରିଥିଲେ । ତାଙ୍କରି ସହାୟତାରେ ଆର୍ଯ୍ୟ ନାମକ ପତି୍ରକା ସେହି ବର୍ଷ ପ୍ରକାଶ ପାଇଲା । ପରେ ଏହି ମୀରା ରିଚାର୍ଡ ପୁନର୍ବାର ପଣ୍ଡିଚେରୀ ଫେରି ଆଶ୍ରମର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ । ତାଙ୍କର ଜାତୀୟତା ଉପରେ ପୁସ୍ତକ, ବେଦ, ଉପନିଷଦ ଉପରେ ଗବେଷଣା ସମ୍ବନ୍ଧୀୟ ପ୍ରବନ୍ଧ, ଭାଗବତ ଗୀତାର ବ୍ୟାଖ୍ୟା, ଲାଇଫ୍ ଡିଜାଇନ୍, ସୁପରମ୍ୟାନ୍ ,ଆଇଡିଆଲ୍ ଅଫ୍ ହୁ୍ୟମାନିଟି ପରି ମହାନ୍ ଗଦ୍ୟରଚନା, ସାବିତ୍ରୀ ପରି ମହାକାବ୍ୟ ତାଙ୍କୁ ଜଣେ ଉଚ୍ଚକୋଟୀର ସାହିତି୍ୟକର ପରିଚୟ ଦେଇଥିଲା । ତାଙ୍କର ଆଧ୍ୟାତ୍ମିକ ସାଧନା ସମଗ୍ର ବିଶ୍ୱକୁ ଆଲୋକିତ କରିଥିଲା । ଯାହାଦ୍ୱାରା ସମଗ୍ର ବିଶ୍ୱ କେବଳ ରାଜନୈତିକ, ସାମାଜିକ ଅତ୍ୟାଚାର ନୁହେଁ ବରଂ ମାନସିକ ଅଜ୍ଞତାର ଜଞ୍ଜିରକୁ ଭାଙ୍ଗି ଈଶ୍ୱରଙ୍କ ନିକଟବର୍ତ୍ତୀ କରିବ । ଯେଉଁ ଉଚ୍ଚତମ ସିଦ୍ଧାନ୍ତ ମନ ଭିତରେ ଦବି ରହିଥାଏ ତାହା ଯୋଗଦ୍ୱାରା ହିଁ ଚେତନାରେ, ଶକ୍ତିରେ, ସୌନ୍ଦର୍ଯ୍ୟରେ, ପ୍ରେମରେ, ବିବେକରେ, ପ୍ରକାଶରେ ବିକାଶ ହୋଇଥାଏ । ସ୍ୱାଧୀନତା ଦିବସର ପ୍ରଥମ ଦିବସରେ ଶ୍ରୀଅରବିନ୍ଦ କହିଥିଲେ ଯେ, “ଏହି ଦିନକୁ ଆମ ଦେଶର ଏକ ମହତ୍ତ୍ୱପୂର୍ଣ୍ଣ ଦିବସ ରୂପେ ଗଢ଼ି ତୋଳିବୁ ଯାହାଦ୍ୱାରା ସମଗ୍ର ବିଶ୍ୱ ପାଇଁ ଏହା ମାନବିକତାର ଭବିଷ୍ୟତ ନିର୍ମାଣ କରିବାରେ ଏକ ବଡ ÿଭୂମିକା ନେଇପାରିବ । ତାଙ୍କ ମତରେ ଆମର ସମଗ୍ର ଜୀବନ ହେଉଛି ଯୋଗ । ଏହି ଯୋଗର ଅର୍ଥ ହେଲା ମନଠାରୁ ଊଦ୍ଧ୍ୱର୍ରେ ଥିବା ଚେତନାର ବିକାଶ, ଅତିମାନସ ଶକ୍ତିର ବିକାଶ । ମହାମନୀଷୀ ଶ୍ରୀଅରବିନ୍ଦ ୫ ଡିସେମ୍ବର ୧୯୫୦ ମସିହାରେ ଦେହତ୍ୟାଗ କଲେ ସତ, ମାତ୍ର ଏ ସମଗ୍ର ମାନବ ସମାଜର ମଙ୍ଗଳ ପାଇଁ ନିଜର ସାଧନା ବଳରେ ଯେଉଁ ଅତିମାନସ ଶକ୍ତିକୁ ପୃଥିବୀ ପୃଷ୍ଠକୁ ଅବତରଣ କରାଇଥିଲେ, ସେହି ଶକ୍ତିକୁ ଅନୁଭବ କରି ଯଦି ଏକତି୍ରତ ହୋଇ ତାଙ୍କର କାର୍ଯ୍ୟକୁ ଉତ୍ସାହ ସହ, ନିଷ୍ଠା ଓ ଏକାଗ୍ର ଚିତ୍ତରେ ଭାରତବର୍ଷର ବିକାଶ ପାଇଁ କାର୍ଯ୍ୟ ନିରନ୍ତର ଜାରି ରଖିବା ତାହାହିଁ ହେବ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପ୍ରତି ଆମ୍ଭମାନଙ୍କର ପ୍ରକୃତ ଶ୍ରଦ୍ଧାଞ୍ଜଳି ଏବଂ ଭଲ ପାଇବା ।
ମୋ:୯୮୫୩୩୫୦୩୮୪