ସିଂହପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ
ାା ପ୍ରଭାନୁ୍ୟଜ ।ା ସିଂହପୁର, : ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଉଥିଲେ ମଧ୍ୟ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଯୋଗୁଁ ସ୍ୱାସ୍ଥ୍ୟ ସେବାର ସୁବିଧା ଲୋକେ ପାଇଁ ପାରୁନାହାନ୍ତି । ରୋଗୀ ମାନେ ହିନସ୍ତା ଭୋଗୁଥିବା ଦେଖିବାକୁ ମିଳୁଛି । ଏହି ପରି ଭାବେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପଯ୍ୟସ୍ତ ହୋଇପଡିଛି । ସିଂହପୁର ଠାରେ ବହୁ ଦାବି ପରେ ୨୦୨୧ମସିହାରେ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପଣ ହୋଇଥିଲା ବିଳମ୍ବରେ ହେଉ ପଛେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆରମ୍ଭ ହୋଇଥିବାରୁ ଲୋକେ ସନ୍ତୋଷ ପ୍ରକାଶ କରିଥିଲେ । ଅଥଚ ପରିତାପର ବିଷୟ ଯେ, ତିନି ବର୍ଷ ହେଲା ଆଜି ପର୍ଯ୍ୟନ୍ତ ଲୋକେ ଠିକ୍ ଭାବେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ରହିଛନ୍ତି । ଡାକ୍ତର ଓ ଫାର୍ମାସିଷ୍ଟ ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହେଉଛି । ଏବେ ଜଣେ ଡାକ୍ତର ନିଯୁକ୍ତି ଥିଲେ ମଧ୍ୟ ସପ୍ତାହରେ ଦିନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି ଫଳରେ ରୋଗୀ ମାନେ ହିନସ୍ତା ଭୋଗୁଛନ୍ତି । ପ୍ରତିଦିନ ବହୁ ରୋଗୀ ଫେରୁଥିବା ଦେଖିବାକୁ ମିଳୁଛି । ଫାର୍ମାସିଷ୍ଟ ନାହାନ୍ତି । ଫାର୍ମାସିଷ୍ଟ ପଦବୀ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ପଦବି ପୂରଣ ହୋଇନାହିଁ । ଏବେ ନର୍ସ ହାତରେ ରୋଗୀଙ୍କ ଭାଗ୍ୟ । କେତେକ ରୋଗୀ ନର୍ସକୁ ଦେଖାଇ ସ୍ୱାସ୍ଥ୍ୟ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଓ ନୂତନ ଜିଲ୍ଲାପାଳ ଡାକ୍ତର ନିୟମିତ କରିବା ସହିତ ଫାର୍ମାସିଷ୍ଟ ପଦବୀ ପୂରଣ ପାଇଁ ସ୍ଥାନୀୟ ଲୋକେ ଓ ସିଂହପୁର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦୃଢ ଦାବି ହେଉଛି ।