ମହାବାରୁଣୀ ମେଳା ପ୍ରସ୍ତୁତି ବୈଠକ
ଯାଜପୁର ଟାଉନ : ପବିତ୍ର ମହାବାରୁଣୀ ମେଳା ଆୟୋଜନ ଓ ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜି୍ଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରି ପବିତ୍ର ମହାବାରୁଣୀ ମେଳା ଯାଜପୁର ଜିଲ୍ଲାର ଏକ ଐତିହାସିକ ମେଳା ଅଟେ । ଏହି ପବିତ୍ର ମେଳାକୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସୁଚାରୁ ରୂପେ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଯାଜପୁର ସାଂସଦଙ୍କ ପ୍ରତିନିଧି ଫଣିନ୍ଦ୍ର ମିଶ୍ର ଯୋଗଦେଇ ପବିତ୍ର ମହାବାରୁଣୀ ସ୍ନାନ ମେଳା ଯାଜପୁରର ଏକ ଐତିହାସିକ ମେଳା । ଏହି ମେଳାକୁ କିପରି ପାଳନ କରିବା ସେ ଦିଗରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ । ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଯାଜପୁରର ବିକାଶ ନିମିତ ସଦ ସର୍ବଦା ଧ୍ୟାନ ଦେଉଛନ୍ତି । ବୈଠକରେ ଯାଜପୁର ପୌରପରିଷଦ ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ଯୋଗଦେଇ ଚଳିତ ବର୍ଷ ୨୫ ରୁ ୩୦ ହଜାର ଲୋକ ହେବେ ବୋଲି ଆମେ ଆଶା କରୁଛୁ । ସେହି ଅନୁଯାୟୀ ଆମକୁ ପ୍ରସ୍ତୁତ ହେବାର ଆବଶ୍ୟକତା ଅଛି । ମହାବାରୁଣୀ ସ୍ନାନ ନିମନ୍ତେ ଲୋକ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା, ଟ୍ରାଫିକ ନିୟନ୍ତ୍ରଣ, ଯାତାୟାତ ସୁବିଧା ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରିଥିଲେ । ଗତବର୍ଷ ପରି ଏକ ଦିନ ବ୍ୟାପି ମହାବାରୁଣୀ ମେଳା ବୈତରଣୀ ନଦୀ ତଟସ୍ଥ ଦଶାସ୍ୱ ମେଧ ଘାଟର ଉଭୟ ପାର୍ଶ୍ୱରେ ଆୟୋଜିତ ହେବ । ବୈତରଣୀ ନଦୀକୁ ଜଳ ଛଡାଯିବା ନିମନ୍ତେ ଅସ୍ଥାୟୀ ବନ୍ଧ କରି ଜଳ ଗଚ୍ଛିତ ରଖିବା, ଘାଟର ଉଭୟ ପାର୍ଶ୍ୱରେ ପାହାଚ ସଫେଇ କରିବା, ସ୍ନାନ ନିମନ୍ତେ ବ୍ୟବହାର ହେବାକୁ ଥିବା ନଦୀ ଘାଟ ସଂଯୋଗିକରଣ ରାସ୍ତା ଓ ଦେବୀ ଗଡା ଠାରୁ ସପ୍ତ ମାତୃକା ମନ୍ଦିର ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ, ରାସ୍ତା ମରାମତି, ଶୌଚାଳୟ, ଜଲଛତ୍ର, ସ୍ନାନ ଘାଟରେ ଅଘଟଣ ନିମିତ ଯନ୍ତ୍ର ଚାଳିତ ଡଙ୍ଗା ବ୍ୟବସ୍ଥା ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଖୁଂଟିଆ, ଜିଲ୍ଲା ପରିଷଦ ଅଶୋକ ବେହୁରିଆ, ଏସ୍ଡିପିଓ, ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।