ଭିସା ଗ୍ରୁପ ଦ୍ୱାରା ନୂତନ କୋପା ଲ୍ୟାବ ସ୍ଥାପନ
କଳିଙ୍ଗନଗର: ଭିସା ଗ୍ରୁପ ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଯାଜପୁରରେ କମ୍ପୁ୍ୟଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଡ ଲ୍ୟାବ ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକୀୟ ଉପକରଣ ଏବଂ ସଫ୍ଟୱେର୍ ସହିତ କମ୍ପୁ୍ୟଟର ଦାନ କରିଛି । ଏହି ପଦକ୍ଷେପର ଲକ୍ଷ୍ୟ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର-ଆଧାରିତ ବ୍ୟବହାରିକ ଶିକ୍ଷା ଏବଂ ନିଯୁକ୍ତି-ମୁଖୀ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ । ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ଭିସା ଗୃପର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜିଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ସୁଶାନ୍ତ କୁମାର ନାୟକ, ତାଲିମ କେନ୍ଦ୍ରର ଅଧକ୍ଷ ଯନ୍ତ୍ରୀ ପଦ୍ମନ ଚରଣ ସେଠି ଏବଂ ଭିସା ଷ୍ଟିଲ୍ ନିଦେ୍ର୍ଦଶକ ମନୋଜ କୁମାରଙ୍କ ଦ୍ୱାରା ଏହି ଲ୍ୟାବ ଉଦଘାଟନ କରାଯାଇଥିଲା । ଏହି ପଦକ୍ଷେପ କମ୍ପ୍ୟୁଟର-ଆଧାରିତ ତାଲିମରେ ଉଲ୍ଲେଖନୀୟ ଉନ୍ନତି ଆଣିବ, ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ-ପ୍ରାସଙ୍ଗିକ ବିଶେଷଜ୍ଞତା ସହିତ ସଜ୍ଜିତ କରିବ ଏବଂ ସେମାନଙ୍କର ଜ୍ଞାନ ଏବଂ ଦକ୍ଷତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟାପକ ଏବଂ ଛାତ୍ରଏହି ପଦକ୍ଷେପ ପାଇଁ ସେମାନଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି । ଉଦଘାଟନ ଉତ୍ସବକୁ କାରଖାନାର ସିଏସଆର ବିଭାଗର କର୍ମକର୍ତା ପରିଚାଳନା କରିଥିଲେ ।