ମାତୃ, ପିତୃ ପୂଜନ ଉତ୍ସବ 

 ଖୋର୍ଦ୍ଧା : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରତିଶୃତି ପରିବାର ପକ୍ଷରୁ ପବିତ୍ର ମାତୃ ପିତୃ ପୂଜନ ଉତ୍ସବ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର ପଣ୍ଡା ଓ ମହନ୍ତ ବିଶ୍ୱମ୍ବର ଦାସ ମହାରାଜ ଆଶ୍ରୀବଚନ ପ୍ରଦାନ କରିଥିଲେ । ଶତାଧିକ ପୁଅ ଝିଅ ସେମାନଙ୍କ ମାତାପିତାଙ୍କୁ ଫୁଲ ଚନ୍ଦନ ଅକ୍ଷତ ଦେଇ ପୂଜନ କରିଥିଲେ । ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଖୋର୍ଦ୍ଧା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ଅଭିଭାବକ, ଅଭିଭାବିକା, ଶିକ୍ଷୟତ୍ରୀ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ତରଙ୍ଗ ପରିବାର କଳାକାର ମାନେ ସଚ୍ଚି ରାଉତରାୟଙ୍କ କାଳଜୟୀ କବିତା ଛୋଟ ମୋର ଗାଁ ସଙ୍ଗୀତ ପରିବେଷଣ କରିଥିଲେ । ସୁଶ୍ରୀ ସ୍ମୃତି ଅନନ୍ୟା ବେଦପାଠ, ପ୍ରତିଶ୍ରୁତି ପରିବାର ଆବାହକ ବ୍ରଜକିଶୋର ସାହୁ ବିବରଣୀ ପାଠ କରିଥିଲେ । ଦୀପ୍ତି ଦେବସ୍ମୀତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ପିଲାଙ୍କ ଉଦେ୍ଦଶ୍ୟରେ ପ୍ରସ୍ତୁତ କ୍ଷୁଦ୍ର ପୁସ୍ତିକା ସମ୍ପର୍କ ଅତିଥି ମାନେ ଉନ୍ମୋଚନ କରିଥିଲେ ।ଉକ୍ତ ଉସôବ ରେ ସଂପ୍ରତି ଯୁବ ବର୍ଗ ପାଶ୍ଚାତ ସଭ୍ୟତା କୁ ଅନୁକରଣ କରି କିଭଳି ଭାବେ ନିଜ ସଂସ୍କୃତି ଠାରୁ ଦୁରେଇ ଯାଉଛନ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ପ୍ରେରଣା ଦିଆଯାଇଥିଲା ।