ମଣ୍ଡିରୁ ଉଠୁନି ଧାନ: ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ମଣ୍ଡିରୁ ଉଠୁନି ଧାନ: ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ମଣ୍ଡିର ଶୁଭାରମ୍ଭ ହୋଇଥିଲେ ସୁଦ୍ଧା ମଣ୍ଡିରୁ ଉଠୁ ନାହିଁ ଧାନ ଆଜି ପର୍ଯ୍ୟନ୍ତ ମଣ୍ଡି ଗୁଡିକରେ ଚାଷୀମାନେ ଖରାବର୍ଷାରେ ଗତ ଏକ ସପ୍ତାହ ଧରି ଧାନ ରଖିଥିଲେ ମଧ୍ୟ ଚାଷୀମାନଙ୍କୁ ଟୋକନ ଦିଆ ନଯିବା ଏବଂ ନିଜ ଧାନକୁ ଜଗି ରହିବା ପାଇଁ ମଣ୍ଡିର କର୍ମଚାରୀମାନେ ବାଧ୍ୟ କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ଉପସଭାପତି ତଥା ପ୍ରବକ୍ତା ପ୍ରଦୀପ ମାଝୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୋହନ ସରକାର ଯାହା କୁହନ୍ତି ତାହା କାର୍ଯ୍ୟରେ ପରିଣତ ହୁଏନାହିଁ ବୋଲି ଆଜି ଏକ ପ୍ରତିନିଧି ଦଳ ବିଭିନ୍ନ ମଣ୍ଡି ପରିଦର୍ସନ କରି ତାହାର ସତ୍ୟତା ଜାଣିବାକୁ ପାଇଲେ । ଜାତୀୟ ରାଜପଥ କଡରେ ଥିବା ଶିଖପାଲ୍ଲୀ ମଣ୍ଡିରେ ଚାଷୀମାନେ ଧାନ ରଖିଥିଲେ ମଧ୍ୟ ସେମାନଙ୍କର ଆଇ ଟେଷ୍ଟ କରା ଯାଇଥିଲା କିନ୍ତୁ ତାଙ୍କୁ ଧାନ ଦେଇଥିବା ରସିଦ ପ୍ରଦାନ କରା ଯାଇ ନାହିଁ । ଏଥିସହ ଦାୟିତ୍ୱରେ ଥିବା କର୍ମଚାରୀମାନେ ତୁମ ଧାନକୁ ତୁମେ ଜଗିକି ରୁହ, ଚୋରୀ ହେଲେ ଆମେ ଦାୟୀ ନୁହେଁ ବୋଲି ଚାଷୀମାନଙ୍କୁ ଧମକାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସେ ସମ୍ବନ୍ଧରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକରୁ ସେମାନେ ପ୍ରକାଶ କରିଥିଲେ । ଲାଇନ ନଥିବାରୁ ସେମାନଙ୍କୁ ରସିଦ ଦିଆ ଯାଇପାରୁନାହିଁ । କିନ୍ତୁ ଉପସ୍ଥିତ ଶତାଧୀକ ଚାଷୀ ଏହାକୁ ମିଥ୍ୟା କଥା ବୋଲି ଅଭିଯୋଗ କରିଥିଲେ । ଚାଷୀମାନଙ୍କୁ ଝୋଟ ଅଖାବସ୍ତା ଯୋଗାଇ ଦିଆ ଯିବ ବୋଲି ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଝୋଟ ଅଖାବସ୍ତା ଯୋଗାଇ ଦିଆ ଯାଇନାହିାଁ  ସାରା ରାଜ୍ୟରେ ମିଲରମାନେ ଦୀର୍ଘ ବର୍ଷ ଧରି ଅରୁଆ ଚାଉଳ ପାଇଁ କ୍ୱିଂଟାଲ ପ୍ରତି ୧୫ ଟଙ୍କା ଏବଂ ଉସୁନା ଚାଉଳ ପାଇଁ ୨୫ ଟଙ୍କା ପାଉଥିଲା ବେଲେ ଏହାକ ବୃଦ୍ଧି କରିବା ପାଇଁ ସଂଘ ଦାବି କରି ଆସୁଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉ ନଥିବାରୁ ମିଲରମାନେ ଧାନ ଉଠାଉ ନଥିବା ସମସ୍ୟା ଉପୁଜିଛି । ପଡୋଶୀ ରାଜ୍ୟ ଛତିଶଗଡରେ ଚାଉଳ କ୍ୱିଂଟାଲ ପ୍ରତି ମିଲିଙ୍ଗ ପାଇଁ ୮୦ ଟଙ୍କା ଦେଉଥିଲା ବେଳେ ଓଡିଶା ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ମିଲର ସଂଘ ଅଭିଯାଗ କରିଛନ୍ତିା ଆସନ୍ତା ଜାନୁଆରି ୧୦ ତାରିଖ ମଧ୍ୟରେ ଜିଲ୍ଲାର ଚାଷୀଙ୍କ ସମସ୍ୟା ଓ ପ୍ରତି ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ସହ ରସିଦ ପ୍ରଦାନ ଏବଂ ପାଂଚଦିନ ମଧ୍ୟରେ ଚାଷୀଙ୍କ ଖାତାକୁ ବିକ୍ରି ଅର୍ଥ ଦିଆ ନ ଗଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବା ଓ ଚାଷୀ ଆନେ୍ଦାଳନ କରି ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି ।