ପ୍ରବାସୀ ଭାରତୀୟ ଦିବସ ପାଳିତ
କେନ୍ଦ୍ରାପଡା: କେନ୍ଦ୍ରାପଡାର ସମସ୍ତ ଶିକ୍ଷା ବିଭାଗ ଆନୁକୂଲ୍ୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ୨୦୨୫ ପାଳିତ ହୋଇଯାଇଛି । ଜିଲ୍ଲାର ୯ଗୋଟି ବ୍ଲକର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷା ଅଧିକାରୀ ଲୋକ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦିପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୈାର ଅଧ୍ୟକ୍ଷା ସରିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ସାଂସଦଙ୍କ ପ୍ରତିନିଧି କିଶୋର କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ମିଶ୍ର, ମଣ୍ଡଳ ଶିକ୍ଷା ଅଧିକାରୀ ଚିତ ରଞ୍ଜନ ଜେନା, ବଳଦେବ ଜେନା, ଅଶୋକ ବଳିଆର ସିଂହ, ଦେବଦତ ଶତପଥୀ, ମନୋରଞ୍ଜନ ପଟ୍ଟନାୟକ, ବଳଦେବ ଉପାଧ୍ୟାୟ, ମିନତୀ ସେଠୀ ପ୍ରମୁଖ ଉପସ୍ଥିତ ରହି ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଇକେଲ ଚାଳନା, କୁଇଜ, ପୋଷ୍ଟର, ରଚନା ଉପସ୍ଥାପନା ଆଦି ପ୍ରସ୍ତୁତି କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଂଯୋଜିକା କିରଣ ତୃଷ୍ଣା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।