ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ପୂର୍ବତନ ବିଧାୟକ
ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ନିର୍ବାଚନ ମଣ୍ଡଳୀର ଖରିଆ ଗ୍ରାମ ପଞ୍ଚାୟତର ଢୁଙ୍କୁଣୀ ଗ୍ରାମରେ ନବନିର୍ମିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆସିକାର ପୂର୍ବତନ ବିଧାୟକ ମଞ୍ଜୁଳା ସ୍ୱାଇଁ ଯୋଗଦାନ କରିଛନ୍ତି । ଏହି ଗ୍ରାମରେ ଘୃତଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ ଓ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଛି । ପଣ୍ଡିତମାନଙ୍କ ଦ୍ୱାରା ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ଗ୍ରହ ପୂଜା, ମାତୃପୂଜା, ବସୁଧାରା, ପୀଠ ପୂଜା, ଧ୍ୱଜା ପୂଜା, ପତାକା ପୂଜା, ପାର୍ଶ୍ୱ ଦେବତା ଦେବୀ ପୂଜନ, ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଦରବାରଙ୍କୁ ଜୀବ ନ୍ୟାସ, ହୋମ, ଯଜ୍ଞ, ଆରତୀ, ପୁଷ୍ପାଞ୍ଜଳି ଆଦି ଦୈନିକ ପୂଜା ଅନୁଷ୍ଠିତ ହେଉଛି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ଜୋନ ନଂ-୦୩ ଜିଲ୍ଲା ପରିଷଦ ସଦସ୍ୟ ବି. ମନୋଜ କୁମାର ଦୋରା , ବିଜୟ କୁମାର ନାହାକ, ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ, ଚଢେୟାପଲ୍ଲୀ ସରପଞ୍ଚ ଜୟସେନ ସ୍ୱାଇଁ, ସତ୍ୟନାରାୟଣ ସାମନ୍ତରା, ପ୍ରତାପ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ମହାରଣା, ଶ୍ୱେତବସନ୍ତ ଲେଙ୍କା, ଶଙ୍କର ନାହାକ, ଉଦିତ ନାରାୟଣ ପାଢ଼ୀ, ପ୍ରଦୀପ ମୁନି, ଆକାଶ ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବା ସହ ଗ୍ରାମବାସୀଙ୍କ ମଙ୍ଗଳ କାମନା କରିବା ସଙ୍ଗେ ସଙ୍ଗେ ପ୍ରଭୁକୃପା ଲାଭ କରି ପ୍ରସାଦ ସେବନ କରିଥିଲେ ।