ମନରେଗା ଯୋଜନାରେ ଲକ୍ଷପତି ହେଲେ ୩ ପରିବାର 

 ନୁଆପଡ଼ା: ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଳକ୍ କେନ୍ଦୁ ବାହାର ଗ୍ରାମ ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ,ଯୁବ ଭାରତୀୟ ପୋଲିସ୍ ସେବା ଅଧିକାରୀ ଅମୃତ୍ ପାଲ୍ ସିଂ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଳକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ବିଡ଼ିଓ ରୋହିତ ଭୋଇ, ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ,ସ୍ଥାନୀୟ ସରପଞ୍ଚ  ଜାନକୀ ମାଝୀ ପ୍ରମୁଖ ଅତିଥି ହିସାବରେ ଯୋଗଦାନ କରି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀଯୁକ୍ତ ଧରୁଆ ସୂଚନା ଦେଇଥିଲେ ଯେ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଠିକ୍ ଭାବରେ ଚାଲିଥିବାରୁ ଆଉ ପ୍ରବାସୀ ଶ୍ରମିକ ହିସାବରେ ଯିବାପାଇଁ କେହି ଆଗଭର ହୁଅନ୍ତୁ ନାହିଁ । ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲା, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସମିର ମୁଦୁଲି, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଆର୍ଟିଓ ମାନସିଂ, ଉପ ନିଦେ୍ର୍ଦଶକ ହସ୍ତଶିଳ୍ପ ପୁଷ୍ପ ରଂଜନ ସାହୁ, ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ସାହୁ, ଖରୀଆର ରୋଡ ମେଡିକାଲ୍ ଅଫିସର୍ ବିରେନ୍ଦ୍ର କୁମାର ବାଗ  ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ ।  ଜିଲ୍ଲାପାଳ ସମସ୍ତଙ୍କୁ ଉଦବୋଧନ ଦେଇ କହିଲେଯେ କେନ୍ଦୁ ବାହାର ପଞ୍ଚାୟତ ଆଜି ଜିଲ୍ଲାରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । କାରଣ ଜିଲ୍ଲାରେ ପ୍ରଥମ ଥର ପାଇଁ ତିନୋଟି ଶ୍ରମିକ ପରିବାର ମନରେଗା ଯୋଜନାରେ ୩୦୦ ଦିନର କାମକରି ଲକ୍ଷେ ଟଙ୍କା ଲେଖାଏଁ ସରକାରଙ୍କ ଠାରୁ ପାଇଛନ୍ତି । ସେମାନେ ଅନ୍ୟ ଶ୍ରମିକ ମାନଙ୍କ ପାଇଁ ପ୍ରେରଣାର ଉସô ହେବେ । ଏହି ପଞ୍ଚାୟତ ଅତିଶିଘ୍ର ଆହୁରି ଅନେକ ଶ୍ରମିକ ଲକ୍ଷପତି ସୃଷ୍ଟି କରିବ । ଓଡ଼ିଶା ସରକାର ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଉଥିବାରୁ ପଞ୍ଚାୟତରୁ କେହି ଜଣେ ମଧ୍ୟ ପ୍ରବାସୀ ଶ୍ରମିକ ହିସାବରେ ବାହାର ରାଜ୍ୟକୁ ଯାଆନ୍ତୁ ନାହିଁ । ଏହି ଅବସରରେ ଅତିଥି ମାନେ ଲକ୍ଷପତି ଶ୍ରମିକ ଶାନ୍ତନୁ ଶବର, ଶ୍ୟାମଲାଲ ରାଉତ ଓ ଲୋପସିଂ ରାଉତଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।