ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ
ଆନନ୍ଦପୁର : ଚଳିତ ବର୍ଷ ସ୍ୱାଧୀନତା ଦିବସ କିପରି ପାଳନ କରାଯିବ ସେନେଇ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଦରବାର ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୪ ଘଟିକା ସମୟରେ ରାମଧୁନ୍ ଗାନ, ୭ ଘଟିକାରୁ ୭.୩୦ ମିନିଟ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପତାକା ଉତୋଳନ, ୯ ଘଟିକା ସମୟରେ ସ୍ଥାନୀୟ ଷ୍ଟାଡିୟମ ପଡିଆରେ ପାଳନ କରାଯାଉଥିବା ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପତାକା ଉତୋଳନ, ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଉପକାରାଗାର, ମେଡିକାଲରେ କଏଦୀ ଏବଂ ରୋଗୀଙ୍କୁ ମିଷ୍ଟାନ ଏବଂ ଫଳ ବଣ୍ଟନ, କବିତା ଆସର ଇତ୍ୟାଦି କାର୍ଯ୍ୟକ୍ରମ ହେବାକୁ ନିଷ୍ପତି ନିଆଯାଇଛି । ସହକାରୀ ଜିଲ୍ଲାପାଳ ତପନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଧନେଶ୍ୱର ସେଠୀ, ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଆନନ୍ଦପୁର ଥାନା ଅଧିକାରୀ ଅନିଭୂଷଣ ନାଏକ, ବିଇଓ, ପ୍ରଧାନଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।