ମଧୁବାବୁଙ୍କ ଜନ୍ମସ୍ଥଳୀର ହେବ ଉନ୍ନତିକରଣ
ଭୁବନେଶ୍ୱର : ଉକôଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଓ କର୍ମଭୂମିର ହେବ ଉନ୍ନତିକରଣ । ଏନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ବକ୍ତବ୍ୟରେ କହିଥିଲେ କି, ଉକôଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଏବଂ ଆଦର୍ଶର ପଟାନ୍ତର ନାହିଁ । ଏହି ମହାନ ଯୋଗଜନ୍ମା ମହାପୁରୁଷଙ୍କ ଜନ୍ମ ଓ କର୍ମଭୂମିର ସଂରକ୍ଷଣ ଓ ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ । ଏହି ଦାୟିତ୍ୱକୁ ସଠିକ୍ ରୂପେ ପାଳନ କରିବା ପାଇଁ ଆମ ସରକାର ବଦ୍ଧପରିକର । ମଧୁବାବୁଙ୍କ ଜନ୍ମଭୂମି, ଏନ୍ତୁଡିଶାଳ, ମଧୁକୋଠି, ବାଲିପୋଖରୀ ଏବଂ କର୍ମସ୍ଥଳୀ ଆଦିର ଉନ୍ନତିକରଣ ନେଇ କ’ଣ ସବୁ ପଦକ୍ଷେପ ନିଆଯିବା ଜରୁରୀ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଟ୍ରଷ୍ଟ ଏବଂ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ଏଠାରେ ପାର୍କିଂସ୍ଥଳ, ଲାଇବ୍ରେରୀ, ବହୁମୁଖୀ କେନ୍ଦ୍ର, ଦୃଶ୍ୟଶ୍ରାବ୍ୟ ଗୃହ ଏବଂ ମୁ୍ୟଜିୟମ୍ ନିର୍ମାଣ ସହ ପୂର୍ବରୁ ଥିବା ସମସ୍ତ ଐତିହ୍ୟସ୍ଥଳୀର ପ୍ରାକୃତିକ ଶୈଳୀରେ ସଂରକ୍ଷଣ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଦ, ଓବିସିର ପରିଚାଳନା ନିଦେ୍ର୍ଦଶକ ସମୀର ହୋତା, ଉକôଳଗାନ୍ଧୀ ସ୍ମାରକନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, କସ୍ତୁରବା ଗାନ୍ଧି ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର ଜାତୀୟ ଉପସଭାନେତ୍ରୀ ଗାୟତ୍ରୀ ଦାସ, ମଧୁସ୍ମୃତି କମିଟିର ସଭାପତି ଗୋପାଳକୃଷ୍ଣ ବେହେରା, ସତ୍ୟଭାମାପୁର ମଧୁପୀଠ ଉନ୍ନୟନ କମିଟିର ସଂଯୋଜକ ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, କେନ୍ଦ୍ରୀୟ ଗାନ୍ଧୀ ସ୍ମାରକନିଧି ନୂଆଦିଲ୍ଲୀ ଟ୍ରଷ୍ଟି ଡା. ବିଶ୍ୱଜିତ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ମଧୁସ୍ମୃତି କମିଟି ସଦସ୍ୟା ପ୍ରଫେସର ସ୍ୱପ୍ନା ମହାପାତ୍ର, କସ୍ତୁରବା ଗାନ୍ଧୀ ପ୍ରତିନିଧି ସନ୍ଧ୍ୟାରାଣୀ ମଲ୍ଲିକ ଏବଂ ରାଷ୍ଟ୍ରୀୟ ଯୁବସଂଗଠନର ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।