ପ୍ରାଣୀ ଚିକିତ୍ସାଳୟକୁ ନୂତନ ଆମ୍ବୁଲାନ୍ସ

ଖଣ୍ଡପଡ଼ା: ଖଣ୍ଡପଡ଼ା ସହରର ପଶୁ ଚିକିତ୍ସା ବିଭାଗକୁ ଦୀର୍ଘ ବର୍ଷ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ ଜରୁରୀକାଳୀନ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି  । ଜରୁରୀକାଳୀନ ପରିସ୍ଥିତିରେ ପଶୁ ପକ୍ଷୀଙ୍କ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବାର ଆବଶ୍ୟକ ଥିବା ବେଳେ ଏହି ନୂତନ ଆମ୍ବୁଲାନ୍ସ ଟି ଅଞ୍ଚଳବାସୀଙ୍କ ପାଇଁ ସଦାସର୍ବଦା ସାହାୟକ ହେବବୋଲି ଖଣ୍ଡପଡ଼ା ପଶୁ ଚିକିସôା ଧୀକାରୀ ବିଶ୍ୱରଂଜନ ରାଉତ କହିଛନ୍ତି । ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବାରୁ ଖଣ୍ଡପଡ଼ା ଅଞ୍ଚଳରେ ଗୋପାଳକ ଓ ପଶୁ ପାଳକ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଭ୍ରାମ୍ୟମାଣ ଗାଡ଼ିର ସୁବିଧା ପାଇଁ ଏ ଅଞ୍ଚଳର ପଶୁ ପକ୍ଷୀଙ୍କ କୌଣସି ବ୍ୟବସ୍ଥାରେ ଖିଲାପ ହେବାକୁ ଦିଆଯିବ ନାହିଁ ଏହା ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ପ୍ରକାଶ କରିଛନ୍ତି ।