ହାତୀର ମୃତଦେହ ଠାବ
ସାରସକଣା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ପୁଣି ମାଈ ହାତୀର ମୃତ ଦେହ ଠାବ ହୋଇଛି । ମିଳିଥିବା ସୂଚନା ମୁତାବକ ବାଙ୍ଗିରିପୋଷି ରେଞ୍ଜ ଅଧିନସ୍ଥ ଗୋଲା ମୁଣ୍ଢାକାଟା ନିକଟରେ ହାତୀର ମୃତୁ୍ୟ ହୋଇଥିବା ଦେଖିବାକୁ ମିଳିଛି । ମୃତର ପ୍ରକୃତ କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ କିଛି ଦିନ ହେଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ହାତୀ ପଲ ବିଭିନ୍ନ ଅଞ୍ଚଳ ବୁଲୁଥିବା କଥା ଶୁଣିବାକୁ ମିଳୁଥିଲା । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ହାତୀର ଆନୁମାନିକ ବୟସ ପ୍ରାୟ ପାଞ୍ଚ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ବିଭିନ୍ନ ସମୟରେ ହାତୀ ମୃତୁ୍ୟ ଘଟଣା ସାମ୍ନାକୁ ଆସୁଥିବା ବେଳେ ବିଭାଗ ଏଥିପାଇଁ କେତେ ତତ୍ପର ରହିଛି ତାହା ଏବେ ଜିଲ୍ଲାବାସୀଙ୍କ ଭିତରେ ପ୍ରଶ୍ନ ସୃଷ୍ଟି କରିଛି । ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ହାତୀମାନଙ୍କ ସୁରକ୍ଷା କଥାକୁ ବିଚାର କରି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।