ବୁରୁସାହିରେ ପରିବା ମଞ୍ଜି ବିତରଣ
କବାଟବନ୍ଧ : ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ଆଦିବାସୀ ଗାଁ ବୁରୁସାହିରେ ସବୁଜ ପରିବା ମଞ୍ଜି ବିତରଣ କରାଯାଇଛି । କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିହାର ରଞ୍ଜନ କରଙ୍କ ତତ୍ୱାବଧାନରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଦିବାସୀ ଅଧୁଷ୍ଠିତ ଗ୍ରାମରେ ପହଁଚି କିପରି ଅପପୃଷ୍ଟି ତଥା ଖାଦ୍ୟ ଅଭାବ ଦୂରୀକରଣ ହୋଇ ପାରିବ ମହିଳା ମାନଙ୍କୁ ସଚେତନତା କରାଇବା ସହିତ କାକୁଡି, ଜହ୍ନି, ଭେଣ୍ଡି, ବରଗୁଡ଼ି, ବାଇଗଣ ସିମ, କଲରା, ବିଲାତି, ଅମୃତଭଣ୍ଡା ମଞ୍ଜି ସବୁଜ ପନିପରିବା ମଞ୍ଜି ଇତ୍ୟାଦି ବଣ୍ଟନ କରାଯାଇଥିଲା । ମଞ୍ଚ ଆବାହକ ସରୋଜକାନ୍ତ ବେହେରା, ତପନ ଦଳାଇ, ଯଶୋବନ୍ତ ସାହୁ ପ୍ରମ୍ମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।