ନାବାଳିକା ଝିଅକୁ କୁକର୍ମ : ବାପାକୁ ଆଜୀବନ ଜେଲ୍
ବରଗଡ : ୨୦୨୦ ମସିହାରେ ବରଗଡରେ ନାବାଳିକା ଝିଅକୁ କୁକର୍ମ ଅଭିଯୋଗରେ ବାପାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପକ୍ସୋ ଜଜ । ଏହା ସହ ପୀଡିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ଡିଏଲଏସଏଙ୍କୁ ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ବାପା ଗଣେଷ ସେଠ୍ଙ୍କୁ ୩୭୬ (ଏବି), ୩୭୬ (୨ଏନ), ୩୨୩, ୫୦୬ ଆଇପିସି ଓ ପକ୍ସୋ ଧାରା ୬ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ । ଏହି ମାମଲାରେ ୧୮ ଜଣ ସାକ୍ଷ୍ୟ ଗ୍ରହଣ କରିଥିବା ନେଇ ଆଇନଜୀବୀ ଦୁ୍ୟତିଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୨୦୨୦ ଫେବୃୟାରୀ ୨୨ ତାରିଖରେ ଏ ନେଇ ବରଗଡ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା ।