ମମତାଙ୍କ ପାଇଁ ସରକାରୀ ଯୋଜନା : ସାତସପନ ସ୍ୱାମୀଙ୍କ ମୃତୁ୍ୟପରେ ଭଗବାନଙ୍କ ଭରସାରେ ୩ ପ୍ରାଣୀ
କାଳିଆପାଣି : ସରକାରଙ୍କ ଯୋଜନା କେବଳ କାଗଜ କଲମରେ ସୀମିତ । ଗରିବ ବାସହୀନଙ୍କ ପାଇଁ ମାଳମାଳ ସରକାରୀ ଯୋଜନା । ହେଲେ ଗରିବର ଅବସ୍ଥାରେ ସୁଧାର ଆସିବା ପରିବର୍ତେ ଆହୁରି ଜଟିଳରୁ ଜଟିଳତର ହୋଇଚାଲିଛି । ବାସହୀନ ପରିବାର କେବଳ ଆଶ୍ୱାସନାର ଶିକାର । ସାରାଦେଶରେ ଗରିବ ମାନଙ୍କ ଆର୍ଥôକ ମାନଦଣ୍ଡ ସୁଦୃଢ ହେବାରେ ଲାଗିଥିବା ବେଳେ ରନôଗର୍ଭା ସୁକିନ୍ଦାର ଲୋକ ଆଜି ବାସହୀନ, ଗୃହଶୂନ୍ୟ ଏବଂ ରୋଜଗାର ଶୂନ୍ୟ । ବଡ଼ ବଡ଼ କମ୍ପାନୀ ମାନଙ୍କୁ ପ୍ରତିଦିନ କୋଟିକୋଟି ଟଙ୍କାର ମୁନାଫା ଯୋଗାଉ ଥିବା ଶ୍ରମିକ ଆଜି ନିଜ ପେଟ ଚାଖଣ୍ଡେ ପାଇଁ ଡହଳ ବିକଳ । ଖଣି ଖାଦାନ ମାଲିକ ମାନଙ୍କ ଜୁଲୁମ, ରାଜନେତା ମାନଙ୍କ ମିଥ୍ୟା ଆସ୍ୱାସନା, ଶ୍ରମିକ ନେତା ମାନଙ୍କ ଦମନ ନିତିରେ ପେସିହୋଇ ଦୁଇ ଦୁଇ ପିଢି ଗୁଲାମ ହୋଇ ରହିଛି ଏଠାକାର ଗରିବ ଆଦିବାସୀ ପରିବାର । କାଳିଆପାଣି ପଞ୍ଚାୟତ ପୋଡା ହଟିଙ୍ଗରେ ମମତା କେରକେଟା ଏବଂ ଦୁଇ ପୁଅଙ୍କ ଅବସ୍ଥା ଆଜି କହିଲେ ନସରେ । ପରିବାରର ଏକମାତ୍ର ରୋଜଗାରକ୍ଷମ ଅର୍ଥାତ ମମତାଙ୍କ ସ୍ୱାମୀ ଦୁବେ ହୁରାଦ (୪୬)ଦୁଇ ନାବାଳକ ପୁଅଙ୍କୁ ଓ ସ୍ତ୍ରୀକୁ ଛାଡି ଗତ ସପ୍ତାହରେ ସ୍ୱର୍ଗବାସକୁ ଚାଲିଗଲେ । ମମତାଙ୍କ କହିବା ଅନୁଯାଇ ସ୍ୱାମୀ ଦୁବେ ହୁରାଦ ୩ ବର୍ଷ ଧରି ମାରାତ୍ମକ ଯକ୍ଷ୍ମା ରୋଗରେ ପୀଡିତ ହୋଇ ଚିକିଶ୍ଚିତ ହେଉଥିଲେ ।
ଅର୍ଥ ଅଭାବରୁ ଘରେ ଦୈନିକ ଦୁଇଓଳା ଖାଇବାକୁ ମିଳେନାହିଁ । ଟିବି ରୋଗୀଙ୍କୁ ସରକାରୀ ଖାଦ୍ୟ ସାମଗ୍ରୀ ସାହାଯ୍ୟ ବାବଦରେ, ସାହିର ଅସାଦିଦି ଆସୁ ଟୁଡୁ ୩ ବର୍ଷରେ ଥରେ ଆଣିକି ଦେଇଯାଇଥିଲେ । ଦୁବେ ଟୁଡୁ ରୋଗଶଯ୍ୟାରେ ପଡି ଶେଷରେ ଗତ ସପ୍ତାହରେ ଆରପାରିକୁ ଚାଲିଗଲେ । ବର୍ତମାନ ଆମକୁ ଖାଇବାକୁ ଗଣ୍ଡେ କିଏ ଦେବ ଘରଖଣ୍ଡେ କେଉଁଠୁ ପାଇବୁ ଏଇ ସବୁକୁ ଚିନ୍ତାକରି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ସେ ଓ ତାଙ୍କ ଦୁଇ ନାବାଳକ ପୁଅ । ମମତା ଆହୁରି ମଧ୍ୟ କହିଥିଲେ ଯେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ଏଠାରେ ତାଙ୍କ ପରିବାର ବାସକରି ଆସୁଛନ୍ତି । ହେଲେ ପୂର୍ବ ସରକାର କେବଳ ଭୋଟ ଖଣ୍ଡେ ପାଇବାକୁ ଆମକୁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଖଣ୍ଡେ ଦେଇ ଦୀର୍ଘ ବର୍ଷଧରି ଖାଲି ମିଛ ଆଶ୍ୱାସନା ଦେଇ ଆସିଛନ୍ତି । ସରକାର ଆସିଲେ ତୁମର ଘର ମିଳିବ, ଘରବାରି ପଟ୍ଟା ମିଳିବ ବୋଲି କହିଥିଲେ । କିନ୍ତୁ ଏବେ ଆମଘରର ଚାଳ ଛପର ଭାଙ୍ଗି ଯାଇଥିବା ବେଳେ ସରକାର କହୁଛନ୍ତି ତମର ଘରର ପଟ୍ଟା ନାହିଁ । ତେଣୁ ତମକୁ ସରକାରୀ ଘର ଯୋଜନାରେ ସାମିଲ କରିହେବ ନାହିଁ କି ଘର ମିଳିବ ନାହିଁ । ଏହା କେବଳ ଯେ ମମତା ଭଳି ଏକ ବାସହୀନ ଗରିବ ବିଧବା ଆଦିବାସୀ ତା'ନୁହଁ, ଏହିପରି ଖଣି ସଂଲଗ୍ନ ଯେତେ ବସ୍ତି ବାସିନ୍ଦାର ଲୋକ ଅଛନ୍ତି ସମସ୍ତଙ୍କ ଅବସ୍ଥା ସମାନ । ଦୀର୍ଘ ବର୍ଷର ଶାସନରେ ଆଜି ଖଣି ଅଞ୍ଚଳର ହଜାର ହଜାର ଲୋକଙ୍କ ପାଖରେ ଭୋଟ ଦେବାର ଅଧିକାର ସିନା ଦିଆଯାଇଛି ହେଲେ ଅନ୍ୟ ସବୁ ମୌଳିକ ସୁବିଧାରୁ ବଂଚିତ କରି ରଖାଯାଇଛି । ବର୍ଷବର୍ଷ ଧରି ଏମାନଙ୍କୁ ମିଛ ଆଶ୍ୱାସନା, ମିଛ ପ୍ରତିଶ୍ରୁତି ଆଉ ଛଳନାରେ ବାନ୍ଧି ରଖାଯାଇଛି । ସେଇଥିପାଇଁ ଆଜି ପୋଡା ହଟିଙ୍ଗର ମମତା କେରକେଟାଙ୍କ ଭଳି ମମତା ମାନେ ବେସାହାରା ହୋଇ ଭାଗ୍ୟକୁ ଆଦରି ରହିବାକୁ ବାଧ୍ୟ ହୋଇଛନ୍ତି ।