ନବଜାତକ ମୁତୃ୍ୟ ଘଟଣାରେ ନୂଆ ମୋଡ଼: ଶିଶୁର ଶବ ବ୍ୟବଚ୍ଛେଦ ପାଇଁ  ପିତାମାତା ଅମଙ୍ଗ 

କାକଟପୁର:  କାକଟପୁରର ସାଇ ହସ୍ପିଟାଲରେ ଗତ ୨୧ ତାରିଖ ଦିନ ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ବେଗୁନିଆବସ୍ତ ଗ୍ରାମର ରଞ୍ଜନ ସ୍ୱାଇଁଙ୍କ ଧର୍ମପନôୀ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ହସ୍ପିଟାଲ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ପରେ ପ୍ରସୂତିଙ୍କୁ ଘରକୁ ଡିସ୍ଚାର୍ଜ କରାଯାଇଥିଲା । କିନ୍ତୁ ଉକ୍ତ ଶିଶୁ କନ୍ୟାର ଚାରିଦିନ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ପିତାମାତା ପୁନର୍ବାର ଉକ୍ତ ହସ୍ପିଟାଲକୁ ଆଣିବା ପରେ ହସ୍ପିଟାଲର କାର୍ଯ୍ୟରତ ଡାକ୍ତର ପରୀକ୍ଷା ନିରୀକ୍ଷା କରିବାପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଶିଶୁକୁ ଭୁବନେଶ୍ୱର ରେଫର କରିବାକୁ ପରମର୍ଶ ଦେଇଥିଲେ କିନ୍ତୁ ଶିଶୁର ପରିବାର ପକ୍ଷରୁ ସାଇ ହସ୍ପିଟାଲଙ୍କୁ ଚିକିସôା କରିବାକୁ ଅଡ଼ି ବସିଥିଲେ । ଏ ସଂକ୍ରାନ୍ତରେ ହସ୍ପିଟାଲର ଭେଷଜ ବିଶେଷଜ୍ଞ ଡଃ ସଂଜୀବ ମହାପାତ୍ର ଶିଶୁର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ତେଣୁ ଆପଣମାନେ ତୁରନ୍ତ ଉନ୍ନତ ଚିକିସôା ନିମନ୍ତେ ସରକାରୀ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ ବୋଲି ବୁଝାଇଥିଲେ, ମାତ୍ର ଏଥିରେ ଶିଶୁର ପିତାମାତା ଅମଙ୍ଗ ହେବାରୁ ବିଳମ୍ବ ଯୋଗୁଁ ଶିଶୁ କନ୍ୟାର ମୁତୃ୍ୟ ଘଟିଥିଲା । ପରେ ପରିବାର ପକ୍ଷରୁ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ମୃତ ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ ପାଇଁ ପରମର୍ଶ ଦେଇଥିଲେ । କିନ୍ତୁ ଶିଶୁ କନ୍ୟାର ପିତାମାତା ବ୍ୟବଚ୍ଛେଦ ପାଇଁ ଅମଙ୍ଗ ହୋଇ ଥାନାରୁ ମାମଲାକୁ ପ୍ରତ୍ୟାହାର କରିନେଇଥିଲେ । ଏଠାରେ ପ୍ରଶ୍ନ ଉଠେ ସରକାରୀ ଡାକ୍ତର ଖାନାରେ ଚିକିସôା ସୁବିଧା କାକଟପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ମିଳୁନଥିବାବେଳେ ଶିଶୁ କନ୍ୟାର ପିତାମାତା ଉନ୍ନତ ଚିକିସôାକୁ କାହିଁକି ଏଡାଇ ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପର ପକ୍ଷରେ କିଛି ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ଉକ୍ତ ଘଟଣାକୁ ଅତିରଞ୍ଜିତ କରି ଖବର ପରିବେଷଣ କରିଥିବାବେଳେ ଖବରର ସତ୍ୟତା ନଥାଇ ଖବର ପରିବେଷଣ ସାଧାରଣରେ ନାପସନ୍ଦ କରାଯାଇଛି । ଏ ସଂକ୍ରାନ୍ତରେ ହସ୍ପିଟାଲର ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀ ମହାପାତ୍ରଙ୍କୁ ପଚାରିବାରେ ସେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ପରିବାର ଲୋକେ ଉନ୍ନତ ଚିକିସôା ନିମନ୍ତେ ଅବହେଳା ପ୍ରଦର୍ଶନ କରିଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ପରିବାରର ଏତଲା ଅନୁଯାଇ ଆଇଆଇସି ଶ୍ରୀ ସାହୁଙ୍କୁ ପଚାରିବାରେ ଶବ ବ୍ୟବଚ୍ଛେଦକୁ ପରିବାର ଲୋକେ ଏଡାଇ ଦେଇ ମାମଲାକୁ ପ୍ରତ୍ୟାହାର କରିନେଇଥିଲେ ।