ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ସମ୍ବର୍ଦ୍ଧନା ସଭା
ଦଶରଥପୁର: ଏହିବ୍ଲକ ବ୍ଲକ୍ ତରପଦା ପଞ୍ଚାୟତ ପତିରି ଗ୍ରାମ ପଡ଼ିଆଠାରେ ଦଶରଥପୁର ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଭୁଦେବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେଅତିଥିଭାବେ ଯାଜପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ମୃତୁ୍ୟଞ୍ଜୟ ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ସଭ୍ୟ ନରେନ୍ଦ୍ର ଜେନା, ପ୍ରବକ୍ତା ସୈରବ ରାଉତ, ଜିଲା ସଭାପତି ସମୀର କୁମାର ନାୟକ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର, ଯାଜପୁର ଜିଲା ବଜରଙ୍ଗ ସଂଯୋଜକ ବସନ୍ତ ପାତ୍ର ପ୍ରମୁଖ ଯୋଗଦେଇ ରାମନବମୀ କାର୍ଯ୍ୟକ୍ରମରେ ସଫଳ ଶୋଭାଯାତ୍ରାର ନେତୃତ୍ୱ ନେଇଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ଲୋକନାଥ ଦାସ, ପ୍ରୀତିରଞ୍ଜନ ଜେନା, ଦୀପକ ଜେନା, ତାପସ ଜେନା, ନନ୍ଦନ କୁମାର ବେହେରା, ଦେବାଶିଷ ଦେବ, ପ୍ରକାଶ ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।