ମନ୍ଥର ଗତିରେ ପାନୀୟ ଜଳ ପ୍ରକଳ୍ପ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ତଥା ବନ୍ଧକାଟିଆ ପଞ୍ଚାୟତରେ ପ୍ରତି ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ଉଚ୍ଚ କ୍ଷମତା ସଂପନ୍ନ ପାଣି ଟାଙ୍କି ନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଟେଣ୍ଡର ମାଧ୍ୟମରେ ପ୍ରାୟ ୧ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଅନୁଦାନ ଦିଆଯାଇଛି । ଏହି ଟାଙ୍କିଟି ପ୍ରାୟ ୧ ଲକ୍ଷ ଲିଟର କ୍ଷମତା ସଂପନ୍ନ ହୋଇଥିବା ବେଳେ ୪୦୦ରୁ ଊଦ୍ଧ୍ୱର୍ ପରିବାର ଏହି ଟାଙ୍କିରୁ ୨୪ ଘଣ୍ଟା ପାଣି ପାଇପାରିବେ । ଟାଙ୍କି ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଏକ ବର୍ଷ ମଧ୍ୟରେ କାମ ସାରିବା ପାଇଁ ଯୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ୨୩ମସିହାରୁ କାମ ଆରମ୍ଭ ହୋଇଥିବା ଏହି ଟାଙ୍କି କାମ ଅଦ୍ୟାବଧି ସରିନଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ପୂର୍ବରୁ ସଂଯୋଗ ଦିଆଯାଇଥିବା ପାଇପ୍ ଯୋଗ ପାଣି ନିୟମିତ ଆସିନଥିବାରୁ ପାଇପ ଯୋଗେ ପାଣି ପାଉଥିବା ହିତାଧିକାରୀମାନେ ସ୍ଥାନୀୟ ସରପଞ୍ଚ ଓ ଅଧିକାରୀଙ୍କୁ ଯେତେପ୍ରକାର ଅଭିଯୋଗ କଲେ ବି ଅଭିଯୋଗକାରୀଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ଜଣାପଡିଛି । ତତ୍ପରେ ଆମ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଖୁବ୍ କମ୍ ଦିନ ମଧ୍ୟରେ ବସୁଧା ଯୋଜନାରେ ପାଣି ଯୋଗାଇ ଦିଆଯିବ । ସେ ପର୍ଯ୍ୟନ୍ତ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ଉତ୍ତର ଦେଇଥିଲେ । ସୂଚନାଯୋଗ୍ୟ ଯେ, ବହୁ ସ୍ଥାନରେ ପୁରୁଣା ନଳକୂପରୁ ପାଣି ବାହାରୁ ନଥିବା ବେଳେ ଟ୍ୟାପ୍ ଯୋଗେ ପାଣି ନ ଆସିବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ କଟକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।