ମଣ୍ଡଳସ୍ତରୀୟ ପରିବେଶ ପ୍ରଦର୍ଶନୀ
ପୁରୀ: ପୁରୀ ସଦର ସ୍ଥିତ ବୀରହରେକୃଷ୍ଣପୁର ନୋଡାଲ ହାଇସ୍କୁଲରେ ମଣ୍ଡଳସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ମୁଖ୍ୟଅତିଥି ଭାବେ ଜିଲ୍ଳା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଯୋଗଦାନ କରିଥିଲେ । ଏହି ଅବସରରେ ଶ୍ରୀ ପାଢୀ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା ଓ ଅନୁସନ୍ଧିସôା ସୃଷ୍ଟି ହେଲେ ସେମାନେ ଜୀବନରେ ଉତ୍ତରୋ ତ୍ତର ଉନ୍ନତି କରିପାରିବେ । ସମ୍ମାନିତଅତିଥି ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ପୁରୀ ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନ ଉପାଧ୍ୟକ୍ଷ ଦେବସ୍ମିତା ମହାପାତ୍ରଳ ସମାଜସେବୀ ଜଟାଧାରୀ ମିଶ୍ର, ପୂର୍ବତନ ଛାତ୍ର ସଂସଦର ସଦସ୍ୟ ଗଙ୍ଗାଧର ଜେନା, ସ୍କୁଲ ପରିଚାଳନା କମିଟି ସଭାପତି ବିଜୟ ଦାସ ଯୋଗଦାନ କରିଥିଲେ ।ପ୍ରଧାନଶିକ୍ଷକ ଅରବିନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ମୁଖ୍ୟଅତିଥି ବିଜୁ ଜନତା ଦଳ ଜିଲ୍ଲା ସଭାପତି ଦିବାକର ପାତ୍ର ଯୋଗଦାନ କରି ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ସେବା କାର୍ଯ୍ୟରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର, ଜିଜ୍ଞାଶା ପିଲାମାନଙ୍କ ଧେୟ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ମଣ୍ଡଳ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ, ପୋଲି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିବରାମ ମିଶ୍ର, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରତ୍ନାକର ବେହେରା, ଶାରଦା ବିହାର ହାଇସ୍କୁଲ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କରଙ୍କ ତତ୍ତ୍ୱଧାନରେ ପରିଚାଳିତ ଏହି ପ୍ରଦର୍ଶନୀ ମେଳାରେ ୭ଟି ଉପବିଭାଗ ମଧ୍ୟରୁ ମନୋନିତ କରାଯାଇଛି । ପ୍ରଦର୍ଶନୀ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଗଦାଧର ହାଇସ୍କୁଲର ଛାତ୍ରୀ ଦୀକ୍ଷା ମିଶ୍ର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ସାରସ୍ୱତ ସେକେଣ୍ଡାରୀ ହାଇସ୍କୁଲର ଛାତ୍ରୀ ରୂପଶ୍ରୀ ସାହୁ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ଓଡ଼ିଆ ଆଦର୍ଶ ସ୍କୁଲ ଛାତ୍ର ଆୟୁଷ କୁମାର । ବିଚାରକ ବିଜ୍ଞାନ ଶିକ୍ଷକ ତ୍ରିଲୋଚନ ବେହେରା, ହେମନ୍ତ ପ୍ରଧାନ, ଅଜୟ ଜେନା, ଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ବିଦ୍ୟାଧର ମିଶ ଯୋଗଦେଇଥିଲେ ।