ମଦ ଜବତ, ୬ କୋର୍ଟଚାଲାଣ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ମଦ ବିକ୍ରି ହେଉଥିବାର ଖବର ପାଇ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ଅଧ୍ୟକ୍ଷ ବିପ୍ର ମଣ୍ଡଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବ୍ୟାପକ ଚୋରା ମଦ ଜବତ କରି ୩ ମହିଳାଙ୍କ ସମେତ ୬ଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଡେରାବିଶ ଥାନା ଅନ୍ତର୍ଗତ କେତୁଆ କଣ୍ଡିଆ ଗ୍ରାମର ମନୋଜ କୁମାର ସେଠୀ, ମାର୍ଶାଘାଇ ତିଖିରୀର ଅକ୍ଷୟ ବେହେରା, କରମକଳାର କାମିନୀ ମଲିକ, ନିକିରଇ ତ୍ରିଲୋଚନପୁରର ଶଶିକାନ୍ତ ରାଉତ, କାଏଲାର କୁନି ଦାସ, ଟାଉନ ଇଛାପୁରର ସରସ୍ୱତୀ ନାୟକ ପ୍ରମୁଖଙ୍କ ପାଖରୁ ବ୍ୟାପକ ପରିମାଣରେ ଦେଶୀ, ବିଦେଶୀ ଓ ରନ୍ଧା ମଦ ଜବତ କରିବା ସହିତ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଏମାନଙ୍କୁ ଜେଲ ପଠା ଯାଇଥିବା ଜଣାପଡିଛି । ଏହି ଚଢାଉ ସମୟରେ ଅବକାରୀ ଇନିସପେକ୍ଟର ହିତାଂଶୁ ଶେଖର ମଲିକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।