ମଲା ଲୋକର ରାସନ ସାମଗ୍ରୀ ଖାଉଛି ଡିଲର

 ଭଣ୍ଡାରିପୋଖରୀ: ଏହି ବ୍ଲକର ଜଳମଣ୍ଡୁଆ ପଞ୍ଚାୟତ ଶରଦପୁର ଗ୍ରାମର ୨୦୨୩ ଫେବୃୟାରୀରେ ମୃତୁ୍ୟବରଣ କରିଥିବା ରୁକ୍ମଣୀ ଖିଲାରଙ୍କ ରାସନ ସାମଗ୍ରୀ ଉଠାଇ ଡିଲର ଆତ୍ମସାତ କରୁଛି । ପରିବାର ଲୋକେ ରାସନ କାର୍ଡରୁ ନାମ କାଟିବାକୁ ଡିଲରକୁ ବାରମ୍ବାର ଜଣାଇ ବିଫଳ ହୋଇଛନ୍ତି । ଭାଗିବିନ୍ଧା ଗ୍ରାମର ଡିଲର ମଦନ ମୋହନ କୁଣ୍ଡୁ ମୃତକଙ୍କ ରାସନ ସାମଗ୍ରୀ ମାସକୁ ମାସ ଉଠାଇ ଚଳୁ କରୁଛି । ପରିବାର ପକ୍ଷରୁ ଏଭଳି ଅଭିଯୋଗ ବିଡିଓଙ୍କ ନିକଟରେ ହୋଇଛି । ଓ.ଆର.୦୩୦୨୦୦୧୮୩୮ ନଂ ରାସନ କାର୍ଡଧାରୀ ପରିବାର ମୁଖିଆ ରୁକ୍ମଣୀ ଖିଲାର ଅଟନ୍ତି । ରୁକ୍ମଣୀଙ୍କ ସହ ଅନ୍ୟ ୪ ଜଣ ରାସନ କାର୍ଡରେ ହିତାଧିକାରୀ ଭାବେ ରହିଛନ୍ତି । ରୁକ୍ମଣୀଙ୍କ ମୃତୁ୍ୟ ପରେ ଅନ୍ୟ ୪ଜଣ ରାସନ ସାମଗ୍ରୀ ପାଉଛନ୍ତି । ହେଲେ ରୁକ୍ମଣୀଙ୍କ ନାମ ରାସନକାର୍ଡରୁ କଟୁନାହିଁ କି ଆସୁଥିବା ସାମଗ୍ରୀ ବିତରଣ ହେଉନାହିଁ । ଫଳରେ ଡିଲର ମୃତକଙ୍କ ରାସନ ସାମଗ୍ରୀ ଭାଗ ଚଳୁ କରିଦେଉଛି । ଡିଲରଙ୍କ ଏହି କୁକାର୍ଯ୍ୟରେ ବ୍ଲକ ଯୋଗାଣ ବିଭାଗରେ ନିୟୋଜିତ ଜନୈକ ଆଉଟସୋର୍ସିଂ କର୍ମଚାରୀଙ୍କ ଅଭୟ ରହିଛି । ମୃତ ରୁକ୍ମଣୀଙ୍କ ପୁତ୍ର ପଦ୍ମନାଭ ଏ ସମ୍ପର୍କରେ ଅଭିଯୋଗ ବିଡିଓଙ୍କୁ ଦେଇ କାର୍ଯ୍ୟାନୁଷ୍ଠାନ ଲୋଡିଛନ୍ତି । ବିଡିଓ ଏହି ଅଭିଯୋଗର ତଦନ୍ତ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।