କନିକା ରିଡିଙ୍ଗ ରୁମର ବାର୍ଷିକୋତ୍ସବ
ରାଜକନିକା: ରାଜକନିକା ବ୍ଲକ୍ ପୁରାତନ ଅନୁଷ୍ଠାନ କନିକା ରିଡିଙ୍ଗ ରୁମର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠାନର ଉପସଭାପତି ବିପିନ ବିହାରୀ ରାଉତଙ୍କ ସଭାପତିତ୍ୱରେ ଶିକ୍ଷାବିତ୍ କାଳୀ ପ୍ରସାଦ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଅବସରପ୍ରାପ୍ତ ଶିକ୍ଷା ଅନୁନିରୀକ୍ଷକ ନରହରି ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଉଦ୍ୟାପନୀ ଉତ୍ସବରେ ଅନୁଷ୍ଠାନର ସ୍ଥାୟୀ ସଭାପତି କନିକା ତହସିଲଦାର ଅଶୋକ ଦେହୁରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରାଜକନିକା ବିଇଓ ନଳିନୀ ରଞ୍ଜନ ରାଉତରାୟ, ମୁଖ୍ୟବକ୍ତା ଗରଦପୁର ବ୍ଲକ୍ ପାଖଡ଼ ହାଇସ୍କୁଲ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦ୍ୱାରିକାନାଥ ସେନାପତି ଓ ସମ୍ମାନିତଅତିଥି କିଶୋର ନ୍ୟାୟ ପରିଷଦ, କେନ୍ଦ୍ରାପଡ଼ା କୋର୍ଟ ବିଚାରପତି ରବୀନ୍ଦ୍ର ପ୍ରସାଦ ଜେନା ଏବଂ ଜିଲ୍ଲା ଇକୋ କ୍ଲବ୍ ମାଷ୍ଟର ଟ୍ରେନର ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ସଦସ୍ୟ ସୁବାଷ ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ, ସମ୍ପାଦକ ଗୋପୀନାଥ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ତରାସ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ରଞ୍ଜନ ଓଝାଙ୍କୁ ଗୟାଧର ପାତ୍ର ସ୍ମୃତି ସମ୍ମାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ବିଶ୍ୱାଳଙ୍କୁ ସ୍ୱତନ୍ତ୍ର ସମ୍ମାନ ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଖଗେଶ୍ୱର ପଢିହାରୀଙ୍କୁ ନରହରି ପାଢୀ ସ୍ମୃତି ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଥିଲା । ସଦସ୍ୟ ଦାମୋଦର ଧଳ ମାନପତ୍ର ପାଠ କରିଥିଲେ । ସେହିପରି ପୁରୀ ସମୁଦ୍ରରେ ବୁଡିଯାଉଥିବା ଯାଜପୁର ଜିଲ୍ଲାର ତିନି ଜଣ ପିଲାଙ୍କୁ ଉଦ୍ଧାର କରିଥିବା ଯୁବକ ସତ୍ୟବ୍ରତ ପରିଡା, ସୁଶାନ୍ତ ମାଝୀ ଓ ଉମେଶ ଚନ୍ଦ୍ର ମାଝୀଙ୍କୁ ସମର୍ଦ୍ଧିତ କରାଯାଇଥିବା ବେଳେ, ପରିବେଶ ପାଇଁ ରାଉଳିଆର ବିଶ୍ୱନାଥ ପଲାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ତିନି ମାଟ୍ରିକ ଟପ୍ପରଙ୍କୁ ସତ୍ୟହରି ସ୍ମୃତି କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୧୨ ଟି ପ୍ରତିଯୋଗିତାରେ ୧୭୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଭାଗିରଥି ରାଉତ, ସୁବାସ ଚନ୍ଦ୍ର ରାଉତ, ଗୁରୁ ଚରଣ ଭୂୟାଁ, ଗୟାଧର ନାଥ, ପ୍ୟାରୀ ମୋହନ ସ୍ୱାଇଁ, ନବ କିଶୋର ସୂତାର, ରଞ୍ଜନ କୁମାର ମଲ୍ଲିକ, ଚନ୍ଦ୍ର ଶେଖର ଜଗତି, ଲଷ୍ମୀକାନ୍ତ ବଳ, ମାନସ କୁମାର ଓଝା, ପ୍ରସନ୍ନ କୁମାର ଧଳ, ଅନିରୁଦ୍ଧ ରାଉତ ଓ ଦିଲ୍ଲୀପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।