ଭିନ୍ନକ୍ଷମ ଝିଅର ଆଶାବାଡ଼ି ସାଜିଛନ୍ତି ବୃଦ୍ଧ ପିତାମାତା 

ଚାନ୍ଦବାଲି : ଭିନ୍ନକ୍ଷମ ମହିଳା ପାଇଁ ସରକାରୀ ସୁଭିଧା ସାତ ସପନ । ୪୦ବର୍ଷ ଝିଅର ଆଶାବାଡି ସାଜିଛନ୍ତି ୮୦ବର୍ଷର ବୃଦ୍ଧ ପିତା ମାତା । ଭାଗ୍ୟକୁ ଆଦରି ଭିନ୍ନକ୍ଷମ ଝିଅକୁ ଧରି ବାହୁନି ବାହୁନି କାନ୍ଦୁଛି ଜନ୍ମଦାତ୍ରୀ ମା’ । ପରିଣତ ବୟସରେ ବୃଦ୍ଧ ବାପା ପରର ମୁଲ ଲାଗି ଯାନ୍ତି ସେଥିରେ ଚଳି ଯାଆନ୍ତି ପୁରା ପରିବାର । ବୃଦ୍ଧ ଦମ୍ପତିଙ୍କ ଦୁଇଟି ପୁଅ ଥିଲେ ମଧ୍ୟ୍ୟ ସେମାନେ ଏ ବୟସରେ ହାତଛାଡି ଚାଲି ଯାଇଛନ୍ତି । ଦିନରେ ଓଳିଏ ଖାଇଲେ ଆରଓଳି ଉପାସ ରହିବାକୁ ପଡୁଛି ଆଖିର ଲୁହକୁ ଓଠରେ ପିଇ ଭିନ୍ନକ୍ଷମ ଝିଅକୁ ଧରି ଦିନ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି । ଏ ମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚÿାୟତ ଖଦାଳ ପୋଖରୀ ଗ୍ରାମରେ । ସନ୍ଥ ଦାସଙ୍କ ଝିଅ ରମା ଦାସ ବୟସ ୪୦ପାର ହେଲାଣି ସେ ଜନ୍ମରୁ ଭିନ୍ନ କ୍ଷମ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ସୁଭିଧା ରୁ ବଞ୍ଚିତ ଅଛନ୍ତି । ୮୦ ବୃଦ୍ଧ ପିତାମାତା ଭିନ୍ନ କ୍ଷମ ଝିଅର ରମା ଦାସ ର ଆଶାବାଡି ସାଝିଛନ୍ତି । ଭିନ୍ନକ୍ଷମ ଝିଅକୁ ସମସ୍ତ ସରକାରୀ ସୁଭିଧା ଯୋଗାଇ ଦେବା ପାଇଁ ପୂର୍ବତନ ସରକାରଙ୍କ ପାଖରୁ ଆରମ୍ଭ କରି ନୂତନ ସରକାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ୍ୟ କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି । ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ଭିନ୍ନ କ୍ଷମ ଝିଅକୁ ଧରି ସରକାରୀ ସହାୟତା କୁ ଅପେକ୍ଷା କରିଛନ୍ତି । ତୁରନ୍ତ ଏହି ଭିନ୍ନ କ୍ଷମ ମହିଳାଙ୍କୁ ସମସ୍ତ ସରକାରୀ ସୁଭିଧା ଯୋଗାଇ ଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।