ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଫ୍ଲାଇଂ ସ୍କ୍ୱାଡ

 ସାଲେପୁର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାର ପଞ୍ଚମ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ସାଲେପୁର ଶିକ୍ଷାମଣ୍ଡଳ ଅଧିନରେ ହୋଇଥିବା ୧୨ଟି ପରୀକ୍ଷା କେନ୍ଦ୍ରକୁ ଫ୍ଲାଇଂ ସ୍କ୍ୱାର୍ଡ ପରିଦର୍ଶନରେ ଆସିଥିଲେ । ଫ୍ଲାଇଂ ସ୍କ୍ୱାର୍ଡ ଭାବେ ରାଜ୍ୟ ମତ୍ସ୍ୟ ବିଭାଗ ଉପନିଦେ୍ର୍ଦଶକ ବବିତା ମହନ୍ତଙ୍କ ସହ ଏକ ଟିମ୍ ଉଦୟପୁର ସ୍ଥିତ ସୁରେନ୍ଦ୍ର ନାଥ ନୋଡ଼ାଲ ହାଇସ୍କୁଲ ତରିତୋ ପଞ୍ଚାୟତ ସ୍ଥିତ ଗୁଆଳି ନୋଡ଼ାଲ ହାଇସ୍କୁଲ ସମେତ ଅନ୍ୟ କେତେକ ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନରେ ଆସି ତଦାରଖ କରିବା ସହ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି । ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ରେ ସାଲେପୁର ଶିକ୍ଷାମଣ୍ଡଳ ଅଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ସାମିଲ ରହି ସ୍ୱଚ୍ଛତା ପରୀକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ପରୀକ୍ଷା ଶୃଙ୍ଖଳିତ ଭାବେ ହେଉଥିବା ନେଇ ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି ।