ମଙ୍ଗଳା କଲେଜର ନୂତନ ଅଧ୍ୟକ୍ଷ ଡ. ସଂଗ୍ରାମ
କାକଟପୁର: ପୁରୀ ଜିଲ୍ଲା କାକଟପୁରର ସର୍ବପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଙ୍ଗଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଡ. ସଂଗ୍ରାମ ଛାଟୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡ. ଛାଟୋଇ ଏହି ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ । ପୂର୍ବତନ ଅଧ୍ୟକ୍ଷ ବିନୋଦ ବିହାରୀ ବେହୁରା ଅବସର ନେବା ପରେ ଡ. ଛାଟୋଇଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ନିଯୁକ୍ତି ପର୍ବରେ ଅଧ୍ୟାପକ ଲଲାଟେନ୍ଦୁ ସ୍ୱାଇଁ, ସୁକାନ୍ତ ମହାରଣା, ସୁବ୍ରତ କୁମାର ନାୟକ, ଶଶିଭୂଷଣ ମୁଦୁଲି, ଅଭିମନୁ୍ୟ ରାଉତ, ମନୋଜ କାଣ୍ତି, ଲଲାଟେନ୍ଦୁ ସ୍ୱାଇଁ, ସୁକାନ୍ତ ମହାରଣା, ଅଧ୍ୟାପିକା ବେଞ୍ଜୁଲତା ସ୍ୱାଇଁ, କବିତା ତିଆଡି ଓ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଯୋଗଦେଇ ନୂତନ ଅଧ୍ୟକ୍ଷ ଡ. ଛାଟୋଇଙ୍କୁ ପୁଷ୍ପ ଗୁଚ୍ଛଦେଇ ସ୍ୱାଗତ କରିଥିଲେ । ଡ. ଛାଟୋଇ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ଦୂର କରିବା ଦିଗରେ ଗୁରୁତ୍ୱାରୋପ କରିବେ ବୋଲି ପ୍ରକାଶ କରିଛନ୍ତି ।