ମହିଳାଙ୍କ ଉନ୍ନତି ନ ହେଲେ ଦେଶର ପ୍ରଗତି  ଅସମ୍ଭବ


ଚମ୍ପୁଆ:  ସ୍ଥାନୀୟ କଚେରୀ ପଡ଼ିଆରେ ପଞ୍ଚାୟତସ୍ତରର ବିଭିନ୍ନ ମହିଳା ସଂଗଠନ ଓ ବିଜେପିର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବିଧାନସଭା ମଣ୍ଡଳୀ ବିଜେପି ନେତା ମୁରଲୀ ଶର୍ମା, ରାଜ୍ୟ ବିଜେପି ମହିଳା ଉପସଭାନେତ୍ରୀ ରଶ୍ମୀମୟୀ ପଟ୍ଟନାୟକ, ରାଜ୍ୟ ବିଜେପି ପରିଷଦ ସଦସ୍ୟା ଝରଣା ମହାନ୍ତ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ ଏବଂ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ମହିଳାମାନଙ୍କୁ ସଶକ୍ତ ଓ ଲିଙ୍ଗ ଗତ ସମାନତା ଆଣିବା ପାଇଁ ଆଜି ଦିନର ଆହ୍ୱାନ ବୋଲି କହିଥିଲେ । ମହିଳାଙ୍କ ଉନ୍ନତି ନହେଲେ ଦେଶର ପ୍ରଗତି  ଅସମ୍ଭବ ବୋଲି କହିଥିଲେ  । ଆଜି ଏପରି ଏକ ଦିନ ଯେତେବେଳେ ମହିଳା ମାନଙ୍କୁ ଜାତୀୟ,ଜାତିଗତ,ଭାଷାଗତ, ସାଂସ୍କୃତିକ, ଆର୍ଥିକ କିମ୍ୱା ରାଜନୈତିକ ବିଭାଜନ ଦ୍ୱାରା ସେମାନଙ୍କର ସଫଳତା ପାଇଁ ସ୍ୱୀକୃତି ଦିଆଯାଏ  । ଶେଷରେ ବିଭିନ୍ନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ଲାଭ କରିଥିବା ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  ।
ବାଲେଶ୍ୱର: ବିଶ୍ୱ ମହିଳା ଦିବସ ଅବସରରେ ସରକାରୀ ମେଡିକାଲ କଲେଜ କି୍ରୟାନୁଷ୍ଠାନ କମିଟିର ସଦସ୍ୟା ଓ ବିଭିନ୍ନ ମହିଳା ସଂଗଠନର ନେତୃତ୍ୱଙ୍କୁ ନେଇ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ନିରଞ୍ଜନ ପରିଡ଼ା ସଭାରେ ଅଧ୍ୟକ୍ଷତା କରିଥିଲେ । ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଗତ ୨୦୦୫ ମସିହାରୁ ବିଭିନ୍ନ ପର୍ଯ୍ୟାୟର ଆନେ୍ଦାଳନରେ ସମଗ୍ର ବାଲେଶ୍ୱର ଜିଲ୍ଲାରେ ମହିଳାଙ୍କ ଯୋଗଦାନ ଫଳରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହୋଇପାରିଛି । ମେଡିକାଲ୍ କଲେଜ ହସପିଟାଲ ଓ ଏମସ ସାଟେଲାଇଟ୍ ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ଆଗାମୀ ପ୍ରସ୍ତାବିତ ଆନେ୍ଦାଳନରେ ମହିଳାମାନଙ୍କ ଯୋଗଦାନରେ ହିଁ ନିଶ୍ଚୟ ସଫଳତା ମିଳିବ ବୋଲି ଜିଲ୍ଲା କମିଟି ପକ୍ଷରୁ ଇଂ. ହୃଷିକେଶ ସାହୁ, ନିରଞ୍ଜନ ରାଉତ, ସମ୍ପାଦକ ପ୍ରଦୀପ ଦାସ, ଅକ୍ଷୟ କୁମାର ତି୍ରପାଠୀ, ପ୍ରଫୁଲ୍ଲ କୁମାର ଦାସ, କ୍ଷିତୀଶ୍ୱର ଦାଶ, ଡ. ତାରାକାନ୍ତ ନନ୍ଦ, ଡ. କେଶବ ଚନ୍ଦ୍ର ପଣ୍ଡା, ଶତୃଘ୍ନ ମଲ୍ଲିକ, ଶଚୀନ୍ଦ୍ର ଦାସ, ଶ୍ୟାମସୁନ୍ଦର ଜେନା, ବେଣୁଧର ପାଳ, ବୀରେନ୍ଦ୍ର ପ୍ରହରାଜ, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ମତ ପ୍ରଦାନ କରି ଉପସ୍ଥିତ ମହିଳା ନେତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମହିଳା ସାମ୍ମୁଖ୍ୟର ଉପସଭାନେତ୍ରୀ ତଥା ଆବାହିକା ସରସ୍ୱତୀ ପଣ୍ଡା, ‘ଜାଗ୍ରତ’ ନାରୀ ସଂଗଠନର ସମ୍ପାଦିକା ମମତା ଦାସ ପ୍ରମୁଖ ପରିବାରର କୌଣସି ସଦସ୍ୟ ଅସୁସ୍ଥ ହେଲେ ସେହି ପରିବାରର ମହିଳାମାନେ ହିଁ ସବୁଠାରୁ ଅଧିକ ବିଚଳିତ ହୁଅନ୍ତି ବୋଲି ଆଜି ବିଶ୍ୱ ମହିଳା ଦିବସରେ ବକ୍ତବ୍ୟ ରଖିଥିଲେ । ତେଣୁ ମହିଳାମାନେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ସହ ଏକ ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକାର ଅବତାରଣା କରିଥିଲେ । ଯୁବ ସମାଜସେବୀ ବିକାଶ ଦାସଙ୍କ ଅକାଳ ବିୟୋଗରେ କି୍ରୟାନୁଷ୍ଠାନ କମିଟି ପକ୍ଷରୁ କମିଟି କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ଶୋକପ୍ରସ୍ତାବ ଆଗତ କରିଥିଲେ । ଶେଷରେ ଲକ୍ଷ୍ମୀପି୍ରୟା ଜେନା ଧନ୍ୟବାଦ ଦେଇଥିଲେ ।
ସାଲେପୁର: ହିଳାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ସହ ଆତ୍ମନିର୍ଭରଶୀଳ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । ସେଥି ମଧ୍ୟରୁ ସୁଭଦ୍ରା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଏଥିରେ ୫ବର୍ଷ ମଧ୍ୟରେ ମହିଳାମାନଙ୍କୁ ୫୦ହଜାର ଟଙ୍କା ଆତ୍ମନିର୍ଭରଶୀଳ ପାଇଁ ଯୋଗାଇ ଦିଆଯାଉଛି ବୋଲି ସାଲେପୁର ବ୍ଲକ୍ର ରଟିଲୋ ପଞ୍ଚାୟତର ମା’ମଙ୍ଗଳା ପୀଠଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ମହିଳା ଦିବସ ସମାରୋହରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଟାଙ୍ଗୀସାଲେପୁର ଲୋକସେବା ଫାଉଣ୍ଡେସନ୍ର ଅଧ୍ୟକ୍ଷ ତଥା ବିଜେପି ନେତା ହିମାଂଶୁ ମହାନ୍ତି ଏହା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ସମାଜସେବୀ ଅମିତା ସାହାଣୀ ଯୋଗଦେଇ ବିଜେପି ସରକାର ମହିଳାଙ୍କୁ ସଶକ୍ତିକରଣ କରିଚାଲିଛି ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଡ. ପ୍ରଭାତ କିଶୋର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଟଳ ସେନା ପକ୍ଷରୁ ମହିଳା ସମାବେଶ କରାଯିବା ଏବଂ ତାଙ୍କ ସଂପର୍କରେ ଆଲୋଚନା କରାଯାଇଥିବାରୁ ଏହାକୁ ନେଇ ଅଟଳ ସେନାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଟଳ ସେନାର ସଭାପତି ଦିବାକର ପ୍ରଧାନ ଉଦ୍ଘାଟନ କରିଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ଆଡ୍ଭୋକେଟ୍ ଜୟନ୍ତୀପ୍ରିୟା ସେଠୀ, ଝରିସୁନ୍ଦର ମଲ୍ଲିକ, ଅଟଳ ମହିଳା ସଂଘ ସମ୍ପାଦିକା ବିଦୁ୍ୟଲତା ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିବା ବେଳେ, ଶିବ ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ମଳା ସିଂହ, ରେଣୁବାଳା ରାଉତ, ବିନତୀ ପ୍ରଧାନ, ରୀନା ବରାଳ, କବିତା ସ୍ୱାଇଁ, ମନୋଜ ବିଶ୍ୱାଳ, ସୁକାନ୍ତ ବେହେରା, ଅଜୟ ସ୍ୱାଇଁ, ରିତେଶ ଦାଶ, କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ମହିଳାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ମୁଖ୍ୟଅତିଥି ହିମାଂଶୁ ମହାନ୍ତିଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ବେତନଟୀ: ଇନ୍ଦିରା ନଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅପରାହଣ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କାର୍ଯ୍ୟକ୍ରମକୁ ଅଖିଳ ଭାରତ ତ୍ରିଭାଷୀ ସଂଗଠନ, କବି ସଂଗମ ଆୟୋଜନ ଓ ବିଶ୍ୱଜନନୀ ମହିଳା ମହାସଂଘ ପରିଚାଳନା କରିଥିଲା । ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତା ସମେତ ଶତାଧିକ ମହିଳା ଗଣ ଉପସ୍ଥିତ ରହି ବକ୍ତାଙ୍କ ମୁହଁରୁ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ, ଗୁରୁତ୍ୱ ଓ ଆବଶ୍ୟକତା ସମ୍ବନ୍ଧିତ ବକ୍ତବ୍ୟ ଶୁଣି ଅନୁପ୍ରାଣିତ ହୋଇଥିଲେ । ସଭାନେତ୍ରୀ ବୀନତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବି ସଙ୍ଗମ ଅନୁଷ୍ଠାନ ପ୍ରତିଷ୍ଠାତା ସଭାପତି ବାସୁଦେବ ନାପିତ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ  । ସମ୍ପାଦକ ଡ. ରମାକାନ୍ତ ମହାନ୍ତ ଏହି ଦିବସ ପାଳନ ସମ୍ବନ୍ଧରେ ରହିଥିବା ଚଳଣି ଓ ପରମ୍ପରା ସମ୍ବନ୍ଧରେ ଆଲୋକପାତ କରିଥିଲେ  । ସମ୍ମାନିତଅତିଥି ଭାବେ ସଂଗଠନର ଉପଦେଷ୍ଟା ରବୀନ୍ଦ୍ର ନାଥ ମିଶ୍ର, ବରିଷ୍ଠ ସାମ୍ବାଦିକ ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ, ମହିଳାସଂଘର ସଂଯୋଜିକା ନିର୍ମଳା ସାହୁଙ୍କ ସମେତ ମୁଖ୍ୟବକ୍ତା ପୁରସ୍କୃତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଓ ମୁଖ୍ୟଅତିଥି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା ପ୍ରମୁଖ ନାରୀ ସଶକ୍ତିକରଣ, ଶିକ୍ଷାଲାଭ ଅନ୍ଧବିଶ୍ୱାସ ଦୂରୀକରଣ ଉପରେ ଉଦାହରଣ ଛଳରେ ଗୁରୁତ୍ୱ ଆରୋପ କରିଥିଲେ । ଇନ୍ଦିରା ନଗରର ବାସିନ୍ଦା ପୂର୍ବତନ ସିଏଜି ଗିରିଶ ଚନ୍ଦ୍ରମୁର୍ମୁଙ୍କ ମାଆ ପାର୍ବତୀମୁର୍ମୁଙ୍କ ସମେତ ଆଠଜଣ ମହିୟସୀ ମହିଳାଙ୍କୁ ଉଭୟ ଅନୁଷ୍ଠାନର ମିଳିତ ସହଯୋଗରେ ଉପଢୈକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା । ଆନ୍ତର୍ଜାତୀୟ ପ୍ରାକୃତିକ ଚିକିତ୍ସାବିଜ୍ଞାନ ଅନୁଷ୍ଠାନ, ନୂଆଦିଲ୍ଲୀ ଓ ପୁନେର କାର୍ଯ୍ୟକ୍ରମ ସମ୍ବନ୍ଧରେ ପରିବେଶବିତ୍ ଡଃ ରମାକାନ୍ତ ମହାନ୍ତ ବ୍ୟକ୍ତବ୍ୟ ରଖିଥିଲେ । ସୋନାଲୀ ନାପିତ ସହଯୋଗ କରିଥିଲେ । ଶେଷରେ ସହ ସମ୍ପାଦକ ଦୁର୍ଯେ୍ୟାଧନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।