ମଙ୍ଗଳମ୍ ଟିମ୍ବର୍ସରେ ଶ୍ରମିକ ଆନେ୍ଦାଳନ

ନବରଙ୍ଗପୁର : ନବରଙ୍ଗପୁର ମଙ୍ଗଳମ୍ ଟିମ୍ବର୍ସରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । ଜଣେ ବହିଷ୍କୃତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ୩ ଜଣଙ୍କ ବଦଳି ବାତିଲ୍ ଦାବିରେ ଆନେ୍ଦାଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଗତ ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ତ୍ରିପାକ୍ଷିକ ବୈଠକ ବିଫଳ ହେବା ପରେ ଆନେ୍ଦାଳନ ଜୋର୍ ହେବାରେ ଲାଗିଛି । ବୈଠକରେ ଜିଲ୍ଲାପାଳଙ୍କ ସମେତ ଏସ୍ପି ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ନବରଙ୍ଗଗପୁର ବିଧାୟକ ଗୌରୀଶଙ୍କର ମାଝୀ, ମଙ୍ଗଳମ୍ ଟିମ୍ବର୍ସ ଏଣ୍ଟ ଇନ୍ ଆସୋସିଏସନର ଉପଦେଷ୍ଟା ମାନସ ରଂଜନ ଦାଶ, ସଭାପତି ଟିବୁ ନାୟକ ସମ୍ପାଦକ ସଂଜୟ କୁମାର ପୋଥାଲ, କୋଷାଧ୍ୟକ୍ଷ ରମଣ ପଟ୍ଟନାୟକ, ୟୁନିଟ୍ ହେଡ୍ ଏସ୍ପି ସିଂ, ଏଚଆର୍ ପ୍ରବନ୍ଧକ ଦିଲ୍ଲୀପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଶ୍ରମିକଙ୍କ ଦାବି ସମ୍ପର୍କରେ ମୁଖ୍ୟାଳୟକୁ ଜଣାଇ ନିଷ୍ପତ୍ତି ନିଆଯିବ ବୋଲି ୟୁନିଟ୍ ହେଡ୍ ଅବଗତ କରିଥିଲେ । ଯାହାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଉଲ୍ଲେଖ ଯେ, ଗତ ଜାନୁଆରୀ ମାସରେ ମଙ୍ଗଳମ୍ ଟିମ୍ବର୍ସ ଏଞ୍ଜେଇଜ୍ ଆସୋସିଏସନର ସାଧାରଣ ସଂପାଦକ ସଂଜୟ କୁମାର ପୋଥାଳ, କର୍ମକର୍ତ୍ତା ନିର୍ମଳ କୁମାର ସୁନା, ତ୍ରିନାଥ ଭତରା, ସମୀର ପଟ୍ଟନାୟକ ଏଭଳି ୪ଜଣ କର୍ମଚାରୀଙ୍କୁ ପରିଚାଳନା କମିଟି ଉଚ୍ଚ କର୍ତ୍ତୃପକ୍ଷ ନିଲମ୍ବନ କରିଥିଲେ । ଏମାନଙ୍କ ମଧ୍ୟରୁ ସମୀର ପଟ୍ଟନାୟକଙ୍କୁ ଚାକିରିରୁ ବହିଷ୍କୃତ କରିଛି କମ୍ପାନୀ । ସେହିପରି ସଂଜୟ, ନିର୍ମଳ ଓ ତ୍ରିନାଥଙ୍କୁ ନିଲମ୍ବନ ହଟାଇ ରାଜସ୍ଥାନ କୋଟା ଜିଲ୍ଲାର ମୋରକରେ ଥିବା ମଙ୍ଗଳମ୍ ସିମେଣ୍ଟକୁ ବଦଳି କରାଯାଇଛି । ଯାହାକୁ ନେଇ ଶ୍ରମିକ ଅଶାନ୍ତି ଦେଖାଦେବା ସହ ପ୍ଲାଣ୍ଟ ପରିସରରେ ସଂଘର ସଭ୍ୟମାନେ ଆନେ୍ଦାଳନ କରିଥିଲେ । ସମୀରଙ୍କ ପୁନଃ ନିଯୁକ୍ତି ସହ ଅନ୍ୟ ତିନି ଜଣଙ୍କ ବଦଳି ବାତିଲ କରିବାକୁ ଦାବି କରିଥିଲେ ଶ୍ରମିକ । ତେବେ ଦାବି ପୂରଣ ହେବା ପର୍ଯ୍ୟନ୍ତ ସଂଘର ୮୪ ସଭ୍ୟ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରିବେ ବୋଲି ସଂଘର ସଭାପତି, ସମ୍ପାଦକ ଓ ଉପଦେଷ୍ଟା ଚେତାବନୀ ଦେଇଛନ୍ତି । ତୁରନ୍ତ ସମସ୍ୟାର ସମାଧାନ କରି ଶ୍ରମିକ ଅଶାନ୍ତିକୁ ବନ୍ଦ କରିବାକୁ କହିଛନ୍ତି ବିଧାୟକ ଶ୍ରୀ ମାଝୀ ।