କୁମ୍ଭୀର ଉଦ୍ଧାର 

 ରାଜନଗର : ରାଜନଗର ବ୍ଲକ ହାତୀନା ପଞ୍ଚାୟତ ଅନ୍ତର୍ଗତ ଏଣ୍ଡୁଳାପୁର ଗ୍ରାମର ଦିଲ୍ଲୀପ ରାଉତ (ଡମ୍ବରୁ )ଙ୍କ ପୋଖରୀରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି । ଶୁକ୍ରବାର ଦିନ ପୋକରୀରେ କୁମ୍ଭୀର ପଶିଯାଇଥିବା ନେଇ ବନବିଭାଗକୁ ସୂଚନା ଦିଆଯାଇଥିଲା । ଖବର ପାଇ ବନବିଭାଗ ପକ୍ଷରୁ ବନପାଳ ବିଜୟ ପାତ୍ରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ପୋଖରୀରେ ଜାଲ ଟାଣି ରାତି ପ୍ରାୟ ଦୁଇଟା ସମୟରେ ୬ଫୁଟ ୪ଇଞ୍ଚ ମାଈ କୁମ୍ଭୀର ଧରିଥିଲେ । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ନିଦେ୍ର୍ଦଶରେ ଗୁପ୍ତି ସେକ୍ସନ ଅନ୍ତର୍ଗତ ହାବଳଗଣ୍ଡ କ୍ରିକ (ନାଳ )ରେ ଉକ୍ତ କୁମ୍ଭୀରକୁ ଛାଡି ଦିଆଯାଇଛି ।