ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠା ଦିବସ 

 କେନ୍ଦ୍ରାପଡା: ବାରୋ ସ୍ଥିତ ଶ୍ରୀ ସିଦ୍ଧ ମହାପୁରୁଷ ମଠରେ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର  ୩୮ତମ ପ୍ରତିଷ୍ଠା ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସମ୍ପାଦକ ସଂଗୀତ ନିଦେ୍ର୍ଦଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ ମୁଖ୍ୟଅତିଥି ଏବଂ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାବଗ୍ରାହୀ କଳା ନିକେତନର ସୁଦୀର୍ଘ ୩୮ ବର୍ଷର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ରୃଷ୍ଟ କଳାର ରାଜ୍ୟ ଆମ ଓଡିÿଶା । କଳାର ଏନ୍ତୁଡିଶାଳ କେନ୍ଦ୍ରାପଡାର ଯୋଗଜନ୍ମା କଳାକାର ଗଣକବି ଗୋପାଳ ଦାଶ, ବାଣୀକଣ୍ଠ ନିମାଇଁ ହରିଚନ୍ଦନ, ଚିର ସବୁଜ ଅକ୍ଷୟ ମହାନ୍ତି ଏବଂ ଭଜନ ସମ୍ରାଟ୍ ଭିକାରୀ ବଳଙ୍କ ଓଡିଆ କଳା ସଂସ୍କୃତି ଓ ସଂଗୀତର ବିକାଶ କ୍ଷେତ୍ରରେ ଥିବା ବଳିଷ୍ଠ ଅବଦାନ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । କବି ଭାବଗ୍ରାହୀ ପରିଡାଙ୍କ ନାମରେ ନାମିତ ଏହି କଳା ନିକେତନରେ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ଭାବରେ ରେଡିଓ ଭାବଗ୍ରାହୀ ୯୦.୪ ଏଫ୍ଏମ୍ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ସମ୍ପର୍କିତ କାର୍ଯକ୍ରମ ପ୍ରସାରିତ ହେବା ସହିତ ମନୋରଞ୍ଜନ ଧର୍ମୀ ସଂଗୀତ କାର୍ଯ୍ୟକ୍ରମ, ନୀତିବାଣୀ, ଦିବ୍ୟ ସାକ୍ଷାତକାର, ଗୀତାବାଣୀ ଇତ୍ୟାଦି ପ୍ରସାରିତ ହୋଇ ଅନୁଷ୍ଠାନର ସମ୍ମାନ ବୃଦ୍ଧି କରୁଛି ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ସାମ୍ବାଦିକ ପରେଶ ଦାସ, କବି ମନ୍ମଥ ବରାଳ, ତବଲା ଗୁରୁ ସମୀରଞ୍ଜନ ଦାସ, ନୃତ୍ୟ ଗୁରୁ ପ୍ରକାନ୍ତ ମହାରଣା, ସଂଗୀତ ଗୁରୁ ପ୍ରମୋଦ ଦାସ, ଚିତ୍ର ଗୁରୁ ପବନ ଧଳ, ପାନିଆ ବାଦକ ଗଣେଶ ଚନ୍ଦ୍ର ରାଉତ ପ୍ରମୁଖ କଳାକାରଙ୍କୁ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସହିତ ବିବରଣୀ ପାଠ କରିଥିଲେ । ନିରୁପମା ଜେନା, ଉପେନ୍ଦ୍ର ପାଢୀ, ରଞ୍ଜନ ବରାଳ, ଅଜୟ ଜେନା, କୈଳାସ ପରିଡା, ବଳରାମ ମଲ୍ଲିକ ପ୍ରମୁଖ ଶିଳ୍ଗୀମାନେ ଭଜନ ଏବଂ ଅକ୍ଷୟ ସଂଗୀତ ଗାଇଥିଲେ । ରୂପାଲି ସୂତାର, ସ୍ମୃତିରେଖା ବିଶ୍ୱାଳ, ପ୍ରତୀକ୍ଷା ନାୟକ, ଅଙ୍କିତା ପରିଡା, ନିବେଦିତା ନାୟକ, କୁସୁମ ପଣ୍ଡା, ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଓଡିଶୀ ଏବଂ ଅକ୍ଷୟ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ । ସଂଗୀତ ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ବାଣୀ ବିନୋଦ ସାହିତ୍ୟ ସେବା ନିକେତନ ସଭାପତି ନିରଞ୍ଜନ ପରିଡା, କବି ରତ୍ନାକର ମଲିକ, ପ୍ରାଧ୍ୟାପକ ପ୍ରକାଶ ଦାସ, ପଣ୍ଡିତ ପଦ୍ମନାଭ ଦାଶ, ଆଶିଷ ମହାରଣା, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, ନାଟ୍ୟକାର ଭୀମସେନ ପ୍ରଧାନ, ଭାଗବତ ଷଡଙ୍ଗୀ, ଆଶିଷ ସୁରେନ୍ଦ୍ର ରାଉତ, କେଦାର ସ୍ୱାଇଁ, ମାନସ ପରିଡା, ଉତମ ସ୍ୱାଇଁ, କୈଳାସ ପରିଡା, ରେଡିଓ ଭାବଗ୍ରାହୀ ମୁଖ୍ୟ ଧୀରାମଣି ପରିଡା, ଇଂ. ବିଶ୍ୱଜିତ୍ ପରିଡା, ଇଂ. ଦିବ୍ୟଜ୍ୟୋତି ପରିଡା, ସୁଶ୍ରୀ ସଂଗୀତା ଜେନା ଏବଂ ଇଂ. ଇତିଶ୍ରୀ ଖୁଣ୍ଟିଆ ଗ୍ରାମ୍ୟ ଉନ୍ନୟନ ସାଂସ୍କୃତିକ ଯୁବ ସଂଗଠନର ସଂପାଦକ ଚିତରଞ୍ଜନ ପ୍ରଧାନ, ବିଜୟ ପରିଡା, ବିକାଶ ପରିଡା, ବିଶାଲ୍ ପରିଡା, ପ୍ରଭାତ ବେହେରା, ନିମ୍ବଦାରୁ କଣ୍ଢେଇ ନୃତ୍ୟ ଦଳର ମୁଖ୍ୟ ଫକୀର ଚରଣ ସିଂହ ପ୍ରମୁଖ ଉପସ୍ଥିତଥିଲେ । ଶେଷରେ ରଞ୍ଜନ ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।