ମଜଦୁର ସଂଘ ପ୍ରତିଷ୍ଠା ଦିବସ
ପୁରୀ : ଭାରତୀୟ ମଜଦୁର ସଂଘ ପୁରୀ ଜିଲ୍ଳା ଶାଖାର ୭୦ତମ ପ୍ରତିଷ୍ଠା ଦିବସ ଜିଲ୍ଳା କାର୍ଯ୍ୟାଳୟରେ ପାଳିତ ହୋଇଛି । ଜିଲ୍ଲା ସଭାପତି ରାଜକୁମାର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଟ୍ରେଡ ୟୁନିୟନ୍ ବିଦୁ୍ୟତ୍, ରେଲୱେ, ଆଶାକର୍ମୀ, ଉଜାଲା ଓ ଅଙ୍ଗନୱାଡି କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ପୁରୀ ଜିଲ୍ଳା ସମ୍ପାଦକ ବିଶ୍ୱନାରାୟଣ ଦାଶ, କାର୍ଯ୍ୟକାରୀ ସଭାପତି ପ୍ରତିମା ମଞ୍ଜରୀ ଦତ୍ତ, ଜିଲ୍ଲା କୋଷାଧ୍ୟକ୍ଷ ମଞ୍ଜୁଲତା ମୁଦୁଲି, ବିଦୁ୍ୟତ ସଂଘ ସଭାପତି ଗିରିଜା ଶଙ୍କର ହୋତା, ସମ୍ପାଦକ ବସନ୍ତ ପଲେଇ, ରେଲୱେ ଠିକା ମଜଦୁର ସଂଘ ସମ୍ପାଦକ ସନ୍ତୋଷ ପ୍ରଧାନ, ପ୍ରିୟବ୍ରତ ଜେନା ପ୍ରମୁଖ ଉପସ୍ଥିତ ରହି ଭାରତୀୟ ମଜଦୁର ସଂଘ ଭାରତର ସବୁଠାରୁ ବଡ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ । ଏହାର ଉଦେ୍ଦଶ୍ୟ ଶ୍ରମିକଙ୍କ ଅଧିକାର, ସମ୍ମାନ ଓ ସୁବିଧା ପାଇଁ ସଂଘବଦ୍ଧ ଭାବେ ଦାବି ଉଠାଇବା, ସେମାନଙ୍କୁ ଶିକ୍ଷିତ, ସଚେତନ ଓ ସ୍ୱାଭିମାନି ବୋଲି କହିଥିଲେ । ଏହି ସଂଘ ବୃହତ ଟ୍ରେଡ୍ ୟୁନିୟନ୍ ଭାବରେ ପରିଗଣିତ । କଳକାରଖାନା, ରେଲୱେ, ଯାଜଚାଳକ, ଶିକ୍ଷିକା, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଆଦିଙ୍କୁ ସଂଘଠିତ କରିଥାଏ ଏହି ସଂଘ । ସଂଘର ଏହିଭଳି ଗଭୀର ସାମାଜିକ ଭୂମିକା ରହିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଆଶାକର୍ମୀ ଜୟନ୍ତୀ ପ୍ରଧାନ, ରିତା ମାଝୀ, ଉଜାଳାର ରଞ୍ଜିତା ଦାସ, କୁମୁଦିନୀ ସାହୁ, ସଂଯୁକ୍ତା ରଥ, ଓଏଲ୍ଏମ୍ର ସରସ୍ୱତୀ ଜେନା, ଯୋଗେନ୍ଦ୍ର ପାତ୍ର, ଅଙ୍ଗନୱାଡି ସଂଗଠନର ସୂର୍ଯ୍ୟକାନ୍ତି ପ୍ରଧାନ, ଶୁଭ୍ରତାରିଣୀ ମହାନ୍ତି, ସୁଷମା ବେହେରା ପ୍ରମୁଖଙ୍କୁ ଜିଲ୍ଲା ସଭାପତି ଶ୍ରୀ ମିଶ୍ର ସମ୍ମାନିତ କରିଥିଲେ ।