ମଣ୍ଡିରେ ଧାନ ବିକି ପାରୁ ନାହାଁନ୍ତି ଚାଷୀ, ଅଭିଯୋଗ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କୋରୋ ମଣ୍ଡିରେ ପଞ୍ଜିକୃତ ଚାଷୀମାନେ ସେମାନଙ୍କର ଧାନ ବିକ୍ରି କରିପାରୁ ନଥିବା ଅତିରିକ୍ତ ଉପ ଜିଲ୍ଲାପାଳ ଅଶୋକ କୁମାର ଦାସଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ପ୍ରାୟ ମଣ୍ଡିରେ ଶତାଧିକ ଚାଷୀ ପ୍ରତିବର୍ଷ ଏହି ମଣ୍ଡିରେ ଧାନ ବିକ୍ରି କରି ଆସୁଛନ୍ତି । କିନ୍ତୁ ଚଳିତ ବର୍ଷ ଏମାନେ ଟୋକାନ ପାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଧାନ ଦେଇପାରି ନଥିବାରୁ ଏହି ଚାଷୀମାନେ ନିରାଶ ହୋଇ ଯାଇଛନ୍ତି । ଚାଷୀମାନେ ବାରମ୍ବାର ମଣ୍ଡିକୁ ଗଲେ ମଧ୍ୟ ମଣ୍ଡି ସମ୍ପାଦକ ଟାର୍ଗେଟ ନଥିବାରୁ ଧାନ ବିକ୍ରି କରାଯାଇ ପାରିବ ନାହିଁ ବୋଲି କହିବାରୁ ଏହି ଚାଷୀମାନେ ଅତିରିକ୍ତ ଉପ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସେମାନଙ୍କ ଧାନ ସେଠାରେ ବିକ୍ରି କରେଇବା ପାଇଁ ନିଦେ୍ର୍ଦଶ ଦେବାକୁ ଲିଖିତ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ବସନ୍ତ କୁମାର ଜେନା, ସୁବ୍ରତ କୁମାର ସାମଲ, ନୃସିଂହ ଚରଣ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।