ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣା : ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ

ଭୁବନେଶ୍ୱର, ୧୬ା୧୨ : ତାରକା ହୋଟେଲ ସାମ୍ନାରୁ ମର୍ସିଡିଜ କାରରୁ ୧୦ ଲକ୍ଷ ଟଙ୍କା ସିବିଆଇ ଜବତ କରିବା ଘଟଣା । ସିବିଆଇରେ ହାଜର ହେଲେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଦୁଇ କର୍ମଚାରୀ । ପୂର୍ବରୁ କର୍ମଚାରୀଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲା ସିବିଆଇ । ସମନ ପାଇବା ପରେ ହାଜର ହୋଇ ପକ୍ଷ ରଖିଛନ୍ତି ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଦୁଇ କର୍ମଚାରୀ । ଉଭୟ କର୍ମଚାରୀଙ୍କୁ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିବା ଜଣାପଡିଛି ।
 ସୂଚନା ଯୋଗ୍ୟଯେ, ସିବିଆଇରେ ହାଜର ହୋଇଛନ୍ତି ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ ଦୁଇ କର୍ମଚାରୀ । କର୍ମଚାରୀଙ୍କ ହାଜର ହେବା ପାଇଁ ସମନ ଜାରି କରିଥିଲା ସିବିଆଇ । ସମନ ପାଇବା ପରେ ହାଜର ହୋଇ ପକ୍ଷ ରଖିଛନ୍ତି ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଦୁଇ କର୍ମଚାରୀ । ଉଭୟ କର୍ମଚାରୀଙ୍କୁ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ କରିଥିବା ଜଣାପଡିଛି  । ସଂସ୍ଥାର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ବୟାନ ଆଧାରରେ ଜେରା କରିଛି ସିବିଆଇ । ଦୁର୍ନୀତି ବାବଦରେ ସେମାନଙ୍କ ପାଖରେ କ’ଣ ତଥ୍ୟ ଅଛି, ସେ ସମ୍ପର୍କରେ ପଚାରିବା ସହ ଚିଠି ବାବଦରେ ଗୁଡାଇ ତୁଡାଇ ପ୍ରଶ୍ନ କରିଛି  । ଏହାଛଡା ୭ ତାରିଖ ରାତିରେ ଗାଡ଼ିରେ କିଏ କିଏ ଥିଲେ, ସେ ବାବଦରେ ପଚାରିଛି ସିବିଆଇ । ତେବେ ଆଇଏଏସ୍ଙ୍କୁ ଚିଠି ଲେଖିବା ପରେ, ଡିଲରେ ଚଞ୍ଚଲଙ୍କ ସମେତ ଯେଉଁମାନଙ୍କ ଚେହେରା ପଦାକୁ ଆସିଛି, ଏବଂ ଚଞ୍ଚଲ ଯାହା ଯାହା ନାଁ କହିଛନ୍ତି ସେହିମାନଙ୍କୁ ସମନ ଜରିଆରେ ହାଜର ହେବାକୁ କହିଥିଲା ସିବିଆଇ । ପଚରାଉଚରା ପରେ ଦୁଇ କର୍ମଚାରୀଙ୍କୁ ଛାଡିଛି ସିବିଆଇ । ଅନ୍ୟପଟେ ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ତିନି ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ଅସୁସ୍ଥ ସନ୍ତୋଷ ମହାରଣା । ସୋମବାର ୩ ଜଣ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆସନ୍ତା ଶୁକ୍ରବାର ମାମଲାର ଶୁଣାଣି ଧାର୍ଯ୍ୟ ହୋଇଛି  । 
ସେପଟେ ସିବିଆଇରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ । ସିବିଆଇ କାର୍ଯ୍ୟାଳୟରେ  ଆଗର ଦୃଶ୍ୟ ଦେଖି ଏଭଳି କିଛି ସମ୍ଭାବନା ଥିବା କୁହାଯାଉଛି । ସିବିଆଇ ଅଫିସ ଆଗରେ କଡା ପହରା ଥିବାସହ, ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିଷ୍ଣୁପଦଙ୍କ ଘର ସମ୍ମୁଖରେ ମଧ୍ୟ ପୁଲିସ ଛାଉଣୀ ଦେଖିବାକୁ ମିଳିଛି । ଏହାରି ଭିତରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଯୁଗ୍ମ ସଚିବ  । କୁହାଯାଉଛି ସେ ବରିଷ୍ଠ ଅଧିକାରୀଙ୍କୁ ଜେରା କରି ପାରନ୍ତି । ଅନ୍ୟପଟେ ଜେରାବେଳେ ଅସୁସ୍ଥ ହେଲେ ମୁଖ୍ୟ ଅଭିଯୁକ୍ତ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ।  ଝାଡା,ବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ସନ୍ତୋଷ । ଆଜି ରିମାଣ୍ଡ ସରୁଥିବା ବେଳେ, ଆରମ୍ଭ ହୋଇଛି ହାଇଡ୍ରାମା ।  ଝାଡା, ବାନ୍ତି ହେଉଥିବା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ହୋଇଛନ୍ତି । ୧୦ ଲକ୍ଷ ଟଙ୍କା ନଗଦ ଲାଞ୍ଚ କାରବାରର ମୁଖ୍ୟ କାର୍ପାଟଦାର ଥିଲେ ସନ୍ତୋଷ  ।