ପୃଥିବୀର ବୃହତ୍ତମ ଗୁଇନ୍ଦା ସଂସ୍ଥା ଚୀନର :ଏମ୍ଏସ୍ଏସ୍

ମହାମେଘବାହନ 
ଐର ଖାରବେଳ ସ୍ୱାଇଁ: ଗତ ଜୁନ ୨୦୨୦ରେ ଯେତେବେଳେ ଭାରତ ଓ ଚୀନର ସୈନ୍ୟମାନଙ୍କ ମଧ୍ୟରେ ସୀମାନ୍ତ ଅଞ୍ଚଳରେ ବିବାଦ ଲାଗିଥିଲା । ତା’ର ମାତ୍ର ୪ ମାସ ପରେ ହଠାତ୍ ମୁମ୍ବାଇରେ ବିଦୁ୍ୟତ ଚାଲିଗଲା, ମୋବାଇଲ ନେଟୱାର୍କ ମଧ୍ୟ ଚାଲିଗଲା, ଟ୍ରେନ୍ ଚଳାଚଳ ବନ୍ଦ ହୋଇଗଲା  । ଅବଶ୍ୟ କେତେ ଘଣ୍ଟା ପରେ ପୁଣି ବିଦୁ୍ୟତ ଫେରିଆସିଲା  । ଏହାର ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ସାଇବର ଆକ୍ରମଣ ହେବାରୁ ଏହା ଘଟିଥିଲା ଏବଂ ଚୀନ ଏହା କରିଛି ବୋଲି ସନେ୍ଦହ ହୋଇଥିଲା  । ବିଶେଷଜ୍ଞମାନେ କହନ୍ତି ଯେ, ଏହି ଘଟଣା ଦ୍ୱାରା ଚୀନ ଭାରତର ପାୱାରଗ୍ରୀଡ଼ମାନଙ୍କ ମଧ୍ୟକୁ ପଶିବାକୁ ଚେଷ୍ଟା କରିଛି ଓ ଭାରତକୁ ସତର୍କବାଣୀ ଶୁଣାଇଛି  । ଏହାକୁ ଚୀନର ଗୁଇନ୍ଦା ସଂସ୍ଥା ଏମ୍ଏସ୍ଏସ୍ କରିଛି ବୋଲି ଆଶଙ୍କା କରାଯାଏ  । ଚୀନ ହେଉଛି ଅଳ୍ପ କେତେକ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଯାହା ଏପରି କାର୍ଯ୍ୟ କରିପାରେ  । ଏହା ସାଇବର ଯୁଦ୍ଧ ଆରମ୍ଭ କରିପାରେ  । ଏଥିପାଇଁ ଏହି ଦେଶ ଏହାର ଗୁଇନ୍ଦା ସଂସ୍ଥା ଏମ୍ଏସ୍ଏସ୍ ଅର୍ଥାତ୍ ରାଷ୍ଟ୍ର ସୁରକ୍ଷା ମନ୍ତ୍ରାଳୟରେ ପୁଞ୍ଜି ଲଗାଣ କରିଛି  । 
ପୃଥିବୀରେ ବିଭିନ୍ନ ଗୁଇନ୍ଦା ସଂସ୍ଥାମାନଙ୍କ ମଧ୍ୟରେ ପ୍ରଖ୍ୟାତ ଅଟନ୍ତି ପୂର୍ବତନ ୟୁଏସ୍ଏସ୍ଆର୍ର କେଜିବି, ଆମେରିକାର ସିଆଇଏ, ଇସ୍ରାଏଲର ମୋସାଦ, ପାକିସ୍ତାନର ଆଇଏସ୍ଆଇ, ୟୁକେର ଏମ୍୧୬, ଫ୍ରାନ୍ସର ଏଫ୍ଏସ୍ବି ଓ ଭାରତର ‘ର’(ଆର ଏଣ୍ଡ ଏଡବ୍ଲୁ୍ୟ)  । ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଗୁଇନ୍ଦା ସଂସ୍ଥାମାନେ ସବୁବେଳେ ଚିନ୍ତିତ ଅଛନ୍ତି ଯେ, ସରକାର ଓ ଗୁଇନ୍ଦା ସଂସ୍ଥାମାନଙ୍କୁ ନେଇ କାହାଣୀ ଲେଖା ହୋଇଛି  । ଏମ୍ଏସ୍ଏସ୍ ବିଭିନ୍ନ ସମୟରେ ଏହି କାର୍ଯ୍ୟ କରୁଛି ଏବଂ ଏପରିକି ଜୁଆ ଖେଳର ବିଖ୍ୟାତ ମଣ୍ଟେକାର୍ଲୋରେ ଏପରି ପଦକ୍ଷେପ ନେଉଛି  । ଚୀନର ଏମ୍ଏସ୍ଏସ୍ ହେଉଛି ବିଶ୍ୱର ସବୁଠୁ ବଡ଼ ଗୁଇନ୍ଦା ସଂସ୍ଥା  । ଏହାର ସଦସ୍ୟ ସଂଖ୍ୟା ପ୍ରାୟ ୩ ଲକ୍ଷ ୫୦ ହଜାରରୁ ୮ ଲକ୍ଷ  । ଏମାନେ ପ୍ରାୟ ୧୦୦ଟି ଦେଶରେ କାମ କରନ୍ତି  । ତେବେ ସୋଭିଏତ ୟୁନିୟନର କେଜିବି ଯେତେବେଳେ ପୃଥିବୀର ସବୁଠାରୁ ବଡ଼ ଗୁଇନ୍ଦା ସଂସ୍ଥା ଥିଲା ସେତେବେଳେ ଏହାର ଗୁଇନ୍ଦାମାନଙ୍କର ସଂଖ୍ୟା ଥିଲା ୩ ଲକ୍ଷ  । ଏହାର ବାର୍ଷିକ ବଜେଟ ହେଉଛି ପ୍ରାୟ ୨୦୦୦ କୋଟି ଡଲାର  । ଏହି ପୁଞ୍ଜି ଲଗାଣ ବେଳେ ଏମ୍ଏସ୍ଏସ୍ ଏହାର ଗତ କେତେ ଦଶନ୍ଧି ହେଲା କାର୍ଯ୍ୟକାରିତାକୁ ବଢ଼ାଇ ଚାଲିଛି  । ଗତ କେତେ ସପ୍ତାହ ତଳେ ଦୁଇ ଜଣ ଚୀନା ଗବେଷକ ଆମେରିକାକୁ ଗୋଟିଏ ଫଙ୍ଗସ୍(ଜୀବାଣୁ) ଆମେରିକାକୁ ପଠାଇବାକୁ ଚେଷ୍ଟା କରୁଥିଲେ  । ଏବେ ଦେଖାଯାଉଛି ଚୀନ ତା’ର ଗୁଇନ୍ଦା ହିସାବରେ ଛାତ୍ରମାନଙ୍କ ଦ୍ୱାରା ବିଭିନ୍ନ ଦେଶରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି  । ଏଣୁ ଅନେକ କାର୍ଯ୍ୟାନୁଷ୍ଠାନ ଘଟୁଛି  । ଏଥିରେ ବୃହତ ଓ ସକି୍ରୟ ପଦକ୍ଷେପମାନ ନିଆଯାଉଛି ଓ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ବିଭିନ୍ନ ଦେଶର ବ୍ୟାପାରରେ ହସ୍ତକ୍ଷେପ ହେଉଛି  । ଏମ୍ଏସ୍ଏସ୍ ଗୋଟିଏ ଏକ ପ୍ରକାର କୁହେଳିକା ମଧ୍ୟରେ ରହିଛି  । ସେ ସମ୍ପର୍କରେ ଏହାକୁ ବୁଝିବା ବଡ଼ ଜଟିଳ ବ୍ୟାପାର  । 
ରାଷ୍ଟ୍ର ନୁହେଁ ଦଳ
ଏମ୍ଏସ୍ଏସ୍ ସବୁବେଳେ ସକି୍ରୟ ରହିଛି  । ଗୋଟିଏ ବଡ଼ ବିସ୍ତାର ଏହି ସଂଗଠନର ୨୦୧୨ରେ ଘଟିଲା ଯେତେବେଳେ ସି ଜିନ୍ ପିଙ୍ଗ ଦେଶର ଶାସନଭାରକୁ ହାତକୁ ନେଲେ  । ଏହାର ମୁଖ୍ୟ କାରଣ ହେଲା ଏମ୍ଏସ୍ଏସ୍ ମାଧ୍ୟମରେ ଚୀନରେ କମୁ୍ୟନିଷ୍ଟ ପାର୍ଟି କିପରି ଶାସନରେ ରହିବ ତାହା ସେ ଦେଖିଥିଲେ  । ଏଠାରେ ଦେଖାଯାଉଛି ଅନ୍ୟ ରାଷ୍ଟ୍ରୀୟ ଗୁଇନ୍ଦା ସଂଗଠନ ଯେଉଁଗୁଡ଼ିକ ରାଷ୍ଟ୍ରର ପ୍ରତିଫଳନ କରେ, ଏମ୍ଏସ୍ଏସ୍ ତାହା ନକରି ଚୀନର କମୁ୍ୟନିଷ୍ଟ ପାର୍ଟିକୁ ସୁରକ୍ଷିତ କରିବା ପାଇଁ ରହିଥାଏ  । ଏହାର ମୁଖ୍ୟ କାର୍ଯ୍ୟ ହେଉଛି ସରକାରକୁ ସୁରକ୍ଷା ଦେବା, ଯେଉଁମାନେ କମୁ୍ୟନିଷ୍ଟ ପାର୍ଟିର ବିରୋଧ କରୁଛନ୍ତି ତା’ର ମୁକାବିଲା କରିବା ଓ ସେଥିପାଇଁ ଗୁଇନ୍ଦାଗିରି କରିବା ଓ ଚୀନରେ ଯେଉଁ ଚୀନାମାନେ ବିଦେଶରେ ରହି ଚୀନ ବିରୁଦ୍ଧରେ ଲାଗିଛନ୍ତି ତାଙ୍କ ବିରୁଦ୍ଧରେ ଲାଗିବା  । 
ଅନ୍ୟଠାରୁ ସ୍ୱତନ୍ତ୍ର
ଅନ୍ୟ ଗୁଇନ୍ଦା ସଂସ୍ଥାମାନଙ୍କଠାରୁ ଏହି ସଂସ୍ଥା ଅନେକ ବାଟରେ ସ୍ୱତନ୍ତ୍ର ଅଟେ  । ଏହା ହେଉଛି ଏକମାତ୍ର ସଂସ୍ଥା ଯାହା ଦେଶଭିତରେ ଓ ଦେଶ ବାହାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ  । ଏହା ହେଉଛି ଗୋଟିଏ ବଡ଼ ଜଟିଳ ଢ଼ାଞ୍ଚା, ଯାହାର ବିଭିନ୍ନ ବିଭାଗମାନ ରହିଛି  । ଏହା ବହୁତ ବଡ଼ ଆକାରରେ ସାଇବର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାଏ  । ଯେତେବେଳେ ଚେନ୍ ଇକସିନକୁ ଗୃହମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ହିସାବରେ ୨୦୨୨ରେ ନିଯୁକ୍ତି ଦିଆଗଲା, ତାଙ୍କୁ ଏହି କାମ ଦିଆଯାଇଥିଲା ଯେ, ଚୀନର ସୀମାକୁ କେମିତି ଆହୁରି ବଢ଼େଇ ଦିଆଯିବ  । ତେବେ ଏହା ପରେ କୋଭିଡ-୧୯ ବ୍ୟାପିଗଲା ଏବଂ ଚେନ୍ ଯିଏକି ହେଉଛନ୍ତି ସି ଜିନ୍ ପିଙ୍ଗଙ୍କର  ବିଶ୍ୱସ୍ତ ଏବଂ ଯିଏକି ଏହି ଘଟଣାକୁ ଦେଖୁଥିଲେ ସେ କେବଳ କୋଭିଡକୁ ରୋକିବାକୁ ଚେଷ୍ଟା କଲେ ତାହା ନୁହେଁ କୋଭିଡକୁ ନେଇ ସାରା ବିଶ୍ୱରେ ଯେଉଁ ଚୀନ ବିରୋଧୀ ପ୍ରଚାର ଚାଲିଥିଲା ତାହାକୁ ସେ ରୋକିବାକୁ ଚେଷ୍ଟା କଲେ  । ଚେନ୍ ଏମ୍ଏସ୍ଏସ୍କୁ ବହୁ ଭାଗରେ ବିଭକ୍ତ ତଥା ଅତ୍ୟନ୍ତ କ୍ଷତିକାରକ ଓ ରହସ୍ୟମୟ ସଂଗଠନରେ ପରିଣତ କଲେ  । 
 ଭାରତରେ କାର୍ଯ୍ୟାନୁଷ୍ଠାନ
ଚୀନର ଲକ୍ଷ୍ୟ ହେଲା ବିଦ୍ରୋହୀମାନଙ୍କୁ ଜବତ କରିବା  । ଏହାର କାର୍ଯ୍ୟାନୁଷ୍ଠାନ ଭାରତରେ ଚାଲିଥିଲା, ଯେଉଁଠି ପ୍ରବାସରେ ଥିବା ତିବ୍ଦତ ସରକାରଙ୍କର କାର୍ଯ୍ୟକ୍ରମକୁ ଏହା ପ୍ରତିହତ କରିବାକୁ ଚେଷ୍ଟା କରୁଥିଲା, ଯେଉଁ ସରକାର ଦଲାଇଲାମାଙ୍କ ଦ୍ୱାରା ପରିଚାଳିତ ଏବଂ ଯାହାକୁ ଚୀନ ଗୋଟିଏ ରାଜନୈତିକ ବିରୋଧୀ ବୋଲି ବର୍ଣ୍ଣନା କରିଥାଏ  । କିନ୍ତୁ ଏମ୍ଏସ୍ଏସ୍ ଏହାର ବିଭିନ୍ନ ଅଙ୍ଗକୁ ଗତ କେତେବର୍ଷ ଭିତରେ ବଢ଼ାଇ ଚାଲିଛି  । ୨୦୨୪ ଫେବୃଆରୀରେ ଆଇ-୦ ଜଣେ ଚୀନା କଣ୍ଟ୍ରାକ୍ଟର ଯିଏକି ସରକାରୀ ସଂସ୍ଥାମାନଙ୍କ ପାଇଁ ତଥା ଏମ୍ଏସ୍ଏସ୍ ପାଇଁ କାର୍ଯ୍ୟ କରେ, ଗୋଟିଏ ତଥ୍ୟର ପ୍ରଘଟ କରିଥିଲା ଯାହା ଭାରତରେ ଏହି ଗୁଇନ୍ଦା ସଂସ୍ଥା କିପରି କାମ କରୁଛି ତାହା ପ୍ରଘଟିତ କରିଥିଲା  । ଏହି ଗୋପନୀୟ ତଥ୍ୟ ପ୍ରଘଟ କରିଥିଲା ଯେ, ଚୀନ ଏହାର ସାଇବର କାର୍ଯ୍ୟକ୍ରମ ଦ୍ୱାରା ଭାରତରୁ ଯେତେ ଲୋକ ବାହାରକୁ ଯାଉଛନ୍ତି ତାଙ୍କର ୯୫.୨%ଙ୍କର ତଥ୍ୟ ଜାଣିଥିଲା  । ୨୦୧୮ର କର୍ମ·ରୀ ପ୍ରୋଫିଡେଣ୍ଟ ଫଣ୍ଡ(ଇପିଏଫ୍ଓ) ସମ୍ପର୍କରେ ଯେଉଁ ତଥ୍ୟ ପ୍ରଘଟ ହୋଇଥିଲା ତାହା ଏହି ସଂସ୍ଥା ଦ୍ୱାରା କରାଯାଇଥିଲା ବୋଲି କୁହାଯାଏ  । ଏହାପରେ ଅନେକ ସଂକେତ ଅଛି ଯେ, ରିଲାଏନ୍ସ, ଏୟାର ଇଣ୍ଡିଆ ଉପରେ ଏହି ସଂସ୍ଥା ତରଫରୁ ସାଇବର ଆକ୍ରମଣ ହୋଇଥିଲା  । ଏମ୍ଏସ୍ଏସ୍ ତା’ର ବାହୁ ବିସ୍ତାର କରି ସାଇବର ଗୁଇନ୍ଦାଗିରିକୁ ବଢ଼ାଇଥିଲା ଯାହା ଫଳରେ ଭାରତର ବିଭିନ୍ନ ପ୍ରକାର ଭିତ୍ତିଭୂମି ଉପରେ ପ୍ରଭାବ ପଡ଼ିଥିଲା ଯାହା ମଧ୍ୟରୁ ପୂର୍ବ ବର୍ଣ୍ଣିତ ପାୱାରଗ୍ରୀଡ ଅସୁବିଧା ହେଉଛି ଗୋଟିଏ  । ଗତ ୨୦୧୮ରେ ଲୁଅ ସାଙ୍ଗ ଚାର୍ଲି ପେଙ୍ଗଙ୍କୁ ଗିରଫ କରାଯାଇଥିଲା ଦିଲ୍ଲୀରେ, କଳାଧନକୁ ଧଳା କରିବା ଅଭିଯୋଗରେ ଏବଂ ଗୁଇନ୍ଦାଗିରି କରିବାରେ  । ଏହି ରିପୋର୍ଟ ସୂଚନା ଦିଏ ଯେ, ନେପାଳରୁ ମଧ୍ୟ ଭାରତ ଉପରେ ଚୀନ ଗୁଇନ୍ଦାଗିରି କରୁଛି ଏବଂ ମିଥ୍ୟା ଆଧାର କାର୍ଡମାନ ସୃଷ୍ଟି କରୁଛି ତଥା ଅର୍ଥର କଳାଧନକୁ ଧଳା କରୁଛି  । ଅନ୍ୟ ପକ୍ଷରେ ମାନବୀୟ ଗୁଇନ୍ଦାଗିରି କ୍ଷେତ୍ରରେ ସେମାନେ ଗୋଟିଏ ଅତ୍ୟାଧୁନିକ ଜାଲ ବିଛାଇଛନ୍ତି  । ଚୀନର କୌଶଳ ହେଉଛି ସବୁ ପ୍ରକାର ସାଇବର ଅର୍ଥନୈତିକ ଓ ମାନବୀୟ ଅସ୍ତ୍ରକୁ ପ୍ରୟୋଗ କରି ବିଭିନ୍ନ ଦୃଷ୍ଟିରୁ ଭାରତରେ ସୁବିଧା ନେବା  । ଏମାନେ ମଧ୍ୟ ଭାରତରେ ଉଗ୍ରବାଦୀ ଗୋଷ୍ଠୀମାନଙ୍କ ସହିତ ମିଶିଛନ୍ତି ଓ ବିଶେଷ କରି ଉତ୍ତର ପୂର୍ବ ଅଞ୍ଚଳରେ ତାହା କରିଛନ୍ତି  । ସେମାନେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ମଧ୍ୟ ମିଶିଛନ୍ତି  ।  ଏହାର ପ୍ରଭାବ ଓ ସମ୍ପର୍କ ହେଉଛି ଅତି ବ୍ୟାପକ  । ଭାରତର ପଡ଼ୋଶୀ ଅଞ୍ଚଳମାନଙ୍କରେ ବିଭିନ୍ନ ସରକାରମାନଙ୍କୁ ହଟେଇବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି  । 
ଚୀନା ଆଇନର ଅବସ୍ଥା ହେଉଛି ସମ୍ପୂର୍ଣ୍ଣ ଅଲଗା  । ଚୀନା ଆଇନ କହେ ଯେ, ସବୁ ସରକାରୀ ସଂସ୍ଥାମାନେ ଏମ୍ଏସ୍ଏସ୍ ସହିତ ମିଶି କାମ କରିବା ଉଚିତ  । କାରଣ ଚୀନର ରାଷ୍ଟ୍ରୀୟ ଗୁଇନ୍ଦା ଆଇନ ଅନୁସାରେ ସବୁ ସଂଗଠନ ଓ ନାଗରିକ ସରକାରଙ୍କୁ ସମର୍ଥନ କରିବା, ସହଯୋଗ କରିବା ଓ ସହାୟତା କରିବା ଉଚିତ ତଥା ରାଷ୍ଟ୍ରର ଗୁଇନ୍ଦା କାର୍ଯ୍ୟରେ ନିଜକୁ ସମ୍ପୃକ୍ତ କରିବା ଉଚିତ  । ଏହାଛଡ଼ା ସବୁ ଗୁପ୍ତ କଥାକୁ ସେମାନେ ଜଣାଇବା ଉଚିତ  । ଭାରତରେ ଯେଉଁ ଚୀନା କମ୍ପାନୀମାନେ ଅଛନ୍ତି ସେମାନେ ବିଭିନ୍ନ ପ୍ରକାର ସ୍ପର୍ଶକାତର କ୍ଷେତ୍ରରେ ଯଥା ବିଦୁ୍ୟତ ଓ ଟେଲିକମ୍ କ୍ଷେତ୍ରରେ କାମ କରୁଛନ୍ତି  । 
ଏମ୍ଏସ୍ଏସ୍ର ଢ଼ାଞ୍ଚା
ଏମ୍ଏସ୍ଏସ୍ର କାମ ହେଉଛି ଯେ, ଏଥିରେ ୧୨ରୁ ୨୦ଟି ବୁ୍ୟରୋ ଅଛି, ଯେଉଁମାନଙ୍କ ମଧ୍ୟରେ ଅଛି ବୁ୍ୟରୋ ଅଫ୍ ଇଣ୍ଟରନାଲ ପଲିଟିକାଲ ଆଫାୟାର୍ସ, ଯାହା ଚୀନର ସୁରକ୍ଷା ପାଇଁ ଦାୟିତ୍ୱ ସମ୍ପନ୍ନ ଓ ଏହା କମୁ୍ୟନିଷ୍ଟ ପାର୍ଟିର ନେତାମାନଙ୍କୁ ସୁରକ୍ଷା ଦେବା କଥା  । ଏହାର ଗୋଟିଏ ଅଂଶ ହେଉଛି ତା’ର ନିଜର ଲୋକମାନଙ୍କ ଉପରେ ନଜର ଦେବା, ଯାହା ମାଓ ସେ ତୁଙ୍ଗଙ୍କ ବେଳୁ ଚାଲିଆସିଛି  । ବୈଷୟିକ ଦୃଷ୍ଟିକୋଣରୁ ଲୋକମାନଙ୍କର କଥାକୁ ସବୁବେଳେ ଗୋପନରେ ତନଖି କରାଯାଉଥାଏ  । 
ଏମାନଙ୍କ ଛଡ଼ା ବୁ୍ୟରୋ ଫର ଫରେନ୍ ଇଣ୍ଟେଲିଜେନ୍ସ କଲେକ୍ସନ(ବିଦେଶୀ ଗୁଇନ୍ଦା ତଥ୍ୟ ସଂଗ୍ରହ ବୁ୍ୟରୋ) ଯାହା କୂଟନୀତିଜ୍ଞ, ସାମ୍ବାଦିକ, ପର୍ଯ୍ୟଟକ, ଶିକ୍ଷାବିତ୍, ଛାତ୍ର ଏବଂ ବ୍ୟବସାୟୀମାନଙ୍କ ଜରିଆରେ ସଂଗ୍ରହ କରାଯାଇଥାଏ  । 
ଆହୁରି ମଧ୍ୟ ଅଛି ବୁ୍ୟରୋ ଅଫ୍ ହଂକଂ, ମାକାଉ ଓ ତାଇୱାନ ଯାହା କମୁ୍ୟନିଷ୍ଟ ପାର୍ଟିର ବିସ୍ତାର କରିଥାଏ ଏହି ଦେଶମାନଙ୍କରେ  । ଏହାଛଡ଼ା ସେ ଦେଶରେ ଏ ଘଟଣା କିପରି ଘଟୁଛି ସେ କଥା ମଧ୍ୟ ଦେଖାଯାଇଥାଏ  । 
ବୁ୍ୟରୋ ଅଫ୍ ଟେକ୍ନିକାଲ ସପୋର୍ଟ ଆଣ୍ଡ ସାଇବର ଅପରେସନ୍ ହେଉଛି ବୋଧହୁଏ ସବୁଠାରୁ ବଡ଼ ବୁ୍ୟରୋ ଏମ୍ଏସ୍ଏସ୍ର  । ଏହାର କାମ ହେଉଛି ସାଇବର ଗୁଇନ୍ଦା କାମ କରିବା ଓ କାରଖାନାମାନଙ୍କର କାର୍ଯ୍ୟକର୍ତ୍ତାମାନଙ୍କୁ ଚୀନରେ ସେହି ବାଟରେ ଚଳାଇବା  । ଏହା ବିଭିନ୍ନ ଚୀନା ଯନ୍ତ୍ରପାତିକୁ ଲଗାଇଥାଏ ଅନ୍ୟ ଦେଶର ଗୁଇନ୍ଦା ଖବର ପାଇବା ପାଇଁ  । ଏଥିରେ ଚୀନର ସବୁଠାରୁ ପ୍ରତିଭା ସମ୍ପନ୍ନ ଲୋକଙ୍କୁ ନିଯୁକ୍ତ କରାଯାଇଥାଏ ଯାହା ଦ୍ୱାରା ଟେକ୍ନିକାଲ ଗୁଇନ୍ଦା କାର୍ଯ୍ୟ କରାଯାଇଥାଏ  । ଏଥିପାଇଁ ପ୍ରୋକ୍ସି ସର୍ଭର ଓ ଘରୋଇ ନେଟ୍ୱର୍କର ମଧ୍ୟ ବ୍ୟବହାର କରାଯାଇଥାଏ  । ଏଗୁଡ଼ିକ ଅତ୍ୟନ୍ତ ନିଛାଟିଆ ଦ୍ୱୀପମାନଙ୍କରେ ଲଗାଯାଇଛି ଯେମିତିକି ୟାଲୁ ନଦୀ ଯାହା ଉତ୍ତର କୋରିଆ ସୀମାନ୍ତରେ ଅଛି  । 
ବୁ୍ୟରୋ ଅଫ୍ କାଉଣ୍ଟର ଇଣ୍ଟେଲିଜେନ୍ସ କୂଟନୀତିଜ୍ଞ ଏଜେଣ୍ଟ ଓ ଦେଶକୁ ଆସୁଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖିଥାଏ  । ଏହାର ପ୍ରତି ଗୁଇନ୍ଦା କାର୍ଯ୍ୟକଳାପ ଯୋଗୁଁ ଯେକୌଣସି ଗୁଇନ୍ଦା ସଂସ୍ଥାର ତ୍ରୁଟିକୁ ମଧ୍ୟ ନଜର ରଖାଯାଇଥାଏ  । ଏହାର ଗୋଟିଏ ୱି ଚାର୍ଟ ବୋଲି ଆକାଉଣ୍ଟ ଅଛି ଯେଉଁମାନେ ଗୁଇନ୍ଦା ସୂତ୍ରକୁ ଭଙ୍ଗ କରିଥାନ୍ତି  । 
୨୦୨୫ରେ ଚୀନ ଅପରେସନ ସିନ୍ଦୂର ବେଳେ ତା’ର ଉପଗ୍ରହମାନଙ୍କ ଦ୍ୱାରା ପାକିସ୍ତାନରୁ ଅଧିକାଂଶ ଖବର ବୁ୍ୟରୋ ଅଫ୍ ଲିଆଇଜନ୍ ଦ୍ୱାରା ଭାରତକୁ ଜଣାଇଥିଲା  । ଆମେରିକାରେ ଗତ ଜୁନ୍ ୨୦୨୫ରେ ଦୁଇ ଜଣ ଚୀନା ଗିରଫ ହୋଇଥିଲେ ଓ ନୁ୍ୟୟର୍କରେ ଗୋଟିଏ ଗୁପ୍ତ ଚୀନା ପୋଲିସ ଷ୍ଟେସନ ଥିବାର ଜଣାପଡ଼ିଥିଲା, ଯାହା ପ୍ରବାସୀ ଚୀନା ବିରୋଧୀମାନଙ୍କ ଉପରେ ନଜର ରଖିଥିଲା  ।
ର-ଜ୍ଞବସକ୍ଷ:ଳଷବକ୍ସବଭରକ୍ଷବଗ୍ଦଙ୍ଗବସଦ୍ଭ(ଅଶଜ୍ଞବସକ୍ଷ.ମକ୍ଟଜ୍ଞ   
ମୋବାଇଲ୍ -୯୪୩୭୦୨୦୨୯୦