ମଦ ଜବତ, ୩ ଗିରଫ

 କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳଙ୍କ ନେତତ୍ୱରେ ବିଭାଗ ପକ୍ଷରୁ ନିକିରେଇ, ଡେରାବିଶ ଓ ସଦର ଥାନା ଅଧିନିସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତିଲଙ୍ଗା ଗ୍ରାମର ସୁବାଷ କୁମାର ମଳିକଙ୍କ ଠାରୁ ୨୨ ଲିଟର ବିଦେଶୀ ମଦ, ନୀଳକଣ୍ଠପୁର ଗ୍ରାମର ନିମାଇଁ ଚରଣ ମଳିକଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ ଓ ଦୁହୁରିଆ ଗ୍ରାମର ମନୋଜ କୁମାର ମଳିକଙ୍କ ଠାରୁ ୩୧ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ସମୁଦାୟ ୭୨ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି  ।