ମଦ ଜବତ, ଜଣେ ଗିରଫ 

ନୀଳଗିରି, ୨୬ା୯ : ଅବକାରୀ ବିଭାଗ ଚଢ଼ାଉ କରି ବାଇକ ସହ ଦେଶୀ ମଦ ଜବତ କରିଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ମିରିଗିଣୀ ଅଞ୍ଚଳରୁ ଦେଶୀ ମଦ ନେଇ ଏକ ବାଇକ୍‌ରେ ଜଣେ ଯୁବକ ଚାଲାଣ କରୁଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ଅବକାରୀ ବିଭାଗ ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶରେ ଓଆଇସି ଏକ ଟିମ୍‌ ନେଇ ଚଢ଼ାଉ କରିଥିଲେ । ଶ୍ୟାମସୁନ୍ଦରପୁର ଅଞ୍ଚଳରେ ଯୁବକକୁ ଅଟକାଇବା ପରେ ତାଙ୍କ ଠାରୁ ୧୮୦ଲିଟର ଦେଶୀମଦ ଓ ବାଇକ ଜବତ କରିଥିଲେ । ଅଟକ ଯୁବକ ହେଲେ ସିଆଡିମାଳ ଅଞ୍ଚଳର ନିରଞ୍ଜନ ଦାସ ବାବୁ । ଏ ନେଇ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି ।