ପୁଅ ମୃତୁ୍ୟର ୫ ଦିନରେ ବାପ ମୃତ
ବିଞ୍ଝାରପୁର : ପୁଅ ମୃତୁ୍ୟର ପାଞ୍ଚ ଦିନ ପରେ ବାପାଙ୍କ ହୃଦଘାତରେ ମୃତୁ୍ୟ ଘଟିଛି । ମୃତକ ଚିକଣା ପଞ୍ଚାୟତର ଅବସରପ୍ରାପ୍ତ ପଶୁ ଚିକିତ୍ସକ ତଥା ବିଜେପି ନେତା ରାମଚନ୍ଦ୍ର ରାଉତ(୮୦) ହୋଇଥିବା ବେଳେ ସେ ଜଣେ ମିଷ୍ଠଭାଷୀ, ମେଳାପି ଓ ହସଖୁସିର ବ୍ୟକ୍ତି ଥିଲେ । ଜଣେ ପଶୁ ଚିକିତ୍ସକ ଭାବେ କାର୍ଯ୍ୟ କରି ୧୯୯୯ମସିହାରେ ଅବସର ନେଇ ବିଜେପି ପାର୍ଟିରେ ସାମିଲ୍ ହୋଇଥିଲେ । ବିଭିନ୍ନ ମୁଦା ନେଇ ସାଇକେଲରେ ପୁରା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ବୁଲି ସଂଗଠନ କରିବା ସହ ବ୍ଳକ୍ ଘେରାଉ, ହରତାଳର ପ୍ରମୁଖ ଭୂମିକା ନେଉଥିଲେ । ଗୃହ ପାଳିତ ପଶୁଙ୍କ ସେବା ପାଇଁ ରାତିଅଧରରେ ଅସୁବିଧା ପଡ଼ିଥିବା ଲୋକଙ୍କୁ ସାହଯ୍ୟ କରିବା ଥିଲା ତାଙ୍କର ବଡ ସେବା । ଦୁଇ ଝିଅଙ୍କୁ ବାହା ଦେବା ପରେ ତିନି ପୁଅ ବୋହୂ ଓ ନାତି ନାତୁଣୀଙ୍କ ସହ ବେସ ହସ ଖୁସିରେ ଚଳୁଥିଲା ପରିବାର । ବୟସର ୮୦ଅତିକ୍ରାନ୍ତ କରିଥଲେ ସୁଦ୍ଧା ନିଜକୁ ନିଜ ଯୁବକ୍ ଭାବି ସବୁ କାର୍ଯ୍ୟରେ ଆଗେଇ ଆସୁଥିଲେ । ହେଲେ ହଟାତ୍ ପରିବାର ଉପରକୁ ଦୁଃଖର କଳା ବାଦଲ ମାଡି ଆସିଥିଲା ପାଞ୍ଚ ଦିନ ତଳେ । ତାଙ୍କ ସାନପୁଅ ବିଦୁ୍ୟତ୍ ଆଘାତରେ ମୃତୁ୍ୟ ବରଣ କରିବା ପରେ ସେ ଚିନ୍ତାରେ ଭାଙ୍ଗି ପଡ଼ିଲେ । ତେବେ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ କଟକବଡ ମେଡିକାଲରେ ଭର୍ତି ହୋଇଥିଲେ । ତେବେ ଆଜି ତାଙ୍କର ପରାଲୋକ ଘଟିଛି । ବିଞ୍ଝାରପୁର ବିଜେପି, ଚିକଣା ବଜାର କମିଟି ସହ ପୁରା ପଞ୍ଚାୟତରେ ଶୋକକୁଳ ପରିସ୍ଥିତି ଉପୁଜିଛି ।