ମଈପୁରା ମୁହାଁଣରୁ ତିନି ମୁଣାଜାଲ ଜବତ
ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ରାଜନଗର ରେଂଜ ଅନ୍ତର୍ଗତ ଗୁପ୍ତି ସେକ୍ସନର ମଈପୁରା ମୁହାଁଣରୁ ବନବିଭାଗ ପାଟ୍ରୋଲିଂ ଦଳ ତିନୋଟି ମୁଣାଜାଲ ଜବତ କରିଛି । ଜାତୀୟ ଉଦ୍ୟାନର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମୁଣାଜାଲ ବସାଇ ମାଛ ଧରାଯାଉଥିବା ଖବରପାଇ ରେଂଜ ଅଫିସର ଚିତରଂଜନ ବେଉରାଙ୍କ ନିଦେ୍ର୍ଦଶକ୍ରମେ ଗୁପ୍ତି ସେକ୍ସନର ବନପାଳ ବିଭୂତି ଭୂଷଣ ତରାଇ, ବନରକ୍ଷୀ ତ୍ରିଦୀପ ପ୍ରଧାନ ଓ ଦେବପ୍ରସାଦ ମୁଣ୍ଡାଙ୍କ ସମେତ ବନକର୍ମଚାରୀମାନେ ଚଢାଉ କରି ମୁଣାଜାଲ ତିନୋଟିକୁ ଜବତ କରିଥିଲେ । ବନକର୍ମଚାରୀମାନଙ୍କୁ ଦେଖି ମାଛ ଧରାଳୀମାନେ ଚମ୍ପଟ ମାରିଥିଲେ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି ।