୬ରେ ବ୍ୟାସ ପ୍ରିଣ୍ଟମିଡ଼ିଆ ସଂଘର ଷଷ୍ଠ ବାର୍ଷିକ ଉତ୍ସବ 

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଅଗ୍ରଣୀ ସାମ୍ବାଦିକ ସଂଘ ବ୍ୟାସ ପ୍ରିଣ୍ଟମିଡିଆ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ଅକ୍ଟୋବର ୬ ତାରିଖ ରବିବାର ପୂର୍ବାହ୍ନ ୧୦ଟା ସମୟରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ସମବାୟ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡ଼.ରବୀନ୍ଦ୍ର ନାରାୟଣ ବେହେରା,ମୁଖ୍ୟବକ୍ତା ଭାବେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ କୋରାଇ ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଯୋଗଦେବେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ଏଥି ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ବରିଷ୍ଠ ଉପଦେଷ୍ଠା ହାରାଧନ ବାନାର୍ଜୀଙ୍କ ସଭାପତତ୍ତ୍ୱରେ ଅନୁଷ୍ଠିତ ହୋଇଥିଳା । ବୈଠକରେ ଉପଦେଷ୍ଠା ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ଉଦୟନାଥ ଖଣ୍ଡାଇ, ସଭାପତି ଶରତ ପଥାଳ, ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ, ଉପସଭାପତି ପ୍ରଦୁ୍ୟମ୍ନ ବୋଇତେଇ, ଯଜ୍ଞଦତ ତ୍ରିପାଠୀ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ସହ ସମ୍ପାଦକ ଭରତ ରାଉତ, କୈଳାଶ ରାଉତ, କାର୍ଯ୍ୟକାରୀ କମିଟି ସଦସ୍ୟ ବିଜୟ କୁମାର ସାହୁ, ପବିତ୍ର ରଞ୍ଜନ ମହାନ୍ତି, ସୁଦୀପ କୁମାର ମିଶ୍ର, ଦୁଷ୍ମନ୍ତ କୁମାର ରାଉତ, ଜ୍ଞାନରଞ୍ଜନ ରାଉତ, ପ୍ରଶାନ୍ତ କୁମାର ପାତ୍ର ଓ ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଉତ୍ସବରେ ଜିଲାର ସାମ୍ବାଦିକ, ଆଇନୀଜୀବୀ, ବୁଦ୍ଧିଜୀବୀ, ରାଜନେତା, ସାହିତି୍ୟକ, ଲେଖକଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଉଥିବା ବେଳେ ଅଞ୍ଚଳବାସୀ ବହୁ ସଂଖ୍ୟାରେ ଯୋଗ ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି ।