ଭିନ୍ନକ୍ଷମଙ୍କୁ ସରକାରୀ ସୁବିଧା ଦିଆଯାଉ
ବନ୍ତ : ଓଡିଶା ବିକଳାଙ୍ଗ ମଞ୍ଚ ଶାଖା ଭଦ୍ରକ ଜିଲ୍ଲା ସମ୍ପାଦକ ମନୋରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବନ୍ତ ବ୍ଲକରୁ ପ୍ରାୟ ୪୫ଜଣ ଭିନ୍ନକ୍ଷମ ଭାଇ ଓ ଭଉଣୀଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଯାଇଥିବା ନିଷ୍ପତି ଅନୁଯାୟୀ ଜିଲ୍ଲା ସମ୍ପାଦକ ମନୋରଞ୍ଜନ ତ୍ରିପାଠୀଙ୍କ ସହିତ ଅନ୍ୟ ୫ଜଣ ସଦସ୍ୟ ଉପସ୍ଥିତ ରହି ବନ୍ତ ବ୍ଲକ ଏବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କୁ ଭେଟି ସାକ୍ଷାତ କରି ମୁଖ୍ୟ ୩ଟି ଦାବି ଉପରେ ଆଲୋଚନା କରାଯାଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ହେଲା, ଅନ୍ତୋଦୟ ଗୃହ ଯୋଜନାରେ ବ୍ଲକରେ ଥିବା ସମସ୍ତ ପଞ୍ଚାୟତରେ ଥିବା ସମସ୍ତ ଯୋଗ୍ୟ ଭିନ୍ନକ୍ଷମ ଭାଇ ଓ ଭଉଣୀଙ୍କୁ ସାମିଲ କରି ସେମାନଙ୍କ ନାମକୁ ପୋର୍ଟାଲକୁ ଉଠାଇବା ସହିତ ଗହ ପ୍ରଦାନ କରାଯାଉ, ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ୫ଶତକଡା ସଂରକ୍ଷଣ ଆଧାରରେ ବ୍ଲକରେ ଥିବା ସମସ୍ତ ୨୫ ପଞ୍ଚାୟତରେ ସମସ୍ତ ଯୋଗ୍ୟ ଗରିବ ଅସହାୟ ଅବହେଳିତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଗୃହ ଯୋଗାଇ ଦିଆଯାଉ । ଅନ୍ତୋଦୟ ଅନ୍ନ ଯୋଜନାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାମିଲ କରି ତୁରନ୍ତ ଅନ୍ତୋଦୟ କାର୍ଡ ଯୋଗାଇ ଦିଆଯାଉ ଆଦି ଦାବି ରଖିଥିଲେ । କାର୍ଯ୍ୟକ୍ରମରେ ମନୋରଞ୍ଜନ ତ୍ରିପାଠୀ ଜିଲ୍ଲା ସମ୍ପାଦକ ଓଡ଼ିଶା ବିକଳାଙ୍ଗ ମଞ୍ଚ ଶାଖା ଭଦ୍ରକ ହ୍ରୁଦାନନ୍ଦ ପାଢୀ ବ୍ଲକ୍ ସମ୍ପାଦକ ଓଡ଼ିଶା ବିକଳାଙ୍ଗ ମଞ୍ଚ ଶାଖା ବନ୍ତ, ପ୍ରମୋଦ ଜେନା, ରମେଶ ଜେନା, ବଂଶୀଧର ଜେନା, ଲକ୍ଷ୍ମୀକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।