ମହାପୁରୁଷ ଅଚୁ୍ୟତାନନ୍ଦ ଓ ବାଲି ମେଳା
ରତ୍ନାକର ବାରିକ : ଯେଉଁ ଜଗନ୍ନାଥ ମୂର୍ତ୍ତି ନୀଳାଚଳରେ ସ୍ଥିତ ସେହି ଜଗନ୍ନାଥ ମୂର୍ତ୍ତି ପଦ୍ମବନେ ଉଦିତ । ଆଜିକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ନିଦେ୍ର୍ଦଶରେ ନେମାଳ ବଟର ଉତ୍ତରରେ ବହି ଯାଉଥିବା ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ ପଠାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେଉଥିବା ବାଲି ମେଳା (ବାଲିଯାତ୍ରା) ଆଜି ମହାଦ୍ରୁମରେ ପରିଣତ ହୋଇ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ବିନା ନିମନ୍ତ୍ରଣରେ ଆସି ପହଞ୍ଚô ଏହି ଉତ୍ସବରେ ସାମିଲ ହେବା ସହିତ ଚିତ୍ରୋତ୍ପଳା ନଦୀରେ ପାଦୁକା ସଦୃଶ ପାଣି ଟୋପାଏ ପାଇଁ ନିଜ ଅର୍ଜିତ ପାପକୁ ନାଶ କରିବା ସହିତ କିଛି ପୁଣ୍ୟ ହାସଲ କରିଥାଆନ୍ତି ବୋଲି ଆତ୍ମ ବିଶ୍ୱାସ ରହିଛି । ସେହି ବାଲିମେଳାର ବାଲିଯାତ୍ରା ସଂପର୍କରେ ପୁରାଣ ପୃଷ୍ଠାରୁ ବିଶେଷ ଉପସ୍ଥାପନା କରିଛନ୍ତି ରତ୍ନାକର ବାରିକ ।
“ମହା ବ୍ରହ୍ମ ନିର୍ବିକଳ୍ପ ପୁନ୍ନାନନ୍ଦ ମୟଂ ହରି,
ସର୍ବେଘଟେ ଶ୍ରୀ ଅଚୁ୍ୟତ ତସ୍ୟ ପାଦେ ନୟାମି ।”
(ଶ୍ରୀଜଗନ୍ନାଥ ଦାସ)
ଭବିଷ୍ୟତ କଥାକାର ମହାପୁରୁଷ ଅଚୁ୍ୟତାନନ୍ଦ ବାଳୁତ ସମୟରେ ଶ୍ରୀକ୍ଷେତ୍ର ଯାଇଥାଆନ୍ତି । ସେଠାରେ ଚେତନା ପୁରୁଷଙ୍କ ସହ ସାକ୍ଷାତ୍ ହୋଇ ତାଙ୍କଠାରୁ ଭିକ୍ଷା ଗ୍ରହଣ କରି ସାରିବାପରେ ଆଉ ଚାରି ସଖା ଯଥା ଜଗନ୍ନାଥ, ବଳରାମ, ଯଶୋବନ୍ତ, ଶିଶୁ ଅନନ୍ତ ଦାସ ଆଦି ଚାରି ଜଣ ପରସ୍ପରକୁ ଚିହ୍ନି ପାରି ଆଧ୍ୟାତ୍ମିକ କଥା ଆଲୋଚନା କରିବା ସହିତ ଚେତନା ପୁରୁଷଙ୍କ ସଂପର୍କରେ ଅଧିକରୁ ଅଧିକ ତର୍ଜମା କରିଥିଲେ । ଏହି ତର୍ଜମାରେ ମହାପୁରୁଷ ଅଚୁ୍ୟତାନନ୍ଦ ସର୍ବାଗ୍ରେ ରହିବାରୁ ତାଙ୍କୁ ଏହି ଚାରି ମହାପୁରୁଷମାନେ ଶ୍ରୀ ଶ୍ରୀ ଶ୍ରୀ ମହାପୁରୁଷ ଅଚୁ୍ୟତାନନ୍ଦ ଭବିଷ୍ୟତ କଥାକାର ଆଖ୍ୟା ଦେଇଥିଲେ । ସେହି ସମୟରୁ ମହାପୁରୁଷ ବିଷ୍ଣୁ ଅଙ୍ଗ ପ୍ରାପ୍ତି ହୋଇଥିବାରୁ ସେତେବେଳେ ୧୬ ସହସ୍ର ଗୋପାଳମାନେ ପ୍ରଭୁଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଦ୍ୱାଦଶ ଗୋପାଳ(ଯେ କି ମହାପୁରୁଷଙ୍କ ଚତୁଃପାଶ୍ୱର୍ରେ ଏବେ ଅବସ୍ଥାପିତ ଅଛନ୍ତି । ଏହି ଦ୍ୱାଦଶ ଗୋପାଳଙ୍କ ମଧ୍ୟରୁ ରାମଦାସ ଶ୍ରେଷ୍ଠ ଶିଷ୍ୟତ୍ୱ ଉପାଧି ପାଇବା ପରେ ମହାପୁରୁଷଙ୍କ ମୁଖ ନିସୃତ ବାଣୀ ଯାହା ହୋଇଥିଲା ରାମଦାସ ଲିଖନି ଚାଳନା କରି ଯୁଗ ଯୁଗକୁ କିମ୍ବଦନ୍ତୀ ସାଇତିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ଶ୍ରୀ ମହାପୁରୁଷ ଅଚୁ୍ୟତାନନ୍ଦ ତାଙ୍କର ଶେଷ ଇଚ୍ଛା ସଂପର୍କରେ ଶିଷ୍ୟ ରାମଦାସଙ୍କୁ ସମସ୍ତ କଥା କହିଥିବାରୁ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନଠାରୁ ଏକ ବଟବୃକ୍ଷମୂଳରେ ମହାପୁରୁଷ ଅଚୁ୍ୟତାନନ୍ଦ ସାଧନାରେ ବସିଥିଲେ । ବଟବୃକ୍ଷର ଚର୍ତୁପାଶ୍ୱର୍ରେ ଶିଷ୍ୟ ରାମଦାସ ଏକ କପଡା ଘେରା ବାନ୍ଧି ବାହାରେ ଦ୍ୱାଦଶ ଗୋପାଳଙ୍କ ସହ ମିଶି ଭଜନ କୀର୍ତ୍ତନରେ ମଜିଥିଲେ ।
“ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ସେହି ଦିନକୁ ଆଶା
ଅଭୟ ଚରଣେ ଶରଣ ପ୍ରଭୁ ଏଇ ଭରସା
ଚିତ୍ରୋତ୍ପଳା ନଦୀ ଉତ୍ତରେ ଗ୍ରାମ ନେମାଳ ସ୍ଥାନ
ସେ ସ୍ଥାନେ ମୋର ଏ ଦେହ ହଜିବି ମୋର ଏହି ଧ୍ୟାନ ।”
(ଅଷ୍ଟଗୁଜରୀ)
ବରିଷ୍ଠ ସେବାୟତ କୁହନ୍ତି - ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନଠାରୁ ପ୍ରଭୁ ଅଚୁ୍ୟତାନନ୍ଦ ଧ୍ୟାନରେ ବସିଥିଲେ । ଅପରପକ୍ଷରେ ଷୋଡଶ ଶିଷ୍ୟଙ୍କ ମଧ୍ୟରୁ ବିପ୍ର ବାଲି ଦାସ ନାମକ ଜଣେ ଶିଷ୍ୟ ମହାପୁରୁଷ ଅଚୁ୍ୟତାନନ୍ଦଙ୍କୁ କୌଣସି ସ୍ଥାନରେ ନ ପାଇ ମହାପୁରୁଷଙ୍କୁ ଦେଖିବା ପାଇଁ ସୁଦୂର ଶ୍ରୀକ୍ଷେତ୍ରରୁ ଚାଲି ଚାଲି ଆସି ବାଟରେ ଥିବା ଏକ ଭେଟବର ମୂଳରେ ବସି ଥକ୍କା ମେଣ୍ଟାଉଥିବା ସମୟରେ ସ୍ୱପ୍ନାଦେଶ ପାଇଲେ ନେମାଳର ଏକ ବଟମୂଳରେ ପ୍ରଭୁ ଧ୍ୟାନରେ ଅଛନ୍ତି । ତତ୍କ୍ଷଣାତ୍ ନିଦ୍ରା ଭଙ୍ଗ ହୋଇ ନେମାଳ ପୀଠକୁ ଆସି ପହଞ୍ଚôଲା ବେଳକୁ ସେଦିନ ହୋଇଥାଏ ଜ୍ୟେଷ୍ଠ ପୂର୍ଣ୍ଣିମା । ପ୍ରିୟ ରାମଦାସଙ୍କୁ ପ୍ରଭୁଙ୍କ ବିଷୟରେ ପଚାରନ୍ତେ ରାମଦାସ କହିଥିଲେ ପ୍ରଭୁ ଧ୍ୟାନରେ ଅଛନ୍ତି ଏବେ ସାକ୍ଷାତ୍ ହୋଇ ପାରିବ ନାହିଁ । ବାଲିଦାସ ଜିଦ୍ ଧରିବାରୁ ଶିଷ୍ୟ ରାମଦାସ ବଟବୃକ୍ଷର ଚାରିକଡରେ ଘୋଡା ଯାଇଥିବା କପଡା ଖୋଲି ଦିଅନ୍ତେ ସେଠାରେ ସେ ଏକ ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏକ ପୁଷ୍ଟକ ପୁଷ୍ପ ସଦୃଶ ଏକ ଫୁଲ ଉପରେ ଅଚୁ୍ୟତାନନ୍ଦ ଦ୍ୱାଦଶ ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ପତ୍ରିକା, ଛତ୍ରିକା, ବେଣୁ, ବେତ୍ର, ଟୋପର, ପର, ମୁରଲୀ, ସିଂଙ୍ଗା (ସ୍ତୁତିଚିନ୍ତାମଣି ଗୀତା) ଧରି ଉଭା ହୋଇଥିଲେ । ରାମଦାସ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ବିଷ୍ଣୁରୂପୀ ଶ୍ରୀ ଶ୍ରୀ ମହାପୁରୁଷ ଅଚୁ୍ୟତାନନ୍ଦଙ୍କୁ କ୍ଷମା ପ୍ରାର୍ଥନା ମାଗିବା ସହ ଯେ କୌଣସି ଦଣ୍ଡରେ ଦଣ୍ଡିତ କରିବା ପାଇଁ ପ୍ରାର୍ଥନା କରିଥିଲେ । ମାତ୍ର ମହାପୁରୁଷ ଅଚୁ୍ୟତାନନ୍ଦ ଅତ୍ୟନ୍ତ ଆନନ୍ଦଭରା କଣ୍ଠରେ କାହାରି କିଛି ଦୋଷ ନାହିଁ , ବିପ୍ର ବାଲି ଦାସ ମୋର ଏକ ପରମଶିଷ୍ୟ । ତାଙ୍କ ନାମରେ ବାଲି ମେଳା ନାମିତ କରିବା ପାଇଁ ରାମଦାସଙ୍କୁ କହିଥିଲେ । ଚିତ୍ରୋତ୍ପଳା ନଦୀରେ ସଂଧ୍ୟାରେ ଯେଉଁ ମେଳା ହେବା କଥା ତାହା ଆଜିଠାରୁ ବାଲିମେଳା ନାମରେ ନାମିତ କରିବା ପାଇଁ ଶିଷ୍ୟ ରାମଦାସଙ୍କୁ କହିଥିଲେ । ସେହିଦିନଠାରୁ ପ୍ରତି ବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ଥାନୀୟ ଚିତ୍ରୋତ୍ପଳା ନଦୀରେ ବାଲିଯାତ୍ରା (ବାଲିମେଳା) ଅନୁଷ୍ଠିତ ହୋଇ ଆସୁଅଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସି ଏହି ତୀର୍ଥ ଦର୍ଶନ କରିଥାଆନ୍ତି । ଏହି ତୀର୍ଥ ବା ଏହି ବଟ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଶେଷ ଇଚ୍ଛା ଶ୍ରୀଜଗନ୍ନାଥ ପୂରଣ କରିଛନ୍ତି ବୋଲି ପୁରାଣ କଥା ରହିଛି । କାରଣ ଠିକ୍ ଅମୁଆ ଭୋଗ (କୋଠଭୋଗ) ସମୟରେ ଶ୍ରୀ ଜଗନ୍ନାଥ କୌଣସି ଏକ ରୂପରେ ପୀଠକୁ ଆସୁଥିବାରୁ ଏହି କ୍ଷେତ୍ର ଶ୍ରୀକ୍ଷେତ୍ରରେ ପରିଣତ ହୋଇଯାଇଥାଏ ବୋଲି ଭକ୍ତମାନଙ୍କ ଆତ୍ମ ବିଶ୍ୱାସ ରହିଛି ।
ପ୍ରବାଦ ଅଛି ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ନିକଟରେ ଏହି ଜ୍ୟେଷ୍ଠପୂର୍ଣ୍ଣିମା ଦିନ ତାଙ୍କର ଅନ୍ୟତମ ପ୍ରିୟଶିଷ୍ୟ ଅଚୁ୍ୟତି ଖାଁଙ୍କ କବର ସ୍ଥାନକୁ ବଟ ମୂଳରେ ଘୋଡାଯାଇଥିବା କପଡା ସେତେବେଳେ ଯାଇଥିଲା । ପ୍ରତିବଦଳରେ ସଖାଙ୍କ ପାଖରୁ ଅମୁଆ ଭୋଗ ପେଡି ମହାପୁରୁଷଙ୍କ ପାଖକୁ ଆସିଥିଲା । ଯାହାର ପ୍ରଥା ଅଦ୍ୟାବଧି ରହିଆସିଛି । ଏବେ ଅମୁଆ ଭୋଗକୁ ନିର୍ଦ୍ଧିଷ୍ଟ କେତୋଟି ପରିବାର କୋଠ ଭୋଗ ଭାବରେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କୁ ଅର୍ପଣ କରୁଥିଲା ବେଳେ କୋଠ ଭୋଗ ମଧ୍ୟ ଅଚୁ୍ୟତି ଖାଁଙ୍କ ପରିବାରକୁ ଦିଆଯିବାର ଜ୍ୱଳନ୍ତ ଉଦାହରଣ ରହିଛି । ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଦର୍ଶନ କରିବା ସହିତ ବାଲିମେଳାରେ ଉପସ୍ଥିତ ରହି ପୁଣ୍ୟ ଅର୍ଜନ କରିବାର ଅବସର ଉପନୀତ । ।
ମୋ - ୯୫୮୩୨୧୧୯୮୮