ମଦ ଜବତ ଜଣେ ଗିରଫ

 ହିନେ୍ଦାଳ  : ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ଉପଖଣ୍ଡ ରସୋଳ ପୁଲିସ ଆଜି ବିପୁଳ ପରିମାଣର ମଦ ଜବତ କରିଛନ୍ତି । ହିନେ୍ଦାଳ ଉପଖଣ୍ଡ ଆରକ୍ଷୀ ଉପଅଧିକ୍ଷକ ସତ୍ୟକୁମାର ନନ୍ଦ ବିଶେଷ ସୂତ୍ରରୁ ଖବରପାଇ ଆଜି ରାସୋଳ ଥାନା ବ୍ରହ୍ମପୁର ଅଞ୍ଚଳର ଏକ ଜଙ୍ଗଲ ଭିତରେରେ ରସୋଳ ଥାନା ଏସଆଇ ପ୍ରତାପ ଦଳେଇ ଓ ଥାନା କର୍ମଚାରୀଙ୍କ ସହ ସଦଳେବଳେ ଚଢ଼ାଉକରି ୩୦ଲିଟର ଦେଶୀ ରନ୍ଧାମଦ, ମଦ ରାନ୍ଧିବା ଡ଼େକଚି, କଡେଇ ଇତ୍ୟାଦି ସାମଗ୍ରୀ ଜବତ କରିବାସହ ଶହେଲିଟର ମଦପୋଚ ନଷ୍ଟ କରିଥିଲେ । ଘଟଣାସ୍ଥଳରୁ ମଦ ରାନ୍ଧୁଥିବା ବ୍ରହ୍ମପୁର ଗ୍ରାମର ବିଚିତ୍ର ନାଏକଙ୍କୁ କେଶନଂ -୧୬୯/୨୦୨୬ରେ ଗିରଫ କରିଛନ୍ତି ।