ଛାତ୍ରଛାତ୍ରୀଙ୍କ ପରେଡ୍ ଅଭ୍ୟାସ 

ଖଣ୍ଡପଡ଼ା : ଖଣ୍ଡପଡ଼ାରେ ତହସିଲସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ  ମଧୁବନ ମିନି ଷ୍ଟାଡିୟମ ପରିସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏବେ ଅଭ୍ୟାସ ପରେଡ ଅନୁଷ୍ଠିତ ହୋିଯାଇଛି । ପଠାଣି ସାମନ୍ତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ସତ୍ୟଜିତ ଦାଶ ଓ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ସଞ୍ଜୁବାଳା ନାଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଅଭ୍ୟାସ ପରେଡରେ ଅଂଶଗ୍ରହଣ କରିଥିବା କରିଥିଲେ । ସ୍କାଉଟ ଶିକ୍ଷକ ଦିଲ୍ଲୀପ କୁମାର ଦାସ ଓ ପ୍ରତାପ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପରେଡ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।