ଏନଏଚ ଓଭରବ୍ରିଜ କାର୍ଯ୍ୟକ୍ଷମ ନିମନ୍ତେ ଜମିଅଧିଗ୍ରହଣ ଆରମ୍ଭ 

 ବ୍ୟାସନଗର : ପାଣିକୋଇଲି-ଯାଜପୁର ରୋଡ଼ ବେଣାପୁର ଛକ ନିକଟରେ ୨୦ନଂ ଜାତୀୟ ରାଜପଥ ଉଭରବ୍ରିଜ କାର୍ଯ୍ୟକ୍ଷମ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ରାଜପଥରେ ଓଭରବ୍ରିଜ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଓପିଡିସିଏଲଓ ଜାତୀୟ ରାଜପଥ ବିଭାଗ ମଧ୍ୟରେ୧୩୨ କେ.ଭି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରକୁ ନେଇ ଦେଖା ଦେଇଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ କୋରେଇ ସଂଗ୍ରାମ ସମିତି ପକ୍ଷରୁ ଜିଲାପାଳ ଓ ବ୍ୟାସନଗର ତହସିଲଦାରଙ୍କ ଠାରେ ଲେଖିତ ଅଭିଯୋଗ କରିଥିଲା । ଗୁରୁବାର ତହସିଲଦାର ଦେବାଶିଷ ରାଉତ ଜାତୀୟରାଜପଥ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲଷ୍ମୀଧର ନାୟକ, ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତି ସାଧାରଣ ସମ୍ପାଦକ ଅଭିମନୁ୍ୟ ମିଶ୍ର ଓ ରାଜ୍ୟସ୍ୱନିରକ୍ଷକ ଘଟଣା ସ୍ଥଳରେ ପହଁଛି ସରଜମିନ ତଦନ୍ତ କରିଥିଲେ ।କିଛି ଅଂଶ ଘରୋଇ ଜମି ଥିବାରୁ ଏହାର. ମାଲିକାନାଙ୍କୁ କ୍ଷତିପୂରଣ ଦେବାକୁ ରାଜପଥ ବିଭାଗ ସହମତ ପ୍ରକାଶ କରିଥିଲେ ।