ମଦ ଜବତ, ୧ ଗିରଫ

 ଖଣ୍ଡପଡା : ଖଣ୍ଡପଡ଼ା ଅବକାରୀ କର୍ମଚାରୀମାନେ ଅଁଳାମଡା ଛକରେ ଚଢ଼ଉ କରି ସୁରେଶ ଚନ୍ଦ୍ର ବରାଡ (୫୬)ଙ୍କ ଠାରୁ ୧୫ ଲିଟର ଦେଶୀମଦ ଜବତ କରିବା ସହ ଏକ ବାଇକକୁ ଜବତ କରିଛନ୍ତି । ଚୋରାମଦ କାରବାରରେ ଗିରଫ ସୁରେଶର ଘର ନୟାଗଡ ବ୍ଲକ ନାଟୁଗାଁ ରେ ବୋଲି ଖଣ୍ଡପଡ଼ା ଅବକାରୀ ବିଭାଗ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ଏସ୍ଆଇ ଦୀପକ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ପ୍ରତୁ୍ୟଷ ରଞ୍ଜନ ଦେହୁରୀ ,ଲକ୍ଷ୍ମୀଧର ବେହେରା, ନୀଳଲୋହିତ ମଲ୍ଲିକ, ଶୁଭଶ୍ରୀ  ପାଣିଗ୍ରାହୀ ପ୍ରମୁଖ ଚଢାଉ ଅଭିଯାନରେ ସାମିଲଥିଲେ । ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଛି ।