ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ 

 ଆସିକା:  ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ପରିସରରେ କଲେଜର ୩୯ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଧାୟକ ପ୍ରତିନିଧି ସଂଗୀତ ପାଢ଼ୀ, ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିଦେ୍ର୍ଦଶକ ଡଃ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପନିଦେ୍ର୍ଦଶକ ଡ଼. ସୁଶାନ୍ତ କୁମାର ଦାସ, ଆତ୍ମାର ଅଧ୍ୟକ୍ଷ ବିଜୟ ସ୍ୱାଇଁ, କଲେଜର ଡ଼ଃ. ଲିଲି ଲିଳିୟାନ, ଡ଼ଃ ନାରାୟଣ ରାଓ, ଗଣେଶ୍ୱର ମାଝୀ, ଲକ୍ଷଣ ସୋରେନ, ବି. ପାଣ୍ଡବ ରେଡି, ଡ଼ଃ. ଜୟପ୍ରଦା ମହାପାତ୍ର, ଡ଼ଃ ଉର୍ମିଳା ମୁଦୁଲି, ଡ଼ଃ ଯଶଶ୍ରୀ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ୪୭ ଜଣ, ଆଇନ ସଚେତନ ପାଇଁ ୦୪ ଜଣ, ପ୍ରବାସୀ ଭାରତୀୟ ଦିବସରେ ଝୋଟି ପ୍ରତିଯୋଗିତା ୦୩ ଜଣ, ସୁଭଦ୍ରା ଯୋଜନାରେ ୨୬ ଜଣ, କ୍ରୀଡା କ୍ଷେତ୍ରରେ ୫୮ଜଣ, ସମ୍ବିଧାନିକ ଦିବସରେ ୦୬ ଜଣ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜର ବହୁ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ସହଯୋଗ କରିଥିଲେ ।