ଭାରତୀୟ ଯବାନଙ୍କ ପାଇଁ ପଠାଗଲା ରାକ୍ଷୀ
କବାଟବନ୍ଧ: ଭାରତୀୟ ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ । ସଚେତନ ନାଗରିକ ମଞ୍ଚ ଓ ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଚଉଷଠିପଡା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ରାକ୍ଷୀ ପ୍ରସ୍ତୁତି କାର୍ଯ୍ୟକ୍ରମସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିଲା । ପାଖାପାଖି ଦୁଇହାଜର ରାକ୍ଷୀ ସଂଗ୍ରହ କରାଯାଇ ଛାତ୍ରଛାତ୍ରୀ ଓ ସଚେତନ ନାଗରିକ ମଂଚର ସଭ୍ୟ ଆର୍ମି କାର୍ଯ୍ୟାଳୟକୁ ରେଳ ବିଭାଗ ଡାକ ମାଧ୍ୟମରେ ପଠାଇଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶାତ୍ମ ବୋଧକ ସଂଗୀତ ଓ ନୃତ୍ୟ ପରିବେଶଣ କରିବାସହିତ ଏକ ପାଟୁଆରରେ ତୀରଙ୍ଗା ପତାକା ଶହ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପହଁଚିଥିଲେ । ଦେଶର ବୀର ଯବାନ ଭାଇ ମାନଙ୍କ ମଙ୍ଗଳକାମନା ପାଇଁ ପୂଜାର୍ଚନା କରିବା ସହ ଦେଶରେ ଏକତା ଓ ଶାନ୍ତି ପାଇଁ ଭାରତ ମାତାଙ୍କ ଜୟ ଗାନ କରାଯାଇଥିଲା । ପାକିସ୍ତାନ ଓ ଚୀନସୀମାନ୍ତ ସୈନ୍ୟ ବାହିନୀଙ୍କ ନିକଟରେ ଏହି ରାକ୍ଷୀ ପହଁଚିବ ଓ ଏହା ରାଷ୍ଟ୍ର ପ୍ରେମର ବାର୍ତାବହ ହେବ ବୋଲି ସରୋଜ ବେହେରା ମତ ଦେଇଛନ୍ତି । ସେହିପରି ସ୍କୁଲର ଛାତ୍ରୀ କୀର୍ତି କହିଛନ୍ତି ଯବାନ ଭାଈ ଘରକୁ ରାକ୍ଷୀ ପୂର୍ଣ୍ଣିମାରେ ଆସିପାରୁନଥିବାରୁ ସେମାନଙ୍କୁ ହାତ ତିଆରି ରାକ୍ଷୀ ପଠାଉଛୁ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନୁ ଟୁଡୁ, ଦେବେନ୍ଦ୍ର ସାମନ୍ତ, ସୋମ୍ୟାଶ୍ରୀ ରାଜେଶ୍ୱରୀ, ପ୍ରିୟଙ୍କା ସାହୁ, ମନୋଜ କୁମାର ପୃଷ୍ଟି, ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା ପଙ୍କଜ ମଲ୍ଲ, ଯଶବନ୍ତ ସାହୁ, ତପନ ଦଳାଇ, ସୁରେସ ସାହୁ, କୁଷ୍ଣ ପୃଷ୍ଟି, ସୋମ୍ୟ ସାହୁ ଉପସ୍ଥିତ ରହିଥିଲେ ।